ସିବିଆଇ ରିଟର୍ଣ୍ଣସ: ଗିରଫ ହେଲେ ଆଶୀର୍ବାଦ ବେହେରା

କଟକ(ଓଡ଼ିଶା ରିପୋର୍ଟର):ଗିରଫ ହେଲେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା। ଆଜି ତାଙ୍କୁ ସିବିଆଇ ଗିରଫ କରିଛି। ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଏଥିସହ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ  ମଧ୍ୟ ସିବିଆଇ ଗିରଫ କରିଛି। ଆଜି ଭୋରୁ ଆଶୀର୍ବାଦଙ୍କ ଘରେ ରେଡ୍ କରିଥିଲା ସିବିଆଇ। ପୂର୍ବରୁ ଆଶୀର୍ବାଦଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଥିଲା ସିବିଆଇ। ସୂଚନା ଅନୁଯାୟୀ, କିଛି ଦିନ ତଳେ  ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ପ୍ରାଥମିକ ଚାର୍ଜଶିଟ୍‌ କୋର୍ଟରେ ଦାଖଲ […]

Ashirbad-Behera-557x330

Tapas Behera
  • Published: Thursday, 19 September 2019
  • , Updated: 19 September 2019, 09:32 AM IST

କଟକ(ଓଡ଼ିଶା ରିପୋର୍ଟର):ଗିରଫ ହେଲେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା। ଆଜି ତାଙ୍କୁ ସିବିଆଇ ଗିରଫ କରିଛି। ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଏଥିସହ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ  ମଧ୍ୟ ସିବିଆଇ ଗିରଫ କରିଛି। ଆଜି ଭୋରୁ ଆଶୀର୍ବାଦଙ୍କ ଘରେ ରେଡ୍ କରିଥିଲା ସିବିଆଇ। ପୂର୍ବରୁ ଆଶୀର୍ବାଦଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଥିଲା ସିବିଆଇ।

ସୂଚନା ଅନୁଯାୟୀ, କିଛି ଦିନ ତଳେ  ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ପ୍ରାଥମିକ ଚାର୍ଜଶିଟ୍‌ କୋର୍ଟରେ ଦାଖଲ କରି ଥିଲା। ଆଶୀର୍ବାଦଙ୍କ ସହ ଅନ୍ୟ ଦୁଇ ଜଣଙ୍କ ନାମରେ ଏହି ଚାର୍ଜଶିଟ୍‌ ଦାଖଲ କରିଥିଲା ସିବିଆଇ ।

ଅନ୍ୟ ଦୁଇ ଜଣ ହେଲେ ଖାରବେଳ ନଗର ଥାନା କଡରେ ଥିବା ହୋଟେଲ ସୋଲାନ ଇନ୍‌ର ମାଲିକ କମଳାକାନ୍ତ ଦାସ ଓ ଏଟି ଗ୍ରୁପ୍‌ ନିର୍ଦ୍ଦେଶକ ସମ୍ବିତ ଖୁଣ୍ଟିଆ। ସମ୍ବିତଙ୍କୁ ୨୦୧୪ ଅଗଷ୍ଟ ୧୬ରେ ଖୋର୍ଦ୍ଧା ବାଟମଙ୍ଗଳା ହାଉସିଂବୋର୍ଡରେ ଥିବା ତାଙ୍କ ଘରୁ ସିବିଆଇ ଗିରଫ କରିଥିଲା। କମଳାକାନ୍ତ ଓ ଆଶୀର୍ବାଦ କେବଳ ଜେରାର ସମ୍ମୁଖୀନ ହୋଇଥିଲେ। ପୂର୍ବରୁ ଏହି ମାମଲାରେ ୮ଟି କମ୍ପାନୀ ଓ ୩୩ଜଣ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ୬ ଚାର୍ଜଶିଟ୍‌ ସହ ୪ଟି ଅତିରିକ୍ତ ଚାଜଶିଟ୍‌ ଦାଖଲ କରିସାରିଛି।

Related story