ରାଜ୍ୟ ସରକାରଙ୍କଠୁୁ ତଥ୍ୟ ନେଲା ସିବିଆଇ, କାରଣ ଅସ୍ପଷ୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ପୁଣିଥରେ ରାଜ୍ୟରେ ସକ୍ରିୟ ହୋଇଛି। ରାଜ୍ୟରୁ ପ୍ରକାଶିତ ହେଉଥିବା ୩ଟି ଦୈନିକ ସମ୍ବାଦପତ୍ର ସମ୍ପର୍କରେ ସିବିଆଇ ଖୋଳତାଡ଼ ଆରମ୍ଭ କରିଛି। ତେବେ କେଉଁ କାରଣ ପାଇଁ ସିବିଆଇ ଏଭଳି ଖୋଳତାଡ଼ କରୁଛି, ତାହା ସ୍ପଷ୍ଟ ହୋଇନଥିଲେ ବି ସିବିଆଇ ମାଗିଥିବା ତଥ୍ୟ ରାଜ୍ୟ ସରକାର ଆଜି ଦେଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶ ବିଶ୍ୱଜିତ୍ ଦାଶ ଆଜି ସିବିଆଇ […]

CBI

CBI

Manoranjan Sial
  • Published: Monday, 02 November 2020
  • Updated: 02 November 2020, 11:02 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ପୁଣିଥରେ ରାଜ୍ୟରେ ସକ୍ରିୟ ହୋଇଛି। ରାଜ୍ୟରୁ ପ୍ରକାଶିତ ହେଉଥିବା ୩ଟି ଦୈନିକ ସମ୍ବାଦପତ୍ର ସମ୍ପର୍କରେ ସିବିଆଇ ଖୋଳତାଡ଼ ଆରମ୍ଭ କରିଛି। ତେବେ କେଉଁ କାରଣ ପାଇଁ ସିବିଆଇ ଏଭଳି ଖୋଳତାଡ଼ କରୁଛି, ତାହା ସ୍ପଷ୍ଟ ହୋଇନଥିଲେ ବି ସିବିଆଇ ମାଗିଥିବା ତଥ୍ୟ ରାଜ୍ୟ ସରକାର ଆଜି ଦେଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶ ବିଶ୍ୱଜିତ୍ ଦାଶ ଆଜି ସିବିଆଇ ଇନ୍ସପେକ୍ଟରଙ୍କୁ ଚିଠି ଲେଖି ଅକ୍ଟୋବର ୨୭ ତାରିଖରେ ମାଗିଥିବା ତଥ୍ୟ ଦେଇଥିବା ଉଲ୍ଲେଖ କରିଛନ୍ତି। ସିବିଆଇ ରାଜ୍ୟ ସରକାରଙ୍କୁ ୨୭ ତାରିଖରେ ଚିଠି ଲେଖି ଦସ୍ତାବିଜ୍ ଓ ତଥ୍ୟ ଦେବାକୁ କହିଥିଲା। ଯାହା ଆଧାରରେ ବିଭାଗର ଉପନିର୍ଦ୍ଦେଶକ ଶ୍ରୀ ଦାସ ଭୁବନେଶ୍ୱରସ୍ଥିତ ସିବିଆଇ ଏସପି ଅଫିସକୁ ଚିଠି ଲେଖି ସୂଚନା ଦେଇଛନ୍ତି। ତେବେ ସିବିଆଇ କାହିଁକି ଏହି ନିର୍ଦ୍ଦିଷ୍ଟ ୩ଟି ସମ୍ବାଦପତ୍ର ସମ୍ପର୍କରେ ତଥ୍ୟ ମାଗିଥିଲା ତାହା ଜଣାପଡ଼ିନି। ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେମାନେ ଆନୁଷ୍ଠାନିକ ଭାବେ କିଛି କହିବାକୁ ମନା କରିଦେଇଛନ୍ତି।

ସୂଚନାଯୋଗ୍ୟ, ଚିଟଫଣ୍ଡ ମାମଲାର ତଦନ୍ତ କରୁଥିବା ସିବିଆଇ ପୂର୍ବରୁ ମଧ୍ୟ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗରୁ କେତେକ ଦସ୍ତାବିଜ ନେଇଥିଲା। ଆଜି ପୁଣି ଅନ୍ୟ ସମ୍ବାଦପତ୍ର ସମ୍ପର୍କରେ ସିବିଆଇ ତଥ୍ୟ ଦିଆଯାଇଛି। ତେବେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ କିଭଳି ନିୟମିତ ଭାବେ ସିବିଆଇର ସ୍କାନରରେ ରହିଛି ତାକୁ ନେଇ ପ୍ରଶ୍ନ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story