ଭିଜିଲାନ୍ସ ରେଡ୍‌: ସିଡିପିଓ କହିଲେ ମୋ ପାଖରେ କିଛି ନାହିଁ

ବରଗଡ଼(ଦୀପକ ଶର୍ମା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରପାଲି ସିଡିପିଓ ସଂଯୁକ୍ତା ଲେଙ୍କାଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢଉ କରାଯାଇଛି। ସଂଯୁକ୍ତାଙ୍କ ବରଗଡ ସହର ସ୍ଥିତ କାଳୀମନ୍ଦିର ଛକ ପାଖ ବାସଭବନ ଓ ପ୍ରଧାନପାଲି ସ୍ଥିତ ବାସଭବନରେ ଏକକାଳୀନ ଚଢ଼ଉ ଚାଲିଛି। ବରଗଡ ଭିଜିଲାନ୍ସ ଡିଏସପି ବରେନ୍ଦ୍ର ନାୟକଙ୍କ ନେତୃତ୍ୱରେ ଭିଜିଲାନ୍ସ ଟିମ୍ ଏହି ଚଢଉରେ ସାମିଲ ହୋଇଛନ୍ତି। ବରପାଲି ସିଡିପିଓ ସଂଯୁକ୍ତା ଲେଙ୍କା ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘ମୋ ଉପରେ ରାଗ […]

dsa

Tapas Behera
  • Published: Thursday, 14 November 2019
  • , Updated: 14 November 2019, 05:41 PM IST

ବରଗଡ଼(ଦୀପକ ଶର୍ମା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରପାଲି ସିଡିପିଓ ସଂଯୁକ୍ତା ଲେଙ୍କାଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢଉ କରାଯାଇଛି। ସଂଯୁକ୍ତାଙ୍କ ବରଗଡ ସହର ସ୍ଥିତ କାଳୀମନ୍ଦିର ଛକ ପାଖ ବାସଭବନ ଓ ପ୍ରଧାନପାଲି ସ୍ଥିତ ବାସଭବନରେ ଏକକାଳୀନ ଚଢ଼ଉ ଚାଲିଛି। ବରଗଡ ଭିଜିଲାନ୍ସ ଡିଏସପି ବରେନ୍ଦ୍ର ନାୟକଙ୍କ ନେତୃତ୍ୱରେ ଭିଜିଲାନ୍ସ ଟିମ୍ ଏହି ଚଢଉରେ ସାମିଲ ହୋଇଛନ୍ତି।

ବରପାଲି ସିଡିପିଓ ସଂଯୁକ୍ତା ଲେଙ୍କା ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘ମୋ ଉପରେ ରାଗ ରଖି ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ମୋ ପାଖରେ କିଛି ନାହିଁ। ମୋ ନାଁରେ ୨୦ ଲକ୍ଷ ଟଙ୍କାର ଲୋନ୍‌ ରହିଛି।’

Related story