‘ୟାସ୍‌’ ପରିଚାଳନାକୁ ପ୍ରଶଂସା କଲା କେନ୍ଦ୍ରୀୟ ଟିମ୍, ସ୍ଥାୟୀ ଭିତ୍ତିଭୂମି ପାଇଁ ପ୍ରସ୍ତାବ ପଠାଇବ ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ମାସରେ ଆସିଥିବା ସାମୁଦ୍ରିକ ଝଡ଼ ‘ୟାସ୍‌’ ପରିଚାଳନାରେ ରାଜ୍ୟ ସରକାରଙ୍କ ପଦକ୍ଷେପ ଓ ଭୂମିକାକୁ କେନ୍ଦ୍ରୀୟ ଟିମ୍ ପ୍ରଶଂସା କରିଛି । ଏହି ବାତ୍ୟା କ୍ଷୟକ୍ଷତି ପାଇଁ ରାଜ୍ୟ ସରକାର କୌଣସି ଅର୍ଥ ଦାବି କରିବେ ନାହିଁ ଓ ସମସ୍ତ ଅର୍ଥ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ କରାଯିବ। ସପ୍ତାହକ ସୁଦ୍ଧା ବାତ୍ୟା କ୍ଷୟକ୍ଷତିର ଚୂଡ଼ାନ୍ତ ଆକଳନ ଶେଷ ହେବ । ବାତ୍ୟା ‘ୟାସ’ର କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର […]

yaas

yaas

Ordigital Desk
  • Published: Tuesday, 08 June 2021
  • Updated: 08 June 2021, 10:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ମାସରେ ଆସିଥିବା ସାମୁଦ୍ରିକ ଝଡ଼ ‘ୟାସ୍‌’ ପରିଚାଳନାରେ ରାଜ୍ୟ ସରକାରଙ୍କ ପଦକ୍ଷେପ ଓ ଭୂମିକାକୁ କେନ୍ଦ୍ରୀୟ ଟିମ୍ ପ୍ରଶଂସା କରିଛି । ଏହି ବାତ୍ୟା କ୍ଷୟକ୍ଷତି ପାଇଁ ରାଜ୍ୟ ସରକାର କୌଣସି ଅର୍ଥ ଦାବି କରିବେ ନାହିଁ ଓ ସମସ୍ତ ଅର୍ଥ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ କରାଯିବ। ସପ୍ତାହକ ସୁଦ୍ଧା ବାତ୍ୟା କ୍ଷୟକ୍ଷତିର ଚୂଡ଼ାନ୍ତ ଆକଳନ ଶେଷ ହେବ ।

ବାତ୍ୟା ‘ୟାସ’ର କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁନୀଲ କୁମାର ବର୍ଣ୍ଣୱାଲଙ୍କ ନେତୃତ୍ୱରେ ଆସିଥିବା ୭ଜଣିଆ ଟିମ୍ ଗତ ଦୁଇଦିନ ଧରି ବାତ୍ୟା ପ୍ରଭାବିତ ଅଂଚଳ ବୁଲି ଦେଖିବା ପରେ ଆଜି ସନ୍ଧ୍ୟାରେ ରାଜ୍ୟ ପ୍ରଶାସନ ସହ ଆଲୋଚନା କରିଥିଲେ । ଶ୍ରୀ ବର୍ଣ୍ଣୱାଲ କହିଥିଲେ ଯେ, ରାଜ୍ୟରେ ବାତ୍ୟା ପରିଚାଳନା ବାସ୍ତବିକ ପ୍ରଶଂସନୀୟ । ରାଜ୍ୟରୁ ପଂଚାୟତ ପର୍ଯ୍ୟନ୍ତ ସମସ୍ତେ ଗୋଟିଏ ଟିମ୍ ଭାବେ କାମ କରିଛନ୍ତି । ବାତ୍ୟା ପ୍ରଭାବିତ ଅଂଚଳ ବୁଲିବା ସମୟରେ ସେ ଏହା ଜାଣିବାକୁ ପାଇଛନ୍ତି । ବାତ୍ୟା ପରିଚାଳନା, ଲୋକଙ୍କ ସୁରକ୍ଷା, ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ସମସ୍ତେ ନିଜର କାମ ଭାବି କରିଥିଲେ ବୋଲି ସେ କହିଛନ୍ତି । ତେବେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବିପର୍ଯ୍ୟୟ ସହନଶୀଳ ରାସ୍ତା, ବିଦ୍ୟୁତ ବ୍ୟବସ୍ଥା ଆଦିର ଜରୁରୀ ଆବଶ୍ୟକତା ରହିଛି । ବାତ୍ୟା ପ୍ରତିରୋଧ ଭିତ୍ତିଭୂମି ହୋଇପାରିଲେ ସର୍ବସାଧାରଣ ସମ୍ପତ୍ତି କ୍ଷୟକୁ କମ୍ କରାଯାଇ ପାରିବ ।

କେନ୍ଦ୍ରୀୟ ଟିମ୍ ଆଗରେ ଓଡ଼ିଶାର ଦାବି ରଖି ମୁଖ୍ୟ ସଚିବ ସୁରେଶ ମହାପାତ୍ର କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବାତ୍ୟା ୟାସ୍ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ଖର୍ଚ୍ଚ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ କରାଯିବ । କିନ୍ତୁ ଓଡ଼ିଶା ଏକ ବାତ୍ୟା-ବନ୍ୟା ପ୍ରବଣ ରାଜ୍ୟ ହୋଇଥିବାରୁ ଏଠାରେ ସ୍ଥାୟୀ ଓ ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମିର ଜରୁରୀ ଆବଶ୍ୟକତା ରହିଛି । ବିପର୍ଯ୍ୟୟ ପ୍ରତିରୋଧ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଓ ସମୁଦ୍ର ଜୁଆର ରୋକିବା ପାଇଁ ସୁଦୃଢ଼ ଓ ଉଚ୍ଚ ଲୁଣାଘେରି ବନ୍ଧ ନିମନ୍ତେ ସେ ପ୍ରସ୍ତାବ ରଖିଥିଲେ । ରାଜ୍ୟ ସରକାର ଏନେଇ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି । କେନ୍ଦ୍ର ସରକାରଙ୍କ ବିପର୍ଯ୍ୟୟ ପ୍ରଶମନ ଗାଇଡଲାଇନ ଅନୁସାରେ ଏହି ପ୍ରସ୍ତାବ ପ୍ରସ୍ତୁତ କରି ଅନୁମୋଦନ ପାଇଁ ଶୀଘ୍ର କେନ୍ଦ୍ର ସରକାରଙ୍କ ପାଖରେ ଦାଖଲ କରାଯିବ ବୋଲି କହିଛନ୍ତି ।

ସେହିପରି ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଓଡ଼ିଶା ଗତ ୧୯୯୯ରୁ ୨୦୨୧ ମଧ୍ୟରେ ୮ଟି ମହାବାତ୍ୟାର ସମ୍ମୁଖୀନ ହୋଇଛି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଅଧିକ ବାତ୍ୟାର ସମ୍ମୁଖୀନ ହେଉଛି । ପ୍ରାଥମିକ ଆକଳନ ଅନୁସାରେ ‘ୟାସ୍‌’ ଯୋଗୁ ୧୧ଟି ଜିଲ୍ଲାର ୨୧୩୮ଟି ପଂଚାୟତର ୧୦୬୪୪ଟି ଗାଁ ଓ ୩୦ଟି ସହରାଂଚଳର ପ୍ରାୟ ୪୨୫ଟି ୱାର୍ଡ ଏହି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛନ୍ତି । ଏଥିରେ ପ୍ରାୟ ୭୫ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛଡ଼୍‌ତି । ୨୬୭୮୧ଟି ଘର ଭାଙ୍ଗିଯାଇଛି ଓ ୧୨.୭୭ଲକ୍ଷ ପ୍ରାଣ ସମ୍ପଦ ପ୍ରଭାବିତ ହୋଇଛନ୍ତି । ୭.୧୦ଲକ୍ଷ ଲୋକଙ୍କୁ ବାତ୍ୟା ସମୟରେ ନିରାପଦ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା । ଏହାଛଡ଼ା ୬୩୮୪.୪ ହେକ୍ଟର ଚାଷ ଜମିରେ ଫସଲ ନଷ୍ଟ ହୋଇଛି । ।ବାତ୍ୟା ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଆକଳନ ଚଳିତ ସପ୍ତାହରେ ଶେଷ ହେବ ବୋଲି ଶ୍ରୀ ଜେନା କହିଛନ୍ତି ।

ଏହି ବୈଠକ କେନ୍ଦ୍ର ଆନ୍ତଃ ମନ୍ତ୍ରଣାଳୟ ଟିମର ସମସ୍ତ ସଦସ୍ୟ ଓ ରାଜ୍ୟ ସରକାଣଙ୍କ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି କେନ୍ଦ୍ରୀୟ ଟିମ୍ ବାତ୍ୟା କ୍ଷତିଗ୍ରସ୍ତ ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ବୁଲି କ୍ଷୟକ୍ଷତି ଆକଳନ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos