ଲୋକସଭା ସଦସ୍ୟ ଭାବେ ସଂସ୍କୃତରେ ଶପଥ ନେଲେ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ
ନିଜ ଅଞ୍ଚଳରେ ସଂସ୍କୃତର ପ୍ରଚାର ଓ ପ୍ରସାରରେ ବିଶେଷ ଭୂମିକା ଗ୍ରହଣ କରିଥିବା ଶ୍ରୀ ଷଡ଼ଙ୍ଗୀ ଉକ୍ତ ସାକ୍ଷାତକାରରେ କହିଥିଲେ, ସଂସ୍କୃତ ଭାଷା ହେଉଛି ଭାରତ ପ୍ରାଣ। କେବଳ ଭାରତ ନୁହେଁ, ବିଶ୍ୱର ସମସ୍ତ ଭାଷାର ଜନନୀ ହେଉଛି ସଂସ୍କୃତ ଭାଷା।
ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ନବନିର୍ବାଚିତ ସଦସ୍ୟଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହର ନେତା ଭାବେ ପ୍ରଥମେ ଶପଥ ନେଇଥିଲେ। ଏହାପରେ ଅନ୍ୟ ସଦସ୍ୟମାନେ ଶପଥ ନେଇଥିଲେ। ଆସନ୍ତା ୧୯ରେ ବାଚସ୍ପତି ନିର୍ବାଚନ ହେବାକୁ ଥିବା ବେଳେ ଅସ୍ଥାୟୀ ବାଚସ୍ପତି ବୀରେନ୍ଦ୍ର କୁମାର ସଦସ୍ୟମାନଙ୍କୁ ଶପଥ ପାଠ କରାଇଛନ୍ତି।
ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ଆଜି ଗୃହର ସଦସ୍ୟ ଭାବେ ଶପଥ ନେଇଛନ୍ତି।
ସୂଚନାଯୋଗ୍ୟ, ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଗୃହର ଶପଥ ଗ୍ରହଣ ଉତ୍ସବ ହେବ।
Ordigital Desk
  • Published: Monday, 17 June 2019
  • Updated: 17 June 2019, 02:09 PM IST
Sports
Latest News
ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ଆଜି ଗୃହର ସଦସ୍ୟ ଭାବେ ଶପଥ ନେଇଛନ୍ତି।
ସୂଚନାଯୋଗ୍ୟ, ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଗୃହର ଶପଥ ଗ୍ରହଣ ଉତ୍ସବ ହେବ।
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos