କୋଣାର୍କ ହେବ ସୌର ଆଲୋକୀକରଣ

ନୂଆଦିଲ୍ଲୀ: ଓଡ଼ିଶାର କୋଣାର୍କ ମନ୍ଦିର ଓ ସହରକୁ ସଂପୂର୍ଣ୍ଣ ସୌର ଆଲୋକୀକରଣ କରିବା ପାଇଁ କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ନିଷ୍ପତି ନେଇଛି । ଏହି ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ରାଜ କୁମାର ସିଂହ। ସେ କହିଛନ୍ତି, କୋଣାର୍କର ସୂର୍ଯ୍ୟ ମନ୍ଦିର ଓ ସହରକୁ ସୂର୍ଯ୍ୟନଗରୀ ଭାବେ ବିକଶିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହୁଁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏହି ଯୋଜନା ପରିକଳ୍ପନା କରାଯାଇଛି। ପ୍ରାଚୀନ ସୂର୍ଯ୍ୟ […]

Konark

Subhransu Sekhar
  • Published: Wednesday, 20 May 2020
  • , Updated: 20 May 2020, 06:43 PM IST

ନୂଆଦିଲ୍ଲୀ: ଓଡ଼ିଶାର କୋଣାର୍କ ମନ୍ଦିର ଓ ସହରକୁ ସଂପୂର୍ଣ୍ଣ ସୌର ଆଲୋକୀକରଣ କରିବା ପାଇଁ କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ନିଷ୍ପତି ନେଇଛି । ଏହି ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ରାଜ କୁମାର ସିଂହ। ସେ କହିଛନ୍ତି, କୋଣାର୍କର ସୂର୍ଯ୍ୟ ମନ୍ଦିର ଓ ସହରକୁ ସୂର୍ଯ୍ୟନଗରୀ ଭାବେ ବିକଶିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହୁଁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏହି ଯୋଜନା ପରିକଳ୍ପନା କରାଯାଇଛି। ପ୍ରାଚୀନ ସୂର୍ଯ୍ୟ ମନ୍ଦିର ଓ ଆଧୁନିକ ପ୍ରଣାଳୀରେ ବ୍ୟବହୃତ ସୌରଶକ୍ତିର ଏହା ଏକ ଅପୂର୍ବ ସମନ୍ଵୟ ବୋଲି ସେ କହିଛନ୍ତି।

ଏହି ଯୋଜନା ଅନୁସାରେ ୧୦ ମେଗାୱାଟ ସଂଯୁକ୍ତ ଏକ ସୌର ପ୍ରକଳ୍ପ ଏବଂ ବିଭିନ୍ନ ଅଫ-ଗ୍ରୀଡ ସୌର ବୃକ୍ଷ, ସୌର ପାନୀୟ ଜଳ କିଓସ୍କ ଇତ୍ୟାଦିର ପରିକଳ୍ପନା କରାଯାଇଛି । କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଏଥିପାଇଁ ୨୫ କୋଟି ଟଙ୍କା ଯୋଗାଇଦେଉଥିବା ବେଳେ ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଓରେଡା) ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବ । ଏହା କାର୍ଯ୍ୟକାରୀ ହେଲେ କୋଣାର୍କ ସହରର ସମସ୍ତ ଶକ୍ତି ଚାହିଦା ସୌର ଶକ୍ତି ମାଧ୍ୟମରେ ପୂରଣ ହୋଇପାରିବ।

Related story