ପ୍ରସନ୍ନଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ: ମୁଖ୍ୟମନ୍ତ୍ରୀଙ୍କୁ ଡାକି ଆଣିଥିଲ, ଛାଡ଼ିଲେ କାହିଁକି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୨୧ ତାରିଖରେ ହେବ ବିଜେପୁର ଉପନିର୍ବାଚନ। ଏଥିପାଇଁ ଜମୁଛି ପ୍ରଚାର ମୈଦାନ। ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ବିଜେଡି ଓ ବିଜେପିର ହେଭିୱେଟ୍ ନେତାମାନେ ସେଠାରେ ଡେରା ପକାଇଛନ୍ତି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦିନ ଧରି ବିଜେପୁରରେ ରୋଡ୍ ଶୋ’ କରୁଥିବା ବେଳେ ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ରାଲି ଏବଂ ସଭା କରୁଛନ୍ତି। […]

dharmendra-pradhan

Manoranjan Sial
  • Published: Friday, 18 October 2019
  • , Updated: 18 October 2019, 04:17 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୨୧ ତାରିଖରେ ହେବ ବିଜେପୁର ଉପନିର୍ବାଚନ। ଏଥିପାଇଁ ଜମୁଛି ପ୍ରଚାର ମୈଦାନ। ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ବିଜେଡି ଓ ବିଜେପିର ହେଭିୱେଟ୍ ନେତାମାନେ ସେଠାରେ ଡେରା ପକାଇଛନ୍ତି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦିନ ଧରି ବିଜେପୁରରେ ରୋଡ୍ ଶୋ’ କରୁଥିବା ବେଳେ ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ରାଲି ଏବଂ ସଭା କରୁଛନ୍ତି। ତେବେ ଏହି ପ୍ରଚାର ଭିତରେ ବିଜେପୁର ବିକାଶ ନେଇ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ କିଛି ପ୍ରଶ୍ନ ପଚାରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ଯାହା ଉତ୍ତର ସେ ପାଇନଥିବା ଆଜି କହିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ପଶ୍ଚିମ ଓଡ଼ିଶାର ବିକାଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ବିଜେପୁରରୁ ପ୍ରାର୍ଥୀ କରିଥିଲେ। ହେଲେ ସେ କାହିଁକି ବିଜେପୁର ଛାଡ଼ି ଚାଲିଗଲେ? ଏହା ଉତ୍ତର ପ୍ରସନ୍ନ ଆଚାର୍ଯ୍ୟ ଦେଉ ନାହାନ୍ତି। ମାତ୍ର ବିଜେପୁରବାସୀ ଆସନ୍ତା ୨୧ ତାରିଖରେ ଏହାର ଉତ୍ତର ଦେବେ।”

ସେ ଆହୁରି କହିଛନ୍ତି, “୨୦୧୮ ଉପନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେ କଣ ପ୍ରତିଶ୍ରୁତି ଦେଇଥିଲେ। ଯାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇନାହିଁ। ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପର କୁଆଡ଼େ ଗଲା? ପିଇବା ପାଣି ପ୍ରକଳ୍ପ କୁଆଡ଼େ ଗଲା? ଶିକ୍ଷିତ ଯୁବକଙ୍କ ପାଇଁ ରୋଜଗାର କାହିଁ? ଡାକ୍ତରଖାନାରେ ଡାକ୍ତର କାହାନ୍ତି? ସ୍କୁଲ ଓ କଲେଜରେ ଶିକ୍ଷକ କାହାନ୍ତି? ଏମିତି କେତେ କଣ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ଆଜିପର୍ଯ୍ୟନ୍ତ ତାହା ପୂରଣ କରାଯାଇ ପାରିନାହିଁ। ଏ ସବୁ ମିଥ୍ୟା ପ୍ରତିଶ୍ରୁତି ଧରାପଡ଼ି ଯାଇଛି। ଏହାର ଉତ୍ତର ବିଜେପୁରବାସୀ ଦେବେ। ରାଜ୍ୟ ମୁଖିଆ ବିଜେପୁରବାସୀଙ୍କ ପ୍ରତିଶ୍ରୁତି ପାଳନ କରିବା ପରିବର୍ତ୍ତେ ଆଉ ଏକ ଉପନିର୍ବାଚନ ଲଦି ଦେଲେ।”

ସେ ଆହୁରି କହିଛନ୍ତି, “ଓଡ଼ିଶାରେ କଂଗ୍ରେସ ନାହିଁ। ବିଜେଡିର ବି ଟିମ୍ ଭାବେ କଂଗ୍ରେସ କାମ କରୁଛି। ବିଜେପୁରରେ ସତମିଛର ଲଢ଼େଇ ହେବ ଆଉ ସତ୍ୟର ବିଜୟ ହେବ।”

Related story