ଭୁବନେଶ୍ୱରରେ ପହଞ୍ଚିଲେ ସିଇସି ସଦସ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ପହଞ୍ଚିଲେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ସିଇସି ବା କେନ୍ଦ୍ରୀୟ କ୍ଷମତାସମ୍ପନ୍ନ କମିଟି ସଦସ୍ୟ । ଓଡିଶା ମିନେରାଲ ବିୟରିଂ ଏରିଆ ଡେଭଲେପମେଣ୍ଟ କର୍ପୋରେସନ ବା OMBADCରେ ବିନିଯୋଗ ହୋଇଥିବା ଅର୍ଥର ସମୀକ୍ଷା କରିବ ସିଇସି  ପି.ଭି. ଜୟକ୍ରିଷ୍ଣନ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ୪ ଜଣିଆ କମିଟି। କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ଏହାର ସମୀକ୍ଷା କରିବେ । ପ୍ରଥମେ କମିଟି ସଦସ୍ୟ ଭୁବନେଶ୍ୱରରେ OMBADC ଅଧିକାରୀଙ୍କ ସହ ଆଲୋଚନା କରିବେ। […]

cec-1

cec-1

Niharika Rout
  • Published: Tuesday, 29 October 2019
  • Updated: 29 October 2019, 01:28 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ପହଞ୍ଚିଲେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ସିଇସି ବା କେନ୍ଦ୍ରୀୟ କ୍ଷମତାସମ୍ପନ୍ନ କମିଟି ସଦସ୍ୟ । ଓଡିଶା ମିନେରାଲ ବିୟରିଂ ଏରିଆ ଡେଭଲେପମେଣ୍ଟ କର୍ପୋରେସନ ବା OMBADCରେ ବିନିଯୋଗ ହୋଇଥିବା ଅର୍ଥର ସମୀକ୍ଷା କରିବ ସିଇସି  ପି.ଭି. ଜୟକ୍ରିଷ୍ଣନ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ୪ ଜଣିଆ କମିଟି।

କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ଏହାର ସମୀକ୍ଷା କରିବେ । ପ୍ରଥମେ କମିଟି ସଦସ୍ୟ ଭୁବନେଶ୍ୱରରେ OMBADC ଅଧିକାରୀଙ୍କ ସହ ଆଲୋଚନା କରିବେ। ଏହା ପରେ  କମିଟି ସଦସ୍ୟମାନେ କେନ୍ଦୁଝର ଗସ୍ତ କରିବେ । କେନ୍ଦୁଝରରେ ରହଣି ପରେ ଆସନ୍ତାକାଲି ମୟୂରଭଞ୍ଜ ଯାଇ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos