ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କୁ ଘାଣ୍ଟିଲା ସିବିଆଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଫେରିଲା ସିବିଆଇ ଭୂତ। ପୁଣି ଖୋଲିଲା ଚିଟ୍‌ଫଣ୍ଡ ମହାଠକେଇ ପେଡ଼ି। ବରିଷ୍ଠ ବିଜେଡି ବିଧାୟକ ତଥା ପୂର୍ବତନ ପର୍ଯ୍ୟଟନ ମନ୍ତ୍ରୀ ଦେବୀ ମିଶ୍ରଙ୍କ ଘରେ ଆଜି ହୋଇଛି ସିବିଆଇ ରେଡ୍‌। ଆଜି ସକାଳ ପ୍ରାୟ ୮ଟା ହେବ। ହଠାତ ବିଧାୟକ ଦେବୀ ମିଶ୍ରଙ୍କ ଭୁବନେଶ୍ୱର ୟୁନିଟ-୧ ସ୍ଥିତ ସରକାରୀ କ୍ୱାର୍ଟର୍ସରେ ପହଞ୍ଚିଥିଲା ସିବିଆଇ ଟିମ୍‌। ମହାନଦୀରେ ସି-ସୋର ବୋଟିଂ ପ୍ରକଳ୍ପକୁ ନେଇ ଦୀର୍ଘ ସାଢ଼େ ୩ ଘଣ୍ଟାରୁ ଅଧିକ ସମୟ ଧରି ଦେବୀ […]

debi-mishra

debi-mishra

Manoranjan Sial
  • Published: Friday, 18 September 2020
  • Updated: 18 September 2020, 07:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଫେରିଲା ସିବିଆଇ ଭୂତ। ପୁଣି ଖୋଲିଲା ଚିଟ୍‌ଫଣ୍ଡ ମହାଠକେଇ ପେଡ଼ି। ବରିଷ୍ଠ ବିଜେଡି ବିଧାୟକ ତଥା ପୂର୍ବତନ ପର୍ଯ୍ୟଟନ ମନ୍ତ୍ରୀ ଦେବୀ ମିଶ୍ରଙ୍କ ଘରେ ଆଜି ହୋଇଛି ସିବିଆଇ ରେଡ୍‌।

ଆଜି ସକାଳ ପ୍ରାୟ ୮ଟା ହେବ। ହଠାତ ବିଧାୟକ ଦେବୀ ମିଶ୍ରଙ୍କ ଭୁବନେଶ୍ୱର ୟୁନିଟ-୧ ସ୍ଥିତ ସରକାରୀ କ୍ୱାର୍ଟର୍ସରେ ପହଞ୍ଚିଥିଲା ସିବିଆଇ ଟିମ୍‌। ମହାନଦୀରେ ସି-ସୋର ବୋଟିଂ ପ୍ରକଳ୍ପକୁ ନେଇ ଦୀର୍ଘ ସାଢ଼େ ୩ ଘଣ୍ଟାରୁ ଅଧିକ ସମୟ ଧରି ଦେବୀ ମିଶ୍ରଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିବା ସହ ମାଗିଥିଲା ସେ ସଂପର୍କିତ ଅଧିକ ପ୍ରମାଣ। ତେବେ ଫେରିବା ବେଳେ ସିବିଆଇ ଟିମ୍‌ ହାତରେ ଦେଖିବାକୁ ମିଳିଥିଲା ଏକ ନଥିପତ୍ର ଭର୍ତ୍ତି ଫାଇଲ୍‌। ତାହା ହେଲେ ସି-ସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ଏକ ପ୍ରମୁଖ ଅଂଶ ଭାବେ ବିବେଚନା କରାଯାଉଥିବା ମହାନଦୀ ବୋଟିଂ ପ୍ରକଳ୍ପ ଡିଲ୍‌ ନେଇ କି ମିଳିଲା କି ନୂଆ ନଥିପତ୍ର?

