ୟଶ ଓଡ଼ିଶାର ଗର୍ବ ଓ ଗୌରବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ଚଳିତ ବର୍ଷର ସମ୍ମାନଜନକ ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ‌୍‍ ପୁରସ୍କାର’ ଗ୍ରହଣ କରିଥିବା ଓଡିଶାର ଛାତ୍ର ୟଶ‌୍‍ ମିଶ୍ରଙ୍କୁ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟି ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ୟଶ‌୍‍ ଓଡିଶା ପାଇଁ ଗୌରବ ଆଣିଛନ୍ତି ବୋଲି କହିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ଧର୍ମେନ୍ଦ୍ର ପ୍ରଧାନ। ନାସାରେ ଭାରତକୁ ପ୍ରତିନିଧିତ୍ୱ କରିଥିବା ଭୁବନେଶ୍ୱରର ୟଶ ମିଶ୍ର […]

Yash--1

Niharika Rout
  • Published: Friday, 24 January 2020
  • , Updated: 24 January 2020, 03:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ଚଳିତ ବର୍ଷର ସମ୍ମାନଜନକ ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ‌୍‍ ପୁରସ୍କାର’ ଗ୍ରହଣ କରିଥିବା ଓଡିଶାର ଛାତ୍ର ୟଶ‌୍‍ ମିଶ୍ରଙ୍କୁ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟି ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ କରିଛନ୍ତି।

ଏହି ଅବସରରେ ୟଶ‌୍‍ ଓଡିଶା ପାଇଁ ଗୌରବ ଆଣିଛନ୍ତି ବୋଲି କହିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ଧର୍ମେନ୍ଦ୍ର ପ୍ରଧାନ। ନାସାରେ ଭାରତକୁ ପ୍ରତିନିଧିତ୍ୱ କରିଥିବା ଭୁବନେଶ୍ୱରର ୟଶ ମିଶ୍ର ଗଣିତ ବିଶାରଦ ରୂପେ ପୁରସ୍କୃତ ହୋଇ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ସେ ଓଡ଼ିଶାର ଗର୍ବ ଓ ଗୌରବ।

ଉଲ୍ଲେଖନୀୟ ଯେ, ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ୟଶ ମିଶ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଗଣିତ ଓ ବିଜ୍ଞାନ ବିଭାଗରେ ରଚନା, ବକ୍ତୃତା ଭଳି ବିଭିନ୍ନ ପ୍ରତିଯୋଗିତାରେ ୪୦୦ଟି ପୁରସ୍କାର ଜିତି ସାରିଛନ୍ତି। ଏଥିସହ ୨୦୦ ପଦକ ହାସଲ କରିବାରେ ମଧ୍ୟ ସଫଳ ହୋଇଛନ୍ତି। ସିଙ୍ଗାପୁର ଏସିଆନ‌୍‍ ଗଣିତ ଅଲମ୍ପିଆଡରେ ୟଶ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିବାର କୃତିତ୍ୱ ଅର୍ଜନ କରିଛନ୍ତି।

Related story