ରାଜଧାନୀରେ ନବୀନଙ୍କ ଉପରେ ବର୍ଷିଲେ ତିନି କେନ୍ଦ୍ରନେତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଷୀ ଭୋଟ ଉପରେ ଆଖି। ଚାଷୀଙ୍କୁ ଖୁସି କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ଭିତରେ ପ୍ରତିଯୋଗିତା ଆରମ୍ଭ ହୋଇଛି। ତେବେ ବଡ କଥା ହେଉଛି ଏହି ପ୍ରତିଯୋଗିତା ଭିତରେ ପରସ୍ପରର ଗୋହି ଖୋଳି ଉଭୟ ଉଭୟଙ୍କୁ ଟାର୍ଗେଟ କରିବାକୁ ଭୁଲୁନାହାଁନ୍ତି। ଆଜି କୃଷକଙ୍କ ବିକାଶ ପାଇଁ ଭୁବନେଶ୍ୱରରେ ଆୟୋଜିତ ଏଗ୍ରି କନକ୍ଲେଭରେ ଚାଷୀଙ୍କ ପାଇଁ କେନ୍ଦ୍ର କରିଥିବା ଯୋଜନାର ହିସାବ ଦେବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚାଷୀ ବିରୋଧୀ ବୋଲି […]

central minister target cm naveen

central minister target cm naveen

Rakesh Mallick
  • Published: Friday, 29 June 2018
  • Updated: 29 June 2018, 10:11 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଷୀ ଭୋଟ ଉପରେ ଆଖି। ଚାଷୀଙ୍କୁ ଖୁସି କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ଭିତରେ ପ୍ରତିଯୋଗିତା ଆରମ୍ଭ ହୋଇଛି। ତେବେ ବଡ କଥା ହେଉଛି ଏହି ପ୍ରତିଯୋଗିତା ଭିତରେ ପରସ୍ପରର ଗୋହି ଖୋଳି ଉଭୟ ଉଭୟଙ୍କୁ ଟାର୍ଗେଟ କରିବାକୁ ଭୁଲୁନାହାଁନ୍ତି। ଆଜି କୃଷକଙ୍କ ବିକାଶ ପାଇଁ ଭୁବନେଶ୍ୱରରେ ଆୟୋଜିତ ଏଗ୍ରି କନକ୍ଲେଭରେ ଚାଷୀଙ୍କ ପାଇଁ କେନ୍ଦ୍ର କରିଥିବା ଯୋଜନାର ହିସାବ ଦେବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚାଷୀ ବିରୋଧୀ ବୋଲି ତିନି କେନ୍ଦ୍ର ମନ୍ତ୍ରୀ ଚିତ୍ରିତ କରି ବର୍ଷିଛନ୍ତି।

କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି-“ରାଜ୍ୟ ସରକାର ୧୮ ବର୍ଷ ଭିତରେ ଭଗବାନଙ୍କ ରତ୍ନଭଣ୍ଡାକୁ ସୁରକ୍ଷିତ ରଖିପାରିଲେ ନାହିଁ। ଚାବି ହଜିଗଲା। ରାଜ୍ୟରେ ଯୁବକ ଓ ଯୁବତୀ ସୁରକ୍ଷିତ ନୁହଁନ୍ତି। ଚାଷୀଙ୍କ ସୁର୍ଦସା ଦୂର ହୋଇପାରିଲା ନାହିଁ। ଏମାନେ (ଚାଷୀ, ଯୁବକ ଓ ଭଗବାନ) ଏବେ ଭଗବାନଙ୍କ ଭରସାରେ ଅଛନ୍ତି।”

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି-“କୃଷିଜାତ ଦ୍ରବ୍ୟର ବଜାର ସଂଯୋଗୀକରଣରେ ଓଡ଼ିଶା ସରକାର ସହଭାଗୀ ହୋଇଥିଲେ ରାଜ୍ୟରେ ଚାଷୀଙ୍କ ବିକାଶ ହୋଇପାରିଥାଆନ୍ତା।”

କେନ୍ଦ୍ର କୃଷିମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ୍ କହିଛନ୍ତି-“ଓଡ଼ିଶା ରାଜ୍ୟରେ ବୈତରଣୀ ଓ ବ୍ରାହ୍ମଣୀ ପରି ୧୦ରୁ ଅଧିକ ନଦୀ ରହିଛି। ଏହାଛଡ଼ା ବର୍ଷାର ପରିମାଣ ୧୨ ଏମ୍‌ଏମ୍‌ରୁ ଅଧିକ ରହିଛି। ଏହା ସତ୍ତ୍ୱେ ଏହି ରାଜ୍ୟର ଲୋକେ ଗରିବ କେମିତି ହେଉଛନ୍ତି? ଏହା ଚିନ୍ତାର ବିଷୟ।”

କେନ୍ଦ୍ର ମନ୍ତ୍ରୀମାନେ ରାଜ୍ୟ ସରକାରଙ୍କ ବିରୋଧରେ ଆଣିଥିଲେ ସାଂଘାତି ଅଭିଯୋଗ। ଏହାର ଜବାବ ମଧ୍ୟ ରଖିଛି ବିଜେଡି।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି-“କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ୪ଥର କୃଷୀ କର୍ମଣ ପୁରସ୍କାର ଦେଇଛନ୍ତି। ଆଜି ସେମାନେ ଯାହା କହୁଛନ୍ତି ମନ୍ତ୍ରୀ ହିସାବରେ କହୁଛନ୍ତି ନା ବିଜେପି ପ୍ରତିନିଧି ହିସାବରେ କହୁଛନ୍ତି।”

ଚାଷୀଙ୍କୁ ହାତରେ ରଖିବା ପାଇଁ ନବୀନ ଖେଳୁଛନ୍ତି ଚାଷୀ କାର୍ଡ। ଚାଷୀଙ୍କୁ ସଚେତନ କାର୍ଯ୍ୟକ୍ରମରେ ସାମିଲ ପାଇଁ ପ୍ରତି ପଞ୍ଚାୟତରୁ ଚାଷୀଙ୍କୁ ଭୁବନେଶ୍ୱରରେ ଆଣି ପ୍ରଶିକ୍ଷଣ ଦେବା ବ୍ୟବସ୍ଥା କରୁଛନ୍ତି ସରକାର। ଏହା ସହ ନବୀନ ନିଜେ ମଧ୍ୟ ଚାଷୀଙ୍କୁ ଭେଟି ଆଲୋଚନା କରୁଛନ୍ତି।

କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି-“ପ୍ରତି ପଞ୍ଚାୟତରୁ ୫୦ ଜଣରୁ ଅଧିକ ଚାଷୀଙ୍କୁ ଭୁବନେଶ୍ୱର ଅଣାଯାଇ ତାଲିମ ଦିଆଯାଉଛି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos