ଉତ୍ସବମୁଖର ବିଜେଡି କ୍ୟାମ୍ପ: ଉଠୁଛି ପଡୁଛି ରାସ୍ତାଘାଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପୁରରେ ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜୟ ମୁକୁଟ ପିନ୍ଧିବା ପରେ ସାରା ରାଜ୍ୟରେ ବିଜେଡି ଶିବିରରରେ ଦେଖିବାକୁ ମିଳିଥିଲା ଉତ୍ସାହର ପରିବେଶ। ବାଜା, ବାଣରେ ଦୁଲୁକି ଥିଲା ବିଜେଡି କ୍ୟାମ୍ପ୍। ବିଜୟ ଉଲ୍ଲାସରେ ନାଚୁଥିଲେ ଦଳୀୟ ନେତା ଓ କର୍ମୀ। ବିଜେପୁର ଉପନିର୍ବାଚନରେ ବାଜିମାତ୍ ପରେ ପଦ୍ମପୁରସ୍ଥିତ କାଉଣ୍ଟିଂ ସେଣ୍ଟର ଓ ଦଳର ମୁଖ୍ୟ କାର୍ଯ୍ୟାଳୟରେ ଆରମ୍ଭ ହୋଇଯାଇଥିଲା ଗ୍ରାଣ୍ଡ୍ ସେଲିବ୍ରେସନ। ନବୀନ ନିବାସରରେ ବି ଉତ୍ସବ ମୁଖର ପରିବେଶ ଥିଲା। […]

bijepur1

Rakesh Mallick
  • Published: Wednesday, 28 February 2018
  • , Updated: 01 March 2018, 02:28 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପୁରରେ ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜୟ ମୁକୁଟ ପିନ୍ଧିବା ପରେ ସାରା ରାଜ୍ୟରେ ବିଜେଡି ଶିବିରରରେ ଦେଖିବାକୁ ମିଳିଥିଲା ଉତ୍ସାହର ପରିବେଶ। ବାଜା, ବାଣରେ ଦୁଲୁକି ଥିଲା ବିଜେଡି କ୍ୟାମ୍ପ୍। ବିଜୟ ଉଲ୍ଲାସରେ ନାଚୁଥିଲେ ଦଳୀୟ ନେତା ଓ କର୍ମୀ। ବିଜେପୁର ଉପନିର୍ବାଚନରେ ବାଜିମାତ୍ ପରେ ପଦ୍ମପୁରସ୍ଥିତ କାଉଣ୍ଟିଂ ସେଣ୍ଟର ଓ ଦଳର ମୁଖ୍ୟ କାର୍ଯ୍ୟାଳୟରେ ଆରମ୍ଭ ହୋଇଯାଇଥିଲା ଗ୍ରାଣ୍ଡ୍ ସେଲିବ୍ରେସନ। ନବୀନ ନିବାସରରେ ବି ଉତ୍ସବ ମୁଖର ପରିବେଶ ଥିଲା। ବିଜେପୁର ଜନାଦେଶ ବିଜେଡି ସପକ୍ଷରେ ଯିବା ପରେ ଦଳର ନେତାମାନେ ବିଶାଳ ଶୋଭାଯାତ୍ରାରେ ଯାଇ ସୁପ୍ରିମୋ ନବୀନଙ୍କୁ ବଧାଇ ଜଣାଇଥିଲେ।

ଏହି ବହୁ ଚର୍ଚ୍ଚିତ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ, ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଅଶୋକ ପାଣିଗ୍ରାହୀଙ୍କୁ ୪୧ହଜାର ୯୩୩ ଭୋଟ୍‌ରେ ହରାଇଛନ୍ତି। ରୀତା ମୋଟ୍ ୧ ଲକ୍ଷ ୨ ହଜାର ୮୭୧ ଖଣ୍ଡ ଭୋଟ୍ ପାଇଥିବା ବେଳେ ଅଶୋକ ପାଇଛନ୍ତି ୬୦ ହଜାର ୯୩୮ ଭୋଟ୍। ସେହିଭଳି କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ମିଳିଛି ମାତ୍ର ୧୦ ହଜାର ୨୭୪ ଭୋଟ୍। ଏପରିକି କଂଗ୍ରେସ୍ ଏଠାରେ ଅମାନତ ହରାଇଛି।

ଏହି ବିପୁଳ ବିଜୟ ପାଇଁ ବିଜେପୁରସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରୀତା ସାହୁ। ନବୀନ କହିଛନ୍ତି ଶାନ୍ତିପ୍ରିୟ ଜନସାଧାରଣ ବିରୋଧୀଙ୍କ ହୀନ ରାଜନୀତି ଓ ହିଂସାକୁ ନାକଚ କରିଛନ୍ତି।

ଗୋଟିଏ ପଟେ ବିଜେଡି କ୍ୟାମ୍ପରେ ଉତ୍ସବ ଚାଲିଥିବା ବେଳେ ବିଜେପି ଓ କଂଗ୍ରେସ୍ ଶିବିରେ ନିରାଶା ଦେଖିବାକୁ ମିଳିଥିଲା। ପରାଜୟ ପରେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ କହିଛନ୍ତି ଏହା କଳାଟଙ୍କାର ବିଜୟ। ୨୦୧୯ରେ ବିଜେପିର ବିଜୟ ହେବ। ସେପଟେ ନିଜ ପରାଜୟ ପାଇଁ ଅର୍ଥାଭାବକୁ ଦାୟୀ କରିଛନ୍ତି କଂଗ୍ରେସ ପ୍ରାର୍ଥି ପ୍ରଣୟ ସାହୁ। ଦଳ ତରଫରୁ ତାଙ୍କୁ ପର୍ଯ୍ୟାପ୍ତ ଆର୍ଥିକ ସହଯୋଗ ନମିଳିବା ଓ ଅନ୍ୟ ଦଳ ଭଳି ଟଙ୍କା ଖର୍ଚ୍ଚ କରି ନପାରିବାରୁ ହାରିଲେ ବୋଲି କହିଛନ୍ତି ପ୍ରଣୟ।

୨୦୧୪ ନିର୍ବାଚନ ସହ ଉପନିର୍ବାଚନ ଫଳାଫଳକୁ ତୁଳନା କଲେ, ବିଜେଡି ଏଥର ବେଶ୍ ଆଗରେ ରହିଛି। ୨୦୧୪ରେ ବିଜେଡିର ଭୋଟ୍ ପ୍ରତିଶତ ୩୧.୮୮ ଥିଲା। ଏଥର ରହିଛି ୫୬.୬୧ ପ୍ରତିଶତ। ଅର୍ଥାତ ଗତଥର ଅପେକ୍ଷା ଦଳ ୨୪.୭୩ ପ୍ରତିଶତ ଅଧିକ ଭୋଟ୍ ପାଇଛି। ଗତଥର ୧୮.୧ ପ୍ରତିଶତ ଭୋଟ୍ ସହ ତୃତୀୟ ସ୍ଥାନରେ ଥିବା ବିଜେପି ଏଥର ୩୩.୫୩ ପ୍ରତିଶତ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନକୁ ଉଠିଛି। ଦଳର ଭୋଟ୍ ହାର ୧୫.୪୩ ପ୍ରତିଶତ ବୃଦ୍ଧି ପାଇଛି। ସବୁଠୁ ଅଧିକ ଘାଟା ସହିଛି କଂଗ୍ରେସ୍। ଗତଥର ୩୨.୧୫ ପ୍ରତିଶତ ଭୋଟ୍ ପାଇଥିବା କଂଗ୍ରେସ୍ ଏଥର ପାଇଛି ମାତ୍ର ୫.୬୫ ପ୍ରତିଶତ। ଯାହାକି ଗତ ନିର୍ବାଚନ ତୁଳନାରେ ୨୬.୫ ପ୍ରତିଶତ କମ୍।

Related story