୧୯ ଲକ୍ଷ ଖର୍ଚ୍ଚରେ ହୋଇଥିଲା କାଜୁ ଚାଷ, ଏବେ ଚରୁଛନ୍ତି ଛେଳିମେଣ୍ଢା

କେନ୍ଦୁଝର(ପ୍ରଣୟ କୁମାର ପାଣି): ରାଜ୍ୟ ଋଣରେ ବୁଡ଼ିଛି। ପ୍ରତିବର୍ଷ ଋଣ ଭାର ବଢ଼ି ଚାଲିଛି। ହେଲେ ରାଜ୍ୟ ସରକାର ଋଣ କରି ଘିଅ ଖାଇ ଚାଲିଛନ୍ତି। ଲାଭକ୍ଷତିର ହିସାବ ରଖୁନାହାନ୍ତି। ସରକାରୀ ବାବୁମାନେ ଭୂତ ପୋଷୀ ନିଜ ପକେଟ ଉଚ୍ଚା କରିଚାଲିଛନ୍ତି। କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନ ପଞ୍ଚାୟତ ସେଣ୍ଡକାପ ମୁଣ୍ଡୁଳି ସାହିରେ ସରକାରଙ୍କ ଉଦ୍ୟାନ କୃଷି ବିଭାଗ କରିଥିବା କଲମି କାଜୁ ଚାଷ ବ୍ୟବସ୍ଥାକୁ ଦେଖିଲେ ଏହା ସ୍ପଷ୍ଟ ଅନୁମେୟ। ଯେଉଁ ଜମିରେ […]

kaju-2

kaju-2

Niranjan Mishra
  • Published: Wednesday, 03 August 2022
  • Updated: 03 August 2022, 02:24 PM IST

Sports

Latest News

କେନ୍ଦୁଝର(ପ୍ରଣୟ କୁମାର ପାଣି): ରାଜ୍ୟ ଋଣରେ ବୁଡ଼ିଛି। ପ୍ରତିବର୍ଷ ଋଣ ଭାର ବଢ଼ି ଚାଲିଛି। ହେଲେ ରାଜ୍ୟ ସରକାର ଋଣ କରି ଘିଅ ଖାଇ ଚାଲିଛନ୍ତି। ଲାଭକ୍ଷତିର ହିସାବ ରଖୁନାହାନ୍ତି। ସରକାରୀ ବାବୁମାନେ ଭୂତ ପୋଷୀ ନିଜ ପକେଟ ଉଚ୍ଚା କରିଚାଲିଛନ୍ତି। କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନ ପଞ୍ଚାୟତ ସେଣ୍ଡକାପ ମୁଣ୍ଡୁଳି ସାହିରେ ସରକାରଙ୍କ ଉଦ୍ୟାନ କୃଷି ବିଭାଗ କରିଥିବା କଲମି କାଜୁ ଚାଷ ବ୍ୟବସ୍ଥାକୁ ଦେଖିଲେ ଏହା ସ୍ପଷ୍ଟ ଅନୁମେୟ। ଯେଉଁ ଜମିରେ କଲମି କାଜୁ ଚାଷ ନିମନ୍ତେ ଚାରା ରୋପଣ ହୋଇଥିଲା, ସେଠାରେ ଏବେ ଗୋରୁ, ଗାଇ, ଛେଳି, ମେଣ୍ଢା ଚରୁଛନ୍ତି। ଜବକାଚ ଲଗାଇ ଖୋଜିଲେ ବି ଏଠାରେ ଗୋଟିଏ ଗଛ କିମ୍ବା ଚାରା ମିଳିବା ମୁସକିଲ।

ଟଙ୍କେ କି ଦୁଇ ଟଙ୍କା ନୁହେଁ, ୧୯ ଲକ୍ଷ ଟଙ୍କା ଖର୍ଚ୍ଚ କରି ଉଦ୍ୟାନ ବିଭାଗ କାଜୁ ଗଛ ଲଗାଇଥିଲା। ହେଲେ ନା ଗୋଟିଏ କାଜୁ ଅଛି, ନା କାଜୁ ଜଙ୍ଗଲ ସୃଷ୍ଟି ଯୋଜନା ସଫଳ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମୁହଁରେ ଏଭଳି ଉଦ୍‌ବେଗ ପ୍ରକାଶ ପାଇଛି।

