ଅବସର ପରେ ପୁନଃ ନିଯୁକ୍ତିକୁ କେନ୍ଦ୍ରମନ୍ତ୍ରୀଙ୍କ ନାପସନ୍ଦ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର କରୋନା ମହାମାରୀକୁ ଦୃଷ୍ଟିରେ ରଖି ନିଯୁକ୍ତି କ୍ଷେତ୍ର ଉପରେ ଜାରି କରିଥିବା କଟକଣାକୁ କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନାପସନ୍ଦ କରିବା ସହ ଅବସରପରେ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ୫ବର୍ଷରୁ ଅଧିକ ବର୍ଷ ଧରି ଖାଲି ପଡ଼ିଥିବା ପଦବୀ ସ୍ୱତଃ ମୂଳପୋଛ ହେବା, ନୂଆ ପଦବୀ ସୃଷ୍ଟି […]

pratap

pratap

Manoranjan Sial
  • Published: Monday, 13 July 2020
  • Updated: 13 July 2020, 10:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର କରୋନା ମହାମାରