ଶ୍ରୀମନ୍ଦିର ଭିତରକାଠ ନିକଟରେ ଜଗିବ ସିସିଟିଭି!

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଭିତରେ ଆଉ ଚଳିବନି ସେବାୟତଙ୍କ ଦାଦାଗିରି। ଭକ୍ତଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ ଉପରେ ଲାଗିବ ରୋକ୍। ଉଭୟ ଭକ୍ତ ଓ ସେବାୟତଙ୍କ ଆଚରଣକୁ ଜଗିବ ସିସିଟିଭି। ଗତ ରବିବାର ମହାରାଷ୍ଟ୍ରରୁ ଜଗନ୍ନାଥ ଦର୍ଶନ ପାଇଁ ଆସିଥିବା ଭକ୍ତଙ୍କୁ ମନ୍ଦିର ଭିତରେ ସେବାୟତଙ୍କ ଆକ୍ରମଣ ଘଟଣାକୁ ଗମ୍ଭୀରତାର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ପୋଲିସ୍। ଏହି ଘଟଣାରେ ୨ଜଣ ସେବାୟତଙ୍କୁ ନିଲମ୍ବନ ମଧ୍ୟ କରାଯାଇଛି। ଆଗକୁ ଏଭଳି ଘଟଣାକୁ ରୋକିବା […]

cctv instal in puri jagannath temple

Rakesh Mallick
  • Published: Tuesday, 22 May 2018
  • , Updated: 22 May 2018, 08:33 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଭିତରେ ଆଉ ଚଳିବନି ସେବାୟତଙ୍କ ଦାଦାଗିରି। ଭକ୍ତଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ ଉପରେ ଲାଗିବ ରୋକ୍। ଉଭୟ ଭକ୍ତ ଓ ସେବାୟତଙ୍କ ଆଚରଣକୁ ଜଗିବ ସିସିଟିଭି। ଗତ ରବିବାର ମହାରାଷ୍ଟ୍ରରୁ ଜଗନ୍ନାଥ ଦର୍ଶନ ପାଇଁ ଆସିଥିବା ଭକ୍ତଙ୍କୁ ମନ୍ଦିର ଭିତରେ ସେବାୟତଙ୍କ ଆକ୍ରମଣ ଘଟଣାକୁ ଗମ୍ଭୀରତାର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ପୋଲିସ୍। ଏହି ଘଟଣାରେ ୨ଜଣ ସେବାୟତଙ୍କୁ ନିଲମ୍ବନ ମଧ୍ୟ କରାଯାଇଛି। ଆଗକୁ ଏଭଳି ଘଟଣାକୁ ରୋକିବା ସହ ସେବାୟତଙ୍କ ଆଚରଣ ଉପରେ କଡ଼ା ନଜର ରଖିବାକୁ ଭିତରକାଠ ନିକଟ ଝରିରେ ସିସିଟିଭି ଲଗାଇବାକୁ ଚିନ୍ତା କରୁଛି ମନ୍ଦିର ପ୍ରଶାସନ। ତେବେ ଠାକୁରଙ୍କ ଗୁପ୍ତ ନୀତି ଚାଲୁଥିବା ସମୟରେ ସିସିଟିଭିକୁ ବନ୍ଦ ରଖାଯିବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ ଦାଶ କହିଛନ୍ତି।

ରାଜ୍ୟ ଓ ରାଜ୍ୟ ବାହାରୁ ଜଗନ୍ନାଥ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରେ ସେବାୟତଙ୍କ ଦୁର୍ବ୍ୟବହାର ଓ ଆକ୍ରମଣ ଘଟଣା ନୂଆ ନୁହେଁ। ବିଶେଷକରି ଯାତ୍ରୀ ପଣ୍ଡାଙ୍କ ବିବାଦ ସାଙ୍ଗକୁ ଭକ୍ତଙ୍କଠାରୁ ଦକ୍ଷିଣା ନେବାକୁ ନେଇ ଅନେକ ସମୟରେ ମନ୍ଦିର ଭିତରେ ସୃଷ୍ଟି ହେଉଛି ଅପ୍ରୀତିକର ପରିସ୍ଥିତି। ଏମିତିକି ଏହାକୁ ଜଗିବାକୁ ପୂର୍ବରୁ ମନ୍ଦିର ପରିସରରେ ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇଥିଲା। ହେଲେ ଶ୍ରୀମନ୍ଦିର ଭିତର ଦୃଶ୍ୟ ବାହାରେ ପ୍ରଘଟ ହେବା ଆଶଙ୍କା କରି ଏହାକୁ ବନ୍ଦ କରି ଦିଆଯାଇଛି। ଏବେ ଭିତରକାଠ ଦର୍ଶନ ସ୍ଥାନରେ ସିସିଟିଭି ଲଗାଯାଇ ନଜର ରଖାଯିବା ନିଷ୍ପତ୍ତିକୁ ଉତ୍ତମ ବୋଲି କହିଛନ୍ତି ଭକ୍ତ।

Related story