ସି-ସୋର ସହ ଡିଲ୍‌ ନେଇ କଣ ଅଧିକ ପ୍ରମାଣ ମିଳିଲା କି ? ସେ ସମ୍ପର୍କରେ ସିବିଆଇ ଅଧିକାରୀଙ୍କଠାରୁ କିନ୍ତୁ କୌଣସି ଉତ୍ତର ମିଳିନଥିବା ବେଳେ ବିଧାୟକ ଦେବୀ ମିଶ୍ର କହିଥିଲେ, ସିବିଆଇ ତାଙ୍କ ଘରେ ରେଡ୍ କରିନି। ବରଂ କେବଳ କାଗଜପତ୍ର କଥା ପଚାରିଥିଲେ। ସିବିଆଇକୁ ସେ ତଦନ୍ତରେ ସବୁବେଳେ ସହଯୋଗ କରି ଆସିଛନ୍ତି। ଏପରିକି ଥରେ ସିବିଆଇ ଜେରାର ସାମ୍ନା କରିଛି ବୋଲି କହିଛନ୍ତି ଦେବୀ ପ୍ରସାଦ ମିଶ୍ର।

ତେବେ ଆଜିର ସିବିଆଇ ରେଡ୍‌ ସଂପର୍କରେ ସାମ୍ବାଦିକଙ୍କୁ ସୂଚନା ଦେବା ବେଳେ ବିଧାୟକ ଦେବୀ ମିଶ୍ର ଏମିତି କିଛି ତଥ୍ୟ ପ୍ରକାଶ କରିଛନ୍ତି ଯାହା କି ସି-ସୋର ମହାନଦୀ ପର୍ଯ୍ୟଟନ ପ୍ରକଳ୍ପକୁ ନେଇ ଭିତରେ ଭିତରେ ଅନେକ ଅସମାହିତ ପ୍ରଶ୍ନ ଛିଡ଼ା କରିଛି। ଦେବୀ ମିଶ୍ର କହିଛନ୍ତି, ୨୦୧୩ରୁ ସିବିଆଇ ଏହି ମାମଲାର ତଦନ୍ତ କରୁଛି। ଯେହେତୁ ସେତେବେଳେ ସେ ପର୍ଯ୍ୟଟନ ମନ୍ତ୍ରୀ ଥିଲେ, ତେଣୁ ତାଙ୍କୁ ପଚାରୁଛି। ତେବେ ସି-ସୋରକୁ ଉକ୍ତ ପ୍ରକଳ୍ପ ଦେବାରେ ମନ୍ତ୍ରୀ ଭାବେ ତାହା ତାଙ୍କ ନିଜସ୍ୱ ନିଷ୍ପତ୍ତି ନଥିଲା ବରଂ ସରକାରୀ ନିଷ୍ପତ୍ତି ଥିଲା। ତେଣୁ ଏଠି ପ୍ରଶ୍ନଉଠୁଛି ଯଦି ପର୍ଯ୍ୟଟନମନ୍ତ୍ରୀ ଭାବେ ଦେବୀ ମିଶ୍ର ଏ ପ୍ରକଳ୍ପ ସି-ସୋରକୁ ଦେବା ନିଷ୍ପତ୍ତି ତାଙ୍କର ନଥିଲା। ତାହାଲେ ସେତେବେଳେ ସରକାରର ଆଉ କେଉଁ ପ୍ରଭାବଶାଳୀ ବ୍ୟକ୍ତି ଓ କାହା ଇଂଗିତରେ ହୋଇଥିଲା ସେହି ଡିଲ୍‌? ନିରୀହ ଜନତାଙ୍କ ଶହ ଶହ କୋଟି ଟଙ୍କାକୁ ଲୁଟିବା ମନବୃତ୍ତି ରଖିଥିବା ଏକ ଠକ କମ୍ପାନୀ ସହ ସେତେବେଳେ ଡିଲ୍‌ କରିବାକୁ ଜଣେ ମନ୍ତ୍ରୀଙ୍କଠୁ ଆହୁରି କେଉଁ ପ୍ରଭାବଶାଳୀ ପକାଇଥିଲେ ଚାପ? ଯାହାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛି ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ମିଳିତ ଜମାକାରୀ ମଞ୍ଚ।

ତେବେ କେବଳ ଭୁବନେଶ୍ୱର ନୁହେଁ, ଦେବୀ ମିଶ୍ରଙ୍କ ନରସିଂହପୁରସ୍ଥିତ ପୈତୃକ ଘର ସହ କଟକ, ଭଦ୍ରକ ସମେତ ୭ଟି ଜାଗାରେ ସିବିଆଇ ରେଡ୍ କରିଥିବା ସୂଚନା ମିଳିଛି। ହେଲେ ୭ ବର୍ଷ ପରେ ପୁଣି ରେଡ୍‌ ପଛରେ କିଛି ରାଜନୈତିକ ଅଭିସନ୍ଧି ଅଛି କି ବୋଲି ପ୍ରଶ୍ନରେ ପ୍ରତିକ୍ରିୟା ରଖି ଦେବୀ ମିଶ୍ର କହିଥିଲେ, ସେକଥା ଭବିଷ୍ୟତର ଘଟଣା ପ୍ରବାହରୁ ସ୍ପଷ୍ଟ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story