ମାମୁନୀ ଖାତୁନଙ୍କ ପଢ଼ା ଖର୍ଚ୍ଚ ବହନ କରିବେ ନନା

ଜଳେଶ୍ୱର (ଅଜିତ ଦାସ): “ମାମୁନୀ ଖାତୁନ ପାଠ ପଢ଼ି ଜଣେ ସଂସ୍କୃତ ଅଧ୍ୟାପିକା ହେବେ। ସେଥିପାଇଁ ତାଙ୍କୁ ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯିବ। ଯେଉଁଠି ଚାହିଁବ, ସେ ସେଠି ପାଠ ପଢ଼ି ପାରିବେ।” ଆଜି ମାମୁନୀଙ୍କୁ ତାଙ୍କ ଘରେ ଭେଟିବା ପରେ ଏପରି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ସେପଟେ ମନ୍ତ୍ରୀ ଭେଟିବା ପରେ ମାମୁନୀ ବେଶ୍‌ ଖୁସି ଅଛନ୍ତି। କଠିନ ପରିଶ୍ରମ କରି ଦେଖିଥିବା ସ୍ୱପ୍ନ ସାକାର କରିବେ ବୋଲି […]

balasore

balasore

Manoranjan Sial
  • Published: Friday, 16 April 2021
  • Updated: 17 April 2021, 03:35 PM IST

Sports

Latest News

ଜଳେଶ୍ୱର (ଅଜିତ ଦାସ): “ମାମୁନୀ ଖାତୁନ ପାଠ ପଢ଼ି ଜଣେ ସଂସ୍କୃତ ଅଧ୍ୟାପିକା ହେବେ। ସେଥିପାଇଁ ତାଙ୍କୁ ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯିବ। ଯେଉଁଠି ଚାହିଁବ, ସେ ସେଠି ପାଠ ପଢ଼ି ପାରିବେ।” ଆଜି ମାମୁନୀଙ୍କୁ ତାଙ୍କ ଘରେ ଭେଟିବା ପରେ ଏପରି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ସେପଟେ ମନ୍ତ୍ରୀ ଭେଟିବା ପରେ ମାମୁନୀ ବେଶ୍‌ ଖୁସି ଅଛନ୍ତି। କଠିନ ପରିଶ୍ରମ କରି ଦେଖିଥିବା ସ୍ୱପ୍ନ ସାକାର କରିବେ ବୋଲି କହିଛନ୍ତି।

ବାଲିଆପାଳ ସୁନାରୁଇ ଗାଁର ସାମସୁଦ୍ଦୀନ ଶାହାଙ୍କ ତୃତୀୟ କନ୍ୟା ହେଉଛନ୍ତି ମାମୁନୀ ଖାତୁନ। ହାଇସ୍କୁଲରେ ପଢ଼ୁଥିଲା ବେଳେ ରାଧା ମାଧବ... ଭଜନ ଗାଇ ଚର୍ଚ୍ଚାକୁ ଆସିଥିଲେ। ପରବର୍ତ୍ତୀ ସମୟରେ ଶିକ୍ଷକଙ୍କ ପରାମର୍ଶରେ ଭଜନ, ଜଣାଣ, ଗାୟତ୍ରୀ ମନ୍ତ୍ର, ଗୀତା ଓ ଭାଗବତକୁ ଅତି ଶାବଲୀଳ ଢଙ୍ଗରେ ଗାଉଛନ୍ତି। କୋରାନ ପଢ଼ିବା ସହିତ ଭଜନ ଓ ଜଣାଣରେ ବେଶ୍‌ ଦକ୍ଷତା ରଖିଛନ୍ତି ସେ।

ଆର୍ଥିକ ଅନଟତ ସତ୍ତ୍ୱେ କଠନ ପରିଶ୍ରମ କରି ମ୍ୟାଟ୍ରିକ୍‌ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି ମାମୁନୀ। ଏବେ ସେ ସୁବର୍ଣ୍ଣରେଖା ମହାବିଦ୍ୟାଳୟରେ ଯୁକ୍ତ ଦୁଇର ଦ୍ୱିତୀୟ ବର୍ଷର ଛାତ୍ରୀ। ସଂସ୍କୃତ ଓ ଭଜନ, ଜଣାଣ ପ୍ରତି ମାମୁନୀଙ୍କ ଥିବା ଆଗ୍ରହ ସମ୍ପର୍କରେ ଜାଣିବାକୁ ପାଇଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ପରେ ତାଙ୍କ ସହିତ ଫୋନ୍‌ରେ କଥା ହୋଇଥିଲେ। ସମୟ ମିଳିଲେ ଯାଇ ଦେଖା କରିବେ ବୋଲି ଫୋନ୍‌ରେ ମାମୁନୀଙ୍କୁ ପ୍ରତିଶ୍ରୁତି ବି ଦେଇଥିଲେ କେନ୍ଦ୍ରମନ୍ତ୍ରୀ।

ପ୍ରତିଶ୍ରୁତି ମୁତାବକ ଆଜି ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ସୁନାରୁଇ ଗାଁକୁ ଯାଇଥିଲେ। ସେ ମାମୁନୀ ଓ ତାଙ୍କ ପରିବାର ଲୋକଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ପରେ ମାମୁନୀର ପାଠପଢ଼ା ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି- “ସାମ୍‌ସୁଦ୍ଦୀନ୍‌ ଶାହା ଜଣେ ଦିନ ମଜୁରିଆ। ସେ ଯାହା ଉପାର୍ଜନ କରୁଛନ୍ତି, ସେଥିରେ ଝିଅ ମାମୁନୀ ଖାତୁନକୁ ପଢ଼ାଉଛନ୍ତି। ନିଜର କଠିନ ଅଧ୍ୟବସାୟ ବଳରେ ସେ ମ୍ୟାଟ୍ରିକ୍‌ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ମାମୁନୀ ଗୀତା, ଭାଗବନ, ମହାମୃତ୍ୟୁଞ୍ଜୟ ମନ୍ତ୍ର ସହ ବିଭିନ୍ନ ସଂସ୍କୃତ ମନ୍ତ୍ର ଆବୃତି କରୁଛନ୍ତି। ଏହାଛଡ଼ା ଭଜନ ଗାଉଛନ୍ତି ଓ ନମାଜ ପଢ଼ୁଛନ୍ତି। ଏଭଳି ପ୍ରତିଭାବାନ ଝିଅର ପ୍ରତିଭା ନଲୁଚୁ। ସେଥିପାଇଁ ତାଙ୍କର ପାଠପଢ଼ାରେ ମୁଁ ସବୁପ୍ରକାର ସାହାଯ୍ୟ କରିବି। ମାମୁନୀ ହଷ୍ଟେଲ୍‌ ରହି ପାଠ ପଢ଼ିବେ। ସେ ଯେଉଁଠି ପଢ଼ିବେ, ମୁଁ ତାକୁ ସେଇଠି ପଢ଼ାଇବି। ତାଙ୍କର ସବୁ ସ୍ୱପ୍ନ ପୂରଣ କରିବି।”

https://youtu.be/Nh_1iigMpKQ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story