ସିବିଆଇ କାର୍ଯ୍ୟାଳୟରେ ମୀର ସାହାରୁଦ୍ଦିନଙ୍କ ପରିବାର ସଦସ୍ୟ

ଭୁବନେଶ୍ୱର: ଚିଟଫଣ୍ଡ ସଂସ୍ଥା ଗ୍ରୀନ୍‌ରେ ଇଣ୍ଟରନ୍ୟାସନାଲର ନିର୍ଦ୍ଦେଶକ ମୀର ସାହାରୁଦ୍ଦିନଙ୍କ ବାପା, ମାଆ, ୩ ପତ୍ନୀ, ଶ୍ୱଶୁର ଓ ଉଭଣୀଙ୍କୁ ସିବିଆଇ ଡାକି ପଚରାଉଚରା କରିଛି। କବାଡି ବାଲାରୁ ସାହାରୁଦ୍ଦିନ କିପରି ବିଶାଳ ବ୍ୟବସାୟୀକ ସାମ୍ରାଜ୍ୟର ଅଧିକାରୀ ହେଲେ, ପରିବାରର ସଦସ୍ୟଙ୍କ ନାଁରେ ଜମାପୁଞ୍ଜି ଅଛି କି ନାହିଁ, ସାହାରୁଦ୍ଦିନ କିଛି ଗୁପ୍ତଧନ ରଖିଛନ୍ତି କି ନାହିଁ ଆଦି ପ୍ରଶ୍ନ ପରିବାରର ସଦସ୍ୟଙ୍କୁ ସିବିଆଇ ଅଧିକାରୀମାନେ ପଚରାଉଚରା କରିଥିଲେ। ଗତକାଲି ସିବିଆଇ ସାହାରୁଦ୍ଦିନଙ୍କୁ ୬ ଦିନିଆ ରିମାଣ୍ଡରେ ନେଇଛି। […]

CBI

Rakesh Mallick
  • Published: Monday, 06 February 2017
  • , Updated: 06 February 2017, 09:20 PM IST

ଭୁବନେଶ୍ୱର: ଚିଟଫଣ୍ଡ ସଂସ୍ଥା ଗ୍ରୀନ୍‌ରେ ଇଣ୍ଟରନ୍ୟାସନାଲର ନିର୍ଦ୍ଦେଶକ ମୀର ସାହାରୁଦ୍ଦିନଙ୍କ ବାପା, ମାଆ, ୩ ପତ୍ନୀ, ଶ୍ୱଶୁର ଓ ଉଭଣୀଙ୍କୁ ସିବିଆଇ ଡାକି ପଚରାଉଚରା କରିଛି। କବାଡି ବାଲାରୁ ସାହାରୁଦ୍ଦିନ କିପରି ବିଶାଳ ବ୍ୟବସାୟୀକ ସାମ୍ରାଜ୍ୟର ଅଧିକାରୀ ହେଲେ, ପରିବାରର ସଦସ୍ୟଙ୍କ ନାଁରେ ଜମାପୁଞ୍ଜି ଅଛି କି ନାହିଁ, ସାହାରୁଦ୍ଦିନ କିଛି ଗୁପ୍ତଧନ ରଖିଛନ୍ତି କି ନାହିଁ ଆଦି ପ୍ରଶ୍ନ ପରିବାରର ସଦସ୍ୟଙ୍କୁ ସିବିଆଇ ଅଧିକାରୀମାନେ ପଚରାଉଚରା କରିଥିଲେ।

ଗତକାଲି ସିବିଆଇ ସାହାରୁଦ୍ଦିନଙ୍କୁ ୬ ଦିନିଆ ରିମାଣ୍ଡରେ ନେଇଛି। ରିମାଣ୍ଡ ସମୟରେ ଗ୍ରୀନରେ ଚିଟଫଣ୍ଡ ଠକେଇର ଗୁମର ସାଙ୍ଗକୁ ସାହାରୁଦ୍ଦିନ୍‌ଙ୍କ ଅଣ୍ଡରୱାର୍ଲ୍ଡ ଲିଙ୍କ୍‌ ନେଇ ବି ଖୋଳତାଡ଼ କରିପାରେ ସିବିଆଇ। ସାହିରାଦ୍ଦିନ୍‌ ଦୁବାଇ ରହଣି ସମୟରେ ଅଣ୍ଡରୱାର୍ଲ୍ଡ ସହ ସଂପର୍କ ଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି।

ଗତକାଲି କୋର୍ଟରେ ହାଜର ସମୟରେ ଏଭଳି ଅଭିଯୋଗକୁ ଅସ୍ୱୀକାର କରିଥିଲେ ସାହାରୁଦ୍ଦିନ୍‌। ଗ୍ରୀନ୍‌ରେ ଓଡ଼ିଶାରୁ ୫୦୦ କୋଟି ଓ ଦେଶରୁ ୨୦୦୦ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି।

Related story