ସିବିଏସଇ ପରୀକ୍ଷା ଫି ବୃଦ୍ଧିକୁ ତୀବ୍ର ବିରୋଧ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ଦଶମ ଓ ଦ୍ୱାଦଶ ପରୀକ୍ଷା ଫି ବୃଦ୍ଧି କରାଯାଉଛି।  ହଠାତ୍‌ ଏପରି ଅହେତୁକ ପରୀକ୍ଷା ଫି ବୃଦ୍ଧିକୁ ଓଡ଼ିଶା ଅଭିଭାବକ ମହାସଂଘ ବିରୋଧ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛି । ତା’ସହ ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଚିଠି ଲେଖି CBSE ପରୀକ୍ଷା ଫି ବୃଦ୍ଧି ନିଷ୍ପତ୍ତି ପ୍ରତ୍ୟାହାର କରିନେବାକୁ ମହାସଂଘ ଦାବି କରିଛି । CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ […]

cbse-1..

Niharika Rout
  • Published: Monday, 12 August 2019
  • , Updated: 12 August 2019, 01:03 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ଦଶମ ଓ ଦ୍ୱାଦଶ ପରୀକ୍ଷା ଫି ବୃଦ୍ଧି କରାଯାଉଛି।  ହଠାତ୍‌ ଏପରି ଅହେତୁକ ପରୀକ୍ଷା ଫି ବୃଦ୍ଧିକୁ ଓଡ଼ିଶା ଅଭିଭାବକ ମହାସଂଘ ବିରୋଧ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛି । ତା’ସହ ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଚିଠି ଲେଖି CBSE ପରୀକ୍ଷା ଫି ବୃଦ୍ଧି ନିଷ୍ପତ୍ତି ପ୍ରତ୍ୟାହାର କରିନେବାକୁ ମହାସଂଘ ଦାବି କରିଛି ।

CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫି ବୃଦ୍ଧି କରିଛନ୍ତି ସିବିଏସ୍ଇ କର୍ତ୍ତୃପକ୍ଷ । ଉଭୟ SC/ST ଓ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ଫିରେ ହୋଇଛି ଅସମ୍ଭବ ବୃଦ୍ଧି। ପୂର୍ବରୁ SC/ST ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି ୫୦ ଟଙ୍କା ଥିବା ବେଳେ ଏହା  ତାହା ୧୨ଶହ ଟଙ୍କାରେ ପହଞ୍ଚିଛି।

ସେହିପରି ସାଧାରଣ ବର୍ଗର ଛାତ୍ରଛାତ୍ରୀ ୭୫୦ ଟଙ୍କା ପରିବର୍ତ୍ତେ ୧୫ ଶହ ଟଙ୍କା ଦେବେ । ମାଇଗ୍ରେସନ୍ ଫି ୧୫୦ ଟଙ୍କା ବଦଳରେ ୩୫୦ ଟଙ୍କାକୁ ବୃଦ୍ଧି କରିଛି ସିବିଏସଇ । ତେବେ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ କୌଣସି ପରୀକ୍ଷା ଫି ଦେବାକୁ ପଡ଼ିବ ନାହିଁ  ବୋଲି ସିବିଏସ୍‌ଇ ପକ୍ଷରୁ ଘୋଷଣା କରାଯାଇଛି।

Related story