ଦେବୀ, ରବି ନାରାୟଣ ନନ୍ଦଙ୍କ ଘର ସହ ୮ଟି ସ୍ଥାନରେ ସିବିଆଇର ରେଡ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଫେରିଲା ସିବିଆଇ ଭୂତ। ପୁଣି ଖୋଲିଲା ଚିଟ୍‌ଫଣ୍ଡ ମହାଠକେଇ ପେଡ଼ି। ସି-ସୋର ଚିଟ୍‌ଫଣ୍ଡ ଲିଙ୍କରେ ଆଜି CBI ପକ୍ଷରୁ ୮ଟି ସ୍ଥାନରେ ରେଡ୍‌ ହୋଇଛି। ସକାଳେ ସିବିଆଇ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଭୁବନେଶ୍ୱର ସ୍ଥିତ ଘରେ ରେଡ୍‌ କରିଥିଲା। ପରେ ଦେବୀ ମିଶ୍ରଙ୍କ ନରସିଂହପୁରସ୍ଥିତ ପୈତୃକ ଘର ସହ କଟକ, ଭଦ୍ରକ ସମେତ ୭ଟି ଜାଗାରେ ରେଡ୍‌ କରିଥିଲା ସିବିଆଇ। ଦେବୀ ମିଶ୍ରଙ୍କ ଛଡ଼ା ତତ୍କାଳୀନ ପର୍ଯ୍ୟଟନ ନିର୍ଦ୍ଦେଶକ ରବି […]

cbi

cbi

Manoranjan Sial
  • Published: Friday, 18 September 2020
  • Updated: 18 September 2020, 08:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଫେରିଲା ସିବିଆଇ ଭୂତ। ପୁଣି ଖୋଲିଲା ଚିଟ୍‌ଫଣ୍ଡ ମହାଠକେଇ ପେଡ଼ି। ସି-ସୋର ଚିଟ୍‌ଫଣ୍ଡ ଲିଙ୍କରେ ଆଜି CBI ପକ୍ଷରୁ ୮ଟି ସ୍ଥାନରେ ରେଡ୍‌ ହୋଇଛି। ସକାଳେ ସିବିଆଇ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଭୁବନେଶ୍ୱର ସ୍ଥିତ ଘରେ ରେଡ୍‌ କରିଥିଲା। ପରେ ଦେବୀ ମିଶ୍ରଙ୍କ ନରସିଂହପୁରସ୍ଥିତ ପୈତୃକ ଘର ସହ କଟକ, ଭଦ୍ରକ ସମେତ ୭ଟି ଜାଗାରେ ରେଡ୍‌ କରିଥିଲା ସିବିଆଇ। ଦେବୀ ମିଶ୍ରଙ୍କ ଛଡ଼ା ତତ୍କାଳୀନ ପର୍ଯ୍ୟଟନ ନିର୍ଦ୍ଦେଶକ ରବି ନାରାୟଣ ନନ୍ଦ, ଆଭେନ୍ୟା ଆସୋସିଏଟ୍‌ ପ୍ରା.ଲି. MD ବିଷ୍ଣୁ ମିଶ୍ର, ସ୍ୱାଗତିକା ଇନଫ୍ରା ଲି. MD ପ୍ରଶାନ୍ତ ପଟ୍ଟନାୟକ ଘର ଓ ଆଉ ୨ଟି କମ୍ପାନୀ ଉପରେ ରେଡ୍‌ କଲା ସିବିଆଇ।

ଆଜି ସକାଳ ପ୍ରାୟ ୮ଟା ହେବ। ହଠାତ ବିଧାୟକ ଦେବୀ ମିଶ୍ରଙ୍କ ଭୁବନେଶ୍ୱର ୟୁନିଟ-୧ ସ୍ଥିତ ସରକାରୀ କ୍ୱାର୍ଟର୍ସରେ ପହଞ୍ଚିଥିଲା ସିବିଆଇ ଟିମ୍‌। ମହାନଦୀରେ ସି-ସୋର ବୋଟିଂ ପ୍ରକଳ୍ପକୁ ନେଇ ଦୀର୍ଘ ସାଢ଼େ ୩ ଘଣ୍ଟାରୁ ଅଧିକ ସମୟ ଧରି ଦେବୀ ମିଶ୍ରଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିବା ସହ ମାଗିଥିଲା ସେ ସଂପର୍କିତ ଅଧିକ ପ୍ରମାଣ। ତେବେ ଫେରିବା ବେଳେ ସିବିଆଇ ଟିମ୍‌ ହାତରେ ଦେଖିବାକୁ ମିଳିଥିଲା ଏକ ନଥିପତ୍ର ଭର୍ତ୍ତି ଫାଇଲ୍‌। ତାହା ହେଲେ ସି-ସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ଏକ ପ୍ରମୁଖ ଅଂଶ ଭାବେ ବିବେଚନା କରାଯାଉଥିବା ମହାନଦୀ ବୋଟିଂ ପ୍ରକଳ୍ପ ଡିଲ୍‌ ନେଇ କି ମିଳିଲା କି ନୂଆ ନଥିପତ୍ର? ସି-ସୋର ସହ ଡିଲ୍‌ ନେଇ କଣ ଅଧିକ ପ୍ରମାଣ ମିଳିଲା କି ? ସେ ସମ୍ପର୍କରେ ସିବିଆଇ ଅଧିକାରୀଙ୍କଠାରୁ କିନ୍ତୁ କୌଣସି ଉତ୍ତର ମିଳିନଥିବା ବେଳେ ବିଧାୟକ ଦେବୀ ମିଶ୍ର କହିଥିଲେ, ସିବିଆଇ ତାଙ୍କ ଘରେ ରେଡ୍ କରିନି। ବରଂ କେବଳ କାଗଜପତ୍ର କଥା ପଚାରିଥିଲେ। ସିବିଆଇକୁ ସେ ତଦନ୍ତରେ ସବୁବେଳେ ସହଯୋଗ କରି ଆସିଛନ୍ତି। ଏପରିକି ଥରେ ସିବିଆଇ ଜେରାର ସାମ୍ନା କରିଛି ବୋଲି କହିଛନ୍ତି ଦେବୀ ପ୍ରସାଦ ମିଶ୍ର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos