ସମ୍ବଲପୁରରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ : ଉଠାଇଲେ ଟୁକଡ଼େ ଟୁକଡ଼େ ଗ୍ୟାଙ୍ଗ ପ୍ରସଙ୍ଗ

ସମ୍ବଲପୁର (ଓଡ଼ିଶା ରିପୋର୍ଟର):ସମ୍ବଲପୁରରେ CAA ସପକ୍ଷରେ ବିଜେପିର ବିଶାଳ ରାଲି । କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସ୍ଥାନୀୟ ସାଂସଦ ନିତେଶ ଗଙ୍ଗଦେବ ଓ ବିଧାୟକ ଜୟନାରାୟଣ ମିଶ୍ର ଏହି ରାଲିରେ ସାମିଲ ହୋଇଛନ୍ତି।   CAA ସମ୍ପର୍କିତ ଏକ ଜନଜାଗରଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାର କାଯର୍ୟକ୍ରମ ରହିଛି । ଏହି ଅବସରରେ JNU ପ୍ରସଙ୍ଗ ଉଠାଇ ଟୁକ୍ଡ଼େ ଟୁକ୍ଡ଼େ ଗ୍ୟାଙ୍ଗ୍ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ।  ଟୁକଡ଼େ […]

n-8b

Tapas Behera
  • Published: Saturday, 11 January 2020
  • , Updated: 11 January 2020, 03:41 PM IST

ସମ୍ବଲପୁର (ଓଡ଼ିଶା ରିପୋର୍ଟର):ସମ୍ବଲପୁରରେ CAA ସପକ୍ଷରେ ବିଜେପିର ବିଶାଳ ରାଲି । କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସ୍ଥାନୀୟ ସାଂସଦ ନିତେଶ ଗଙ୍ଗଦେବ ଓ ବିଧାୟକ ଜୟନାରାୟଣ ମିଶ୍ର ଏହି ରାଲିରେ ସାମିଲ ହୋଇଛନ୍ତି।   CAA ସମ୍ପର୍କିତ ଏକ ଜନଜାଗରଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାର କାଯର୍ୟକ୍ରମ ରହିଛି । ଏହି ଅବସରରେ JNU ପ୍ରସଙ୍ଗ ଉଠାଇ ଟୁକ୍ଡ଼େ ଟୁକ୍ଡ଼େ ଗ୍ୟାଙ୍ଗ୍ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ।  ଟୁକଡ଼େ ଟୁକଡ଼େ ଗ୍ୟାଙ୍ଗରେ ରାହୁଲ ଗାନ୍ଧି, ଅରବିନ୍ଦ କେଜରିୱାଲ, କମ୍ୟୁନିଷ୍ଟ ଓ RJD ରହିଥିବା କହିଛନ୍ତି ଗିରିରାଜ।  ସମ୍ବଲପୁର ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ସମଲେଶ୍ୱରୀ ମନ୍ଦିର ଯାଇ ମା’ଙ୍କ ଦର୍ଶନ କରିବା ସହ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ ଗିରିରାଜ। ତେବେ ଏନେଇ କଂଗ୍ରେସର କୌଣସି  ପ୍ରତିକ୍ରିୟା ମିଳିପାରିନି।

Related story