ସିଏଏ ଜନଜାଗରଣ କାର୍ଯ୍ୟକ୍ରମ: ଆସନ୍ତାକାଲି ଓଡ଼ିଶା ଆସିବେ ଆଉ ୨ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗରିକତା ସଂଶୋଧନ ଆଇନ(ସିଏଏ) ସମର୍ଥନରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଆସନ୍ତାକାଲି ଆଉ ଦୁଇଜଣ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଓ ବାବୁଲ ସୁପ୍ରିୟୋ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ସିଏଏ ପ୍ରସଙ୍ଗରେ ୫ତାରିଖରୁ ଓଡ଼ିଶା ସମେତ ସମଗ୍ର ଦେଶରେ ବିଜେପି ପକ୍ଷରୁ ଜନ ଜାଗରଣ କାର୍ଯ୍ୟକ୍ରମ ଜାରି ରହିଛି। ୫ ତାରିଖରେ କେନ୍ଦ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ ଓଡ଼ିଶା ଗସ୍ତରେ ଆସି ଏହି କାର୍ଯ୍ୟକ୍ରମକୁ ଓଡ଼ିଶାରେ ଉଦଘାଟନ କରିଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ […]

central-minister-giriraj-singh-and-babul-supriyo-tomorrow-comes-to-odisha

Manoranjan Sial
  • Published: Thursday, 09 January 2020
  • , Updated: 09 January 2020, 07:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗରିକତା ସଂଶୋଧନ ଆଇନ(ସିଏଏ) ସମର୍ଥନରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଆସନ୍ତାକାଲି ଆଉ ଦୁଇଜଣ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଓ ବାବୁଲ ସୁପ୍ରିୟୋ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ସିଏଏ ପ୍ରସଙ୍ଗରେ ୫ତାରିଖରୁ ଓଡ଼ିଶା ସମେତ ସମଗ୍ର ଦେଶରେ ବିଜେପି ପକ୍ଷରୁ ଜନ ଜାଗରଣ କାର୍ଯ୍ୟକ୍ରମ ଜାରି ରହିଛି। ୫ ତାରିଖରେ କେନ୍ଦ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ ଓଡ଼ିଶା ଗସ୍ତରେ ଆସି ଏହି କାର୍ଯ୍ୟକ୍ରମକୁ ଓଡ଼ିଶାରେ ଉଦଘାଟନ କରିଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ସମେତ ଦଳର ବରିଷ୍ଠ ନେତାମାନେ ଜନଜାଗରଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି।

ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗିରିରାଜ ସିଂହ ଆସନ୍ତାକାଲି ଅପରାହ୍ନ ୧ଟାରେ ଭୁବନେଶ୍ୱରରେ ପହଞ୍ôଚବା ପରେ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହୋଇ ରାତି ୯ଟାରେ ଟ୍ରେନ ଯୋଗେ ସମ୍ବଲପୁର ଯିବେ। ଜାନୁୟାରୀ ୧୧ ତାରିଖରେ ସମ୍ବଲପୁର ଏକ ବିଶାଳ ସାଧାରଣ ସଭାରେ ଯୋଗ ଦେଇ ସିଏଏ ସମ୍ପର୍କରେ ସଚେତନ କରାଇବେ।

ସେହିପରି କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ବାବୁଲ ସୁପ୍ରିୟୋଆସନ୍ତାକାଲି ସକାଳ ସାଢ଼େ ୯ଟାରେ ଭୁବନେଶ୍ୱରରେ ପହଞ୍ôଚବା ପରେ ବ୍ରହ୍ମପୁର ଯିବେ। ଦିନ ପ୍ରାୟ ୧୨ଟାରେ ବ୍ରହ୍ମପୁର ସିଟି ହାଇସ୍କୁଲ ପଡ଼ିଆରେ ସେ ସିଏଏ ସମର୍ଥନରେ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

Related story