କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସାଇନ୍-ଏ-ଡାଏ ଘୋଷଣା

<p>କୋରାପୁଟ(ଓଡ଼ିଶା ରିପୋର୍ଟର): କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ପରେ ସାଇନ୍-ଏ- ଡାଏ ଘୋଷଣା କରିଛନ୍ତି କୁଳପତି। ଆଜି ଦିନ ୧୦ଟା ସୁଦ୍ଧା କ୍ୟାମ୍ପସ୍ ଖାଲି କରିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ରହିଛି।</p> <p>ଦୀର୍ଘ ଦିନ ଧରି ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହାର ପ୍ରତିବାଦ କରି ପ୍ରଶାସନିକ ଭବନ ଆଗରେ ଧାରଣାରେ ଦେଇଛନ୍ତି। ୧୦୦ରୁ ଅଧିକ ଛାତ୍ରଛାତ୍ରୀ&nbsp; ବିଶ୍ୱବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ, ହଷ୍ଟେଲରେ ମୌଳିକ ସୁବିଧା ସୁଯୋଗ ନଥିବା, ବିଶ୍ୱବିଦ୍ୟାଳୟର କ୍ୟାମ୍ପସରେ ସମସ୍ତ ବିଭାଗ ଖୋଲିବା ଆଦି&nbsp; ୫୨ଟି ଦାବି ନେଇ ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି। ଗତକାଲି କୁଳପତି ଛାତ୍ରଛାତ୍ରୀଙ୍କ ଆଲୋଚନା କରିଥିଲେ ମଧ୍ୟ ଆନ୍ଦୋଳନରୁ ହଟି ନାହାନ୍ତି ଛାତ୍ରଛାତ୍ରୀ।&nbsp; ସୁନାବେଡା ଆଇଆଇସି ମଧ୍ୟ ଘଟଣାସ୍ଥଳକୁ ଯାଇ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ। ଏହାସତ୍ତ୍ୱେ ଛାତ୍ରଛାତ୍ରୀମାନେ ଧାରଣାରୁ ହଟି ନାହାନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ମୁତୟନ କରାଯାଇଛି।</p>

Ordigital Desk
  • Published: Thursday, 15 March 2018
  • Updated: 15 March 2018, 10:16 AM IST

Sports

Latest News

<p>କୋରାପୁଟ(ଓଡ଼ିଶା ରିପୋର୍ଟର): କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ପରେ ସାଇନ୍-ଏ- ଡାଏ ଘୋଷଣା କରିଛନ୍ତି କୁଳପତି। ଆଜି ଦିନ ୧୦ଟା ସୁଦ୍ଧା କ୍ୟାମ୍ପସ୍ ଖାଲି କରିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ରହିଛି।</p><p>ଦୀର୍ଘ ଦିନ ଧରି ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହାର ପ୍ରତିବାଦ କରି ପ୍ରଶାସନିକ ଭବନ ଆଗରେ ଧାରଣାରେ ଦେଇଛନ୍ତି। ୧୦୦ରୁ ଅଧିକ ଛାତ୍ରଛାତ୍ରୀ&nbsp; ବିଶ୍ୱବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ, ହଷ୍ଟେଲରେ ମୌଳିକ ସୁବିଧା ସୁଯୋଗ ନଥିବା, ବିଶ୍ୱବିଦ୍ୟାଳୟର କ୍ୟାମ୍ପସରେ ସମସ୍ତ ବିଭାଗ ଖୋଲିବା ଆଦି&nbsp; ୫୨ଟି ଦାବି ନେଇ ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି। ଗତକାଲି କୁଳପତି ଛାତ୍ରଛାତ୍ରୀଙ୍କ ଆଲୋଚନା କରିଥିଲେ ମଧ୍ୟ ଆନ୍ଦୋଳନରୁ ହଟି ନାହାନ୍ତି ଛାତ୍ରଛାତ୍ରୀ।&nbsp; ସୁନାବେଡା ଆଇଆଇସି ମଧ୍ୟ ଘଟଣାସ୍ଥଳକୁ ଯାଇ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ। ଏହାସତ୍ତ୍ୱେ ଛାତ୍ରଛାତ୍ରୀମାନେ ଧାରଣାରୁ ହଟି ନାହାନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ମୁତୟନ କରାଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos