ନବୀନଙ୍କ ପ୍ରସ୍ତାବକୁ କେନ୍ଦ୍ର ସରକାର ବିଚାରବିମର୍ଶ କରୁଛନ୍ତି : ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆସ୍ଥା ପ୍ରକଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କେନ୍ଦ୍ରର ଟିକାକରଣ ନୀତିକୁ ସମର୍ଥନ କରିବା ଓ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଟିକା ଯୋଗାଇ ଦେବା ପାଇଁ ଅନୁରୋଧ କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ପ୍ରସ୍ତାବ ଉପରେ ମଧ୍ୟ ଭାରତ ସରକାର ବିଚାରବିମର୍ଶ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଆଜି ଭିଡିଓ କନଫରେନ୍ସିଂ […]

dharmendra-pradhan

dharmendra-pradhan

Ordigital Desk
  • Published: Wednesday, 02 June 2021
  • Updated: 02 June 2021, 09:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆସ୍ଥା ପ୍ରକଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କେନ୍ଦ୍ରର ଟିକାକରଣ ନୀତିକୁ ସମର୍ଥନ କରିବା ଓ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଟିକା ଯୋଗାଇ ଦେବା ପାଇଁ ଅନୁରୋଧ କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ପ୍ରସ୍ତାବ ଉପରେ ମଧ୍ୟ ଭାରତ ସରକାର ବିଚାରବିମର୍ଶ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଉରକେଲାରେ ୧୦୦ ବେଡ୍ ବିଶିଷ୍ଟ ‘ଇସ୍ପାତ ନିଦାନ କେନ୍ଦ୍ର’କୁ ଲୋକାର୍ପଣ କରିବା ଅବସର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଖୋଲାବଜାରରେ ଟିକା ଉପଲବ୍ଧି ପାଇଁ ଗତ ଏପ୍ରିଲ ମାସ ୧୬ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ। ଏହାପରେ ଅନେକ ରାଜ୍ୟ ମଧ୍ୟ ଖୋଲା ବଜାରରେ ଟିକା ଉପଲବ୍ଧି ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ।

ଭାରତ ସରକାର ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ମତାମତକୁ ସମ୍ମାନ ଦେଇ ଟିକାକରଣ ନୀତିର ବିକେନ୍ଦ୍ରୀକରଣ କଲେ। ଏବେ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କେନ୍ଦ୍ରର ଟିକାକରଣ ନୀତିକୁ ସମର୍ଥନ କରିବା ସହ କେନ୍ଦ୍ର ସରକାରଙ୍କ ମାଧ୍ୟମରେ ଟିକା ଉପଲବ୍ଧ କରାଯାଉ ବୋଲି ଅନୁରୋଧ କରିଛନ୍ତି। ଏହି ପ୍ରସ୍ତାବ ଉପରେ ମଧ୍ୟ ଭାରତ ସରକାର ବିଚାରବିମର୍ଶ କରୁଛନ୍ତି ବୋଲି କହିଛନ୍ତି।

ସେ ଓଡ଼ିଶାକୁ କେନ୍ଦ୍ର ସରକାର ଦେଇଥିବା କୋଭିଡ୍ ଟିକା ସମ୍ପର୍କରେ ତଥ୍ୟ ଦେଇ କହିଛନ୍ତି ଯେ, ଜନସଂଖ୍ୟା ଆଧାରରେ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ଟିକା ଯୋଗାଉଛନ୍ତି। ଭାରତର ଜନସଂଖ୍ୟା ଆଧାରରେ ଓଡ଼ିଶାର ଜନସଂଖ୍ୟା ୩.୧% ଥିବାବେଳେ ଓଡ଼ିଶାକୁ ଏବେସୁଦ୍ଧା ଟିକା ଉତ୍ପାଦନର ୩.୭୫ ପ୍ରତିଶତ ଉପଲବ୍ଧ ହୋଇଛି। ଓଡ଼ିଶାକୁ ମୋଟ ୮୫ଲକ୍ଷ ୧୭ହଜାର ୯୫୦ ଡୋଜ୍ ଟିକା ପ୍ରଦାନ କରାଯାଇଛି। ଏବେ ୫୦ ପ୍ରତିଶତ ଟିକା ଭାରତ ସରକାର ରାଜ୍ୟଗୁଡ଼ିକୁ ମାଗଣାରେ ଯୋଗାଉଥିବାବେଳେ ୨୫ ପ୍ରତିଶତ ଟିକା ରାଜ୍ୟ ସରକାର ଏବଂ ୨୫ ପ୍ରତିଶତ ଟିକା ଶିଳ୍ପ ଜଗତ ସେମାନଙ୍କର କର୍ମଚାରୀ ଏବଂ ପରିବାର ସଦସ୍ୟଙ୍କୁ ଲଗାଇବାର ନିଷ୍ପତ୍ତିି ନେଇଛନ୍ତି ବୋଲି କହିଛନ୍ତି।

ଶ୍ରୀ ପ୍ରଧାନ ଏହି କାର୍ଯ୍ୟକ୍ରମରେ କହିଥିଲେ ଯେ, ଖୁବ ଶୀଘ୍ର ଇସ୍ପାତ୍ ନିଦାନ କେନ୍ଦ୍ରରେ ଶଯ୍ୟା ସଂଖ୍ୟା ୫୦୦ କୁ ବୃଦ୍ଧି କରାଯିବ। ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଫଗନ ସିଂହ କୁଲସ୍ତେ, ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ବିଧାୟକ ଏବଂ ସେଲ୍ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story