‘କୋଇଲା ରୟାଲଟି ବୃଦ୍ଧି ନେଇ ଓଡ଼ିଶାର ଦାବି ଉପରେ ବିଚାର କରୁଛି କେନ୍ଦ୍ର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଇଲା ରୟାଲଟି ବୃଦ୍ଧି ନେଇ ଓଡ଼ିଶାର ଦାବି ଉପରେ ବିଚାର କରୁଛି କେନ୍ଦ୍ର। ଏହି ସୂଚନା ଦେଇଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଆଜି କେନ୍ଦ୍ରମନ୍ତ୍ରୀ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। କୋଇଲା ଉତ୍ପାଦନ ବୃଦ୍ଧି ଉପରେ ବୈଠକରେ ଗୁରୁତ୍ୱ ଦିଆଯିବା ସହ ଏମ୍‌ସିଏଲ୍‌ ପାଇଁ ଜମି ଅଧିଗ୍ରହଣ, ରାସ୍ତ ନିର୍ମାଣ ଓ ରାଜ୍ୟ ସରକାର ସହାୟତା ଯୋଗାଇ ଦେବା ଆଦି […]

chinese_coal_miner

Manoranjan Sial
  • Published: Friday, 08 November 2019
  • , Updated: 08 November 2019, 09:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଇଲା ରୟାଲଟି ବୃଦ୍ଧି ନେଇ ଓଡ଼ିଶାର ଦାବି ଉପରେ ବିଚାର କରୁଛି କେନ୍ଦ୍ର। ଏହି ସୂଚନା ଦେଇଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଆଜି କେନ୍ଦ୍ରମନ୍ତ୍ରୀ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। କୋଇଲା ଉତ୍ପାଦନ ବୃଦ୍ଧି ଉପରେ ବୈଠକରେ ଗୁରୁତ୍ୱ ଦିଆଯିବା ସହ ଏମ୍‌ସିଏଲ୍‌ ପାଇଁ ଜମି ଅଧିଗ୍ରହଣ, ରାସ୍ତ ନିର୍ମାଣ ଓ ରାଜ୍ୟ ସରକାର ସହାୟତା ଯୋଗାଇ ଦେବା ଆଦି ପ୍ରସଙ୍ଗରେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି।

କୋଇଲା ରୟାଲଟି ବୃଦ୍ଧି ନେଇ ରାଜ୍ୟ କରୁଥିବା ଦାବି ଉପରେ ବିଚାର କରାଯାଉଥିବା କହିଛନ୍ତି କେନ୍ଦ୍ର ମନ୍ତ୍ରୀ।  ଓଡ଼ିଶାର ୨୪ ଖଣିର ଅବଧି ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେବ। ଏହି ସମୟ ମଧ୍ୟରେ ଶିଳ୍ପ ଗୁଡିକୁ କଞ୍ଚାମାଲ ପିଏସୟୁ ଜରିଆରେ ଯୋଗାଇ ଦିଆଯିବ ବୋଲି ସହମତି ପ୍ରକାଶ ପାଇଛି।

Related story