ଖାଲି ସେତିକି ନୁହେଁ ଏମ୍‌ଜିଏନ୍‌ଆରଜିଏସ୍‌ ଯୋଜନାରେ ଏହି କାଜୁ ଚାଷ ପ୍ରକଳ୍ପକୁ ସରକାରଙ୍କ ଉଦ୍ୟାନ ବିଭାଗ କାର୍ଯ୍ୟକାରୀ କରିଥିଲେ ହେଁ କାମ କରିଥିବା ଶ୍ରମିକଙ୍କୁ ଲକ୍ଷାଧିକ ଟଙ୍କାର ପ୍ରାପ୍ୟ ଦିଆଯାଇନି। ତେଣୁ ଏଠାରେ ବାଡ଼ କ୍ଷେତ ଖାଇବା ଭଳି ରକ୍ଷକ ହୋଇ ଭକ୍ଷକ ସାଜିଛନ୍ତି ସରକାର ଓ ସରକାରୀ ବାବୁ। କଥା ଏତିକିରେ ଅଟକିନି। କାଜୁ ଚାଷ କରାଗଲେ ଗ୍ରାମର ଚାଷୀ ଖୁବ୍ ଅଧିକ ଲାଭ ପାଇବେ ବୋଲି ପ୍ରଲୋଭନା ଦେଖାଇଥିଲେ ସରକାରଙ୍କ ଉଦ୍ୟାନ ବିଭାଗର ବାବୁମାନେ। ଏହି ଚାଷୀଙ୍କୁ ମଧ୍ୟ ଠକିଛନ୍ତି ସରକାର ଓ ପ୍ରତିମାସରେ ମୋଟା ଅଙ୍କର ଦରମା ପାଇଥିବା ଉଦ୍ୟାନ ବିଭାଗର ବାବୁମାନେ। ସବୁଜ ସ୍ୱପ୍ନ ଦେଖାଇ ସରକାର ଏଠାରେ ଚାଷୀ, ଶ୍ରମିକ ଓ ସାଧାରଣ ଲୋକଙ୍କୁ ଠକି ଦେଇଛନ୍ତି। ଯାହା ଉଦ୍‌ବେଗର ବିଷୟ ହୋଇଛି।

ମୁଣ୍ଡୁଳି ସାହି ଚାଷ ଜମିର ଗୋଟିଏ ସ୍ଥାନରେ ମରାଯାଇଥିବା ଫଳକ ଓ କ୍ଷତିଗ୍ରସ୍ତ ଚାଷୀଙ୍କ ସୂଚନା ମୁତାବକ, ୨୦୨୧-୨୨ ଆର୍ଥିକ ବର୍ଷରେ ୧୯ଲକ୍ଷ ଟଙ୍କା ଆର୍ଥକ ଅଟକଳରେ କଲମି କାଜୁ ଚାଷ ପ୍ରକଳ୍ପ କରାଯାଇଥିଲା। ଏଥିପାଇଁ ଗ୍ରାମର ଚାଷୀ ବାଞ୍ଛାନିଧି ପାତ୍ର, ମୋକରଧୂଜ ପାତ୍ର, ଧୁସାସନ୍ ପାତ୍ର, ଶ୍ୟାମଘନ ପାତ୍ର, ଗୌରାଙ୍ଗ ଘଣା ଆଦି ୧୨ଜଣ ହିତାଧିକାରୀଙ୍କର ୮ହେକ୍ଟର ଚାଷ ଜମିକୁ ନେଇ ସରକାରଙ୍କ ଉଦ୍ୟାନ କୃଷି ବିଭାଗ କାଜୁ ଗଛ ଲଗାଇଥିଲା।

