ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ପ୍ରଂଶସା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କରୋନା ଭାଇରସ୍କୁ ରୋକିବା ପାଇଁ ଅର୍ଚ୍ଚିତା ନିଜେ ମାସ୍କ ତିଆରି କରି ସେଚେତନ କରୁଥିବାରୁ ଧର୍ମେନ୍ଦ୍ର ସମର୍ଥନ କରିଛନ୍ତି। ଏନେଇ ଟ୍ୱିଟ୍ କରି ଧର୍ମେନ୍ଦ୍ର ଲେଖିଛନ୍ତି ଯେ, ଅର୍ଚ୍ଚିତାଙ୍କ ବାର୍ତ୍ତା ଅନ୍ୟମାନଙ୍କୁ ମାସ୍କ ତିଆରି କରିବାରେ ପ୍ରେରଣା ଯୋଗାଇବ।
ଏହି ସମୟରେ ଆମେ ଏମିତି କାମ କରି ଜଣେ ଜଣେ କରୋନା ଯୋଦ୍ଧା ହୋଇପାରିବା ବୋଲି ଧର୍ମେନ୍ଦ୍ର ଲେଖିଛନ୍ତି। ଅର୍ଚ୍ଚିତା ଘରେ ରହି ନିଜେ ମାସ୍କ ତିଆରି କରୁଥିବାର ଭିଡିଓଟିକୁ ସେଆର କରିଛନ୍ତି। ସେଥିରେ ସେ ଘରେ ଥିବା କପଡ଼ାକୁ କେମିତି ମାସ୍କତିଆରି କରାଯାଇବ ତାର ପ୍ରଣାଳୀ ବତାଇବା ସହ ନିଜେ ଏହାକୁ ପିନ୍ଧିଛନ୍ତି।
Commendable effort by @architaworld. Her message will surely motivate people to prepare masks at home easily. Each one of us can be a #CoronaWarrior in this crucial time. #IndiaFightsCorona https://t.co/wVE197rmwn
— Dharmendra Pradhan (@dpradhanbjp) April 11, 2020
ସମସ୍ତେ ଏମିତି ଘରେ ମାସ୍କ ତିଆରି କରି ପିନ୍ଧିଲେ ଆମେ କରୋନାକୁ ମୁକାବିଲା କରିପାରିବା ବୋଲି ଅର୍ଚ୍ଚତା ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ଯାହାକୁ ସେଆର କରିଛନ୍ତି ଧର୍ମେନ୍ଦ୍ର। ପୂର୍ବରୁ ଧର୍ମେନ୍ଦ୍ରଙ୍କ ପତ୍ନୀ ମୁଦୁଳା ଠାକୁର ପ୍ରଧାନ ଓ ତାଙ୍କ ଝିଅ ମାସ୍କ ତିଆରି କରୁଥିବା ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏବେ ଏହି ମାସ୍କ ତିଆରି ଅଭିଯାନରେ ଅନେକ ସେଲେବ୍ରେଟି ସାମିଲ ହେଲେଣି।