ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଦଳିବ ସିବିଏସ୍ଇ ଗଣିତ ପରୀକ୍ଷା ଢାଞ୍ଚା। ଗଣିତ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇ ପ୍ରକାର ପ୍ରଶ୍ନପତ୍ର କରିବାକୁ ଯୋଜନା କରୁଛି ସିବିଏସ୍ଇ। ଗୋଟିଏ ସରଳ ଓ ଅନ୍ୟଟି ଜଟିଳ। ଭବିଷ୍ୟତରେ ଗଣିତ ବିହୀନ ଉଚ୍ଚଶିକ୍ଷା କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନେ ଗଣିତ ପରୀକ୍ଷାରେ ସରଳ ପ୍ରଶ୍ନପତ୍ରକୁ ବାଛିପାରିବେ। ନବମ, ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଏହି ବ୍ୟବସ୍ଥା ଲାଗୁ କରିବାକୁ ବିଚାର କରାଯାଉଛି। ସିବିଏସ୍ଇ ଆଭ୍ୟନ୍ତରୀଣ ଭାବେ ଏହି ପ୍ରସ୍ତାବକୁ ଅନୁମୋଦନ କଲେ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ NCERT ପାଖକୁ ପଠାଯିବ। ଏହାପରେ ୟୁଜିସି ପାଖକୁ ମଧ୍ୟ ଏହି ପ୍ରସ୍ତାବ ଅନୁମୋଦନ ପାଇଁ ପଠାଯିବ। ଏଭଳି ବ୍ୟବସ୍ଥା ଦ୍ୱାରା ଜେଇଇ ପରୀକ୍ଷା ଦେବାକୁ ଇଚ୍ଛୁକ ଛାତ୍ରଛାତ୍ରୀ ଜଟିଳ ଗଣିତ ଓ ନିଟ୍ ପରୀକ୍ଷା ଦେବାକୁ ଚାହୁଁଥିବା ଛାତ୍ରଛାତ୍ରୀ ସରଳ ଗଣିତ ପ୍ରଶ୍ନପତ୍ର ବାଛିପାରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।