କରୋନା ମୁକାବିଲା ପାଇଁ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ପାଇଁ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍। କୋଭିଡ ପରିଚାଳନାରେ ରାଜ୍ୟ ସରକାରଙ୍କୁ ସହାୟତା କରିବା ପାଇଁ ଏହି ଟିମ୍ ଆସିବ ବୋଲି ଜଣାପଡ଼ିଛି। କଣ୍ଟେନମେଣ୍ଟ, ସର୍ଭେଲାନ୍ସ, ଟେଷ୍ଟିଂ ଆଦିରେ କେନ୍ଦ୍ରୀୟ ଟିମ ପ୍ରଶାସନର ସହାୟତା କରିବ। ଓଡ଼ିଶା ସହ ୪ଟି ରାଜ୍ୟକୁ କେନ୍ଦ୍ରୀୟ ଟିମ୍ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପଠାଇବ। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ଓଡ଼ିଶା ସହ ୪ଟି ରାଜ୍ୟକୁ କେନ୍ଦ୍ରୀୟ ଟିମ୍ ପଠାଯିବ। ଏହି ରାଜ୍ୟ ଗୁଡ଼ିକ ହେଲା […]

corona-kit

Tapaswini Nayak
  • Published: Monday, 31 August 2020
  • , Updated: 31 August 2020, 05:46 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ପାଇଁ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍। କୋଭିଡ ପରିଚାଳନାରେ ରାଜ୍ୟ ସରକାରଙ୍କୁ ସହାୟତା କରିବା ପାଇଁ ଏହି ଟିମ୍ ଆସିବ ବୋଲି ଜଣାପଡ଼ିଛି। କଣ୍ଟେନମେଣ୍ଟ, ସର୍ଭେଲାନ୍ସ, ଟେଷ୍ଟିଂ ଆଦିରେ କେନ୍ଦ୍ରୀୟ ଟିମ ପ୍ରଶାସନର ସହାୟତା କରିବ। ଓଡ଼ିଶା ସହ ୪ଟି ରାଜ୍ୟକୁ କେନ୍ଦ୍ରୀୟ ଟିମ୍ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପଠାଇବ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ଓଡ଼ିଶା ସହ ୪ଟି ରାଜ୍ୟକୁ କେନ୍ଦ୍ରୀୟ ଟିମ୍ ପଠାଯିବ। ଏହି ରାଜ୍ୟ ଗୁଡ଼ିକ ହେଲା ଓଡ଼ିଶା, ଉତ୍ତରପ୍ରଦେଶ, ଝାରଖଣ୍ଡ ଓ ଛତିଶଗଡ଼। ସଂପୃକ୍ତ ୪ ରାଜ୍ୟରେ ହଠାତ୍ କରୋନା ସଂକ୍ରମଣ କେସ୍ ବଢ଼ିବା ସହ ମୃତ୍ୟୁହାର ବଢ଼ୁଥିବାରୁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି। ଟିମରେ ଜଣେ ସଂକ୍ରାମକ ରୋଗ ବିଶେଷଜ୍ଞ ଓ ଜଣେ ସ୍ୱାସ୍ଥ୍ୟ ବିଶେଷଜ୍ଞ ରହିବେ।

Related story