ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ‘ଜନଜାତୀୟ ଗୌରବ ଦିବସ’ ଘୋଷଣା କଲେ କେନ୍ଦ୍ର ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀ ଜନନାୟକ ସ୍ୱର୍ଗତ ବିର୍ସା ମୁଣ୍ଡାଙ୍କ ନଭେମ୍ବର ୧୫ରେ ଜନ୍ମ ଜୟନ୍ତୀକୁ କେନ୍ଦ୍ର ସରକାର ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର କ୍ୟାବିନେଟ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ନଭେମ୍ବର ୧୫ତାରିଖରେ ବିର୍ସା ମୁଣ୍ଡା ଜନ୍ମ ଜୟନ୍ତୀକୁ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି। ନଭେମ୍ବର ୧୫ରୁ ୨୨ତାରିଖ ପର୍ଯ୍ୟନ୍ତ ‘ଜନଜାତୀୟ ଗୌରବ ଦିବସ’ ପାଳନ ହେବ। ଯାହାଫଳରେ ଭବିଷ୍ୟତ […]

biesa-munda

biesa-munda

Ordigital Desk
  • Published: Wednesday, 10 November 2021
  • Updated: 10 November 2021, 09:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀ ଜନନାୟକ ସ୍ୱର୍ଗତ ବିର୍ସା ମୁଣ୍ଡାଙ୍କ ନଭେମ୍ବର ୧୫ରେ ଜନ୍ମ ଜୟନ୍ତୀକୁ କେନ୍ଦ୍ର ସରକାର ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର କ୍ୟାବିନେଟ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ନଭେମ୍ବର ୧୫ତାରିଖରେ ବିର୍ସା ମୁଣ୍ଡା ଜନ୍ମ ଜୟନ୍ତୀକୁ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି। ନଭେମ୍ବର ୧୫ରୁ ୨୨ତାରିଖ ପର୍ଯ୍ୟନ୍ତ ‘ଜନଜାତୀୟ ଗୌରବ ଦିବସ’ ପାଳନ ହେବ। ଯାହାଫଳରେ ଭବିଷ୍ୟତ ପୀଢ଼ୀ ଦେଶପାଇଁ ବଳିଦାନ ଦେଇଥିବା ଆଦିବାସୀ ନେତାଙ୍କ ସମ୍ପର୍କରେ ଜାଣିବାର ସୁଯୋଗ ପାଇବ। ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମକୁ ରାଜ୍ୟ ସରକାରଙ୍କ ସହ ମିଶି କେନ୍ଦ୍ର ସରକାର ପାଳନ କରିବ।

ଓଡ଼ିଶା ସରକାର ରାଉରକେଲାଠାରେ ନିର୍ମାଣ କରୁଥିବା ଦେଶର ସର୍ବବୃହତ ହକି ଷ୍ଟାଡ଼ିୟମକୁ ବିର୍ସା ମୁଣ୍ଡାଙ୍କ ନାଁରେ ନାମିତ କରିଥିବାବେଳେ କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ଘୋଷଣା ରାଜ୍ୟ ପାଇଁ ଗୌରବ ଆଣିଦେଇଛି ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ବ୍ୟକ୍ତ କରି କହିଛନ୍ତି ଯେ, ବିର୍ସା ମୁଣ୍ଡାଙ୍କ ସମ୍ମାନରେ ତାଙ୍କର ଜୟନ୍ତୀ ଦିବସଠାରୁ ଏକ ସପ୍ତାହ ପର୍ଯ୍ୟନ୍ତ ‘ଜନଜାତୀୟ ଗୌରବ ଦିବସ’ ପାଳନ କରିବା ପାଇଁ ଭାରତ ସରକାରା ଯୁଗାନ୍ତକରୀ ନିଷ୍ପତ୍ତି ନେଇଛନ୍ତିି । ଏହି ନିର୍ଣ୍ଣୟ ଓଡ଼ିଶା ସମେତ ଦେଶର ଜନଜାତି ସଂପ୍ରଦାୟଙ୍କ ବୀରଗାଥା ଏବଂ ଗୌରବମୟ ଇତିହାସକୁ ଉଜ୍ଜିବୀତ କରିବା ସଙ୍ଗେସଙ୍ଗେ ସେମାନଙ୍କ ସଂସ୍କୃତି, ପରମ୍ପରା ସାରା ଭାରତବର୍ଷରେ ଆଦୃତ କରାଇବାରେ ସହାୟକ ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos