୬୦ଟି ଗଛ ନାହିଁ, ଚଳୁ ହୋଇଗଲା ୬୦ ଲକ୍ଷ ଟଙ୍କା!

କେନ୍ଦୁଝର (ପ୍ରଣୟ ପାଣି): କାଜୁ ବଗିଚା ସୃଷ୍ଟି ଉଦ୍ଦେଶ୍ୟରେ ୬୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ ରାଜ୍ୟ ସରକାର। ହେଲେ ସେଠି ଆଜି ୬୦ଟି ଗଛ ନାହିଁ। ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗର ଖାମ୍‌ଖିଆଲ ନୀତି ପାଇଁ ଗଛ ଗୁଡ଼ିକ ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି। ଏପରି ମହା ଘୋଟାଲାର ଅଭିଯୋଗ କେନ୍ଦୁଝର ଜିଲ୍ଲାରୁ ଆସିଛି। କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକର ରସବନ୍ତରାଳ ଗାଁ ଫୁଲବାଡି ସାହି। ଏହି ସାହିରେ ୨୦୧୬-୧୭ ବର୍ଷରେ […]

plantation

plantation

Manoranjan Sial
  • Published: Monday, 16 November 2020
  • Updated: 16 November 2020, 04:58 PM IST

Sports

Latest News

କେନ୍ଦୁଝର (ପ୍ରଣୟ ପାଣି): କାଜୁ ବଗିଚା ସୃଷ୍ଟି ଉଦ୍ଦେଶ୍ୟରେ ୬୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ ରାଜ୍ୟ ସରକାର। ହେଲେ ସେଠି ଆଜି ୬୦ଟି ଗଛ ନାହିଁ। ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗର ଖାମ୍‌ଖିଆଲ ନୀତି ପାଇଁ ଗଛ ଗୁଡ଼ିକ ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି। ଏପରି ମହା ଘୋଟାଲାର ଅଭିଯୋଗ କେନ୍ଦୁଝର ଜିଲ୍ଲାରୁ ଆସିଛି।

କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକର ରସବନ୍ତରାଳ ଗାଁ ଫୁଲବାଡି ସାହି। ଏହି ସାହିରେ ୨୦୧୬-୧୭ ବର୍ଷରେ ଜୀବନ ଜୀବିକା ସୃଷ୍ଟି ଲକ୍ଷ୍ୟରେ ୭ ହେକ୍ଟର ଜମିରେ କାଜୁ ଚାରା ରୋପଣ କରାଯାଇଥିଲା। ଏଥିପାଇଁ ପ୍ରଥମ ବର୍ଷରେ  ୧୨,୯୦,୯୪୦ ଟଙ୍କା ଓ ଦ୍ୱିତୀୟ ବର୍ଷରେ ୬,୦୯,୦୦୦ ଟଙ୍କା ଖର୍ଚ୍ଚ ହୋଇଥିଲା। ସେହିପରି ତୃତୀୟ ବର୍ଷ ୧,୩୮,୪୭୩ ଟଙ୍କା ଖର୍ଚ୍ଚ ହୋଇଥିଲା। ମୋଟ୍‌ ଖର୍ଚ୍ଚ ହୋଇଥିଲା ୨୦ ଲକ୍ଷ ୨୮ ହଜାର ୪୧୩ ଟଙ୍କା। କିନ୍ତୁ ଏତେ ଅର୍ଥ ଶ୍ରାଦ୍ଧ ପରେ ମଧ୍ୟ ଫୁଲବାଡି ସାହି ପଡ଼ିଆରେ ଗୋଟିଏ ବି କାଜୁ ଗଛ ନାହିଁ। ପଡ଼ିଆ ସାରା କେବଳ ଘାସ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି।

ସେହିପରି ରସବନ୍ତଳା ଗାଁର ଢ଼ପାସାହିରେ ୮ ହେକ୍ଟର ଜମିରେ କାଜୁ ଚାରା ରୋପଣ କରାଯାଇଥିଲା। ଏଥିପାଇଁ ପ୍ରଥମ ବର୍ଷ ୧୪,୭୫,୩୬୦ ଟଙ୍କା ଓ ଦ୍ୱିତୀୟ ବର୍ଷ ୬,୯୬,୦୦୦ ଟଙ୍କା ଖର୍ଚ୍ଚ ହୋଇଥିଲା। ମୋଟ ଖର୍ଚ୍ଚ ୨୧ଲକ୍ଷ ୬୯ ହଜାର ୩୬୦ ଟଙ୍କା ଖର୍ଚ୍ଚ ହୋଇଥିଲା। ଏଠି ଗୋଟିଏ ମଧ୍ୟ ଗଛଟିଏ ହେଲେ ଗଛ ନାହିଁ।

ସେହିପରି ରାମଚନ୍ଦ୍ରପୁର ସାହିରେ ୮ ହେକ୍ଟର ଜମିରେ କାଜୁ ଗଛ ଲାଗିଥିଲା। ଏଠାରେ ପ୍ରଥମ ବର୍ଷ ୧୫,୦୬,୪୦୦ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଦ୍ୱିତୀୟ ବର୍ଷରେ ୬,୮୦,୦୦୦ଟଙ୍କା ଓ ତୃତୀୟ ବର୍ଷରେ ୮୮,୧୭୦ ଟଙ୍କା ଖର୍ଚ୍ଚ ହୋଇଥିଲା। ତିନିବର୍ଷରେ ମୋଟ ୨୨,୭୪,୫୭୦ ଟଙ୍କା ଖର୍ଚ୍ଚ ହୋଇଥିଲା। ମାତ୍ର ହାତ ଗଣତି କିଛି ଗଛ ବଂଚି ଥିବା ବେଳେ ଆଉ ସବୁ ସଫା ହୋଇଯାଇଛି।

ନିୟମ ଅନୁସାରେ, ପ୍ରତି ହେକ୍ଟରରେ ୨୦୦ ଗଛ ଲଗାଯିବା କଥା। ହେକ୍ଟରକୁ ଯଦି ୨୦୦ ଚାରା ରୋପଣ ହୋଇଥାଏ, ତାହାହେଲେ ୭ ହେକ୍ଟରରେ ସର୍ବନିମ୍ନ ୧୪୦୦ ଲାଗିବା କଥା। ଯଦି ଗଛର ମୃତ୍ୟୁହାରକୁ ହିସାବକୁ ନିଆଯାଏ, ତେବେ ସରକାରୀ ହିସାବରେ ପ୍ରଥମ ବର୍ଷ ୧୦ ପ୍ରତିଶତ ଗଛ ମରିଯିବାର ସମ୍ଭାବନା ରହିଛି। ସେହିପରି ଦ୍ୱିତୀୟ ବର୍ଷ ୫ ପ୍ରତିଶତ ଗଛ ମରିବାର ସମ୍ଭାବନା ରହିଛି। ତେଣୁ ଦୁଇ ବର୍ଷରେ ଗଛ ମରିଗଲେ ମଧ୍ୟ ସର୍ବନିମ୍ନ ୧୨୦୦ ଗଛ ବଞ୍ଚିବାର ସମ୍ଭାବନା ରହିଛି। ମାତ୍ର ଏଠାରେ ଗୋଟିଏ ବି ଗଛ ନାହିଁ।

ଖାଲି ଏହି ରସବନ୍ତଳା ଗାଁ ନୁହେଁ, ଝୁମ୍ପୁରା ବ୍ଲକର ଏକାଧିକ ଗ୍ରାମରେ ଲାଗିଥିବା ଏଭଳି କାଜୁ ଗଛ। ଏବେ ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି, ଯଦି ବୃକ୍ଷ ରୋପଣ ହେଉଛି ତାହାର ସଂପୂର୍ଣ୍ଣ ଦାୟିତ୍ୱ ମୃତ୍ତିକା ସଂରକ୍ଷ ବିଭାଗ ନେବା କଥା। ମାତ୍ର ଧର୍ମକୁ ଆଖିଠାର ମାରି କେବଳ ଲକ୍ଷ ଲକ୍ଷ ଖର୍ଚ୍ଚ ହୋଇଥିବା ଅର୍ଥ ଶ୍ରାଦ୍ଧ କରାଯାଉଥିବା ଲକ୍ଷ୍ୟ କରାଯାଉଛି। ହେଲେ ଏହି ଅଭିଯୋଗକୁ ସିଧା ସିଧା ଖାରଜ କରିଛନ୍ତି ପ୍ରକଳ୍ପ ନିର୍ଦ୍ଦେଶକ ଅରୁଣ କୁମାର ଦାଶ। ତାଙ୍କର କହିବା କଥା ଗଛ ଲଗାଇ ଆମେ ହିତାଧିକାରୀଙ୍କୁ ଦେଇ ଦେଇଛୁ। ହେଲେ ହିତାଧିକାରୀମାନେ ତାର ଯତ୍ନ ନେଲେ ନାହିଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story