ଉଦ୍ୟାନକୃଷି ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଥା କେନ୍ଦୁଝର ଉଦ୍ୟାନ କୃଷି ଉପନିର୍ଦ୍ଦେଶକ କାର୍ଯ୍ୟକାରୀ ସଂସ୍ଥା ଭାବେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଏହି ଚାଷ କରାଯାଇଥିଲା। ମାତ୍ର ସଂପୃକ୍ତ ଅଧିକାରୀଙ୍କ ଚରମ ଅବହେଳା ପାଇଁ ଆଜି ୮ ହେକ୍ଟର ଜମିରେ ଗାଈ ଗୋରୁ ଛେଳି ମେଣ୍ଢା ଚରୁଛନ୍ତି।

ବିଭାଗୀୟ ଅଧକାରୀମାନେ ସ୍ଥାନୀୟ ଲୋକମାନଙ୍କୁ ଗଛ ଲଗାଇବା ଦ୍ୱାରା ସେମାନେ ସେଥିରୁ ଲାଭବାନ ହେବେ ବୋଲି କହିଥିଲେ। ତେଣୁ ଚାଷୀମାନେ ଏହି ଜମିରେ କରୁଥିବା  ବିଭିନ୍ନ ପ୍ରକାର ଚାଷ ବନ୍ଦ କରି କାଜୁ ଗଛ ଲଗାଇବାକୁ ରାଜି ହୋଇଥିଲେ। ଜମିରେ କାଜୁ ଗଛ ଲାଗିଲା, କିନ୍ତୁ ଏହାକୁ ବଡ଼ କରିବା ନିମନ୍ତେ ଆବଶ୍ୟକ ସୁରକ୍ଷା ବାଡ଼ ଏବଂ ପାଣି ଦେବା ବ୍ୟବସ୍ଥା ଉଦ୍ୟାନ କୃଷି ବିଭାଗ ପକ୍ଷରୁ କରାଯାଇ ନ ଥିଲା। ତେଣୁ ଏହା ଧିରେ ଧିରେ ମରିଗଲା।

ଅନ୍ୟପଟେ ଗଛ ଲଗାଇଥିବା ଶ୍ରମିକମାନେ ପାରିଶ୍ରମିକ ପାଇ ନାହାନ୍ତି। ଏନେଇ କ୍ଷତିଗ୍ରସ୍ତ ଚାଷୀ ଓ ଶ୍ରମିକମାନେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ ଜଣାଇଲେ ହେଁ ସେ ଶୁଣୁନାହାନ୍ତି। ପୁଲିସକୁ ଅଭିଯୋଗ ଦେଲେ ସେ ବି ପଦକ୍ଷେପ ନେଉନି।

[caption id="attachment_754422" align="aligncenter" width="650"] କାଜୁ ଚାଷ ଫଳକ ଲାଗିଛି, ହେଲେ ଚାଷ ଉଭାନ।[/caption]

ତେଣୁ ସରକାରୀ ଓ ସରକାରୀ ବାବୁମାନେ ଭୂତ ପୋଷି ନିଜ ପକେଟ ଗରମ କରିବା ନିମନ୍ତେ ୧୯ ଲକ୍ଷ ଟଙ୍କାର ଦୁର୍ନୀତି କରିଛନ୍ତି ବୋଲି କ୍ଷତିଗ୍ରସ୍ତ ଚାଷୀ ଓ ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ଦୁର୍ନୀତିରେ ଲିପ୍ତ ଦୋଷୀ ଅଧିକାରୀଙ୍କୁ ଦଣ୍ଡ ଦେବାକୁ ଦାବି କରିଛନ୍ତି ଚାଷୀ ଓ ଶ୍ରମିକ ଟଙ୍କଧର ପାତ୍ର, ମୀନା ପାତ୍ର, କ୍ଷେତ୍ରବାସୀ ମହାନ୍ତ, ଲିପ୍ସା ଘଣା, ଇନ୍ଦୁମତି ପାତ୍ର, ଜଗନ୍ନାଥ ଘଣା ପ୍ରମୁଖ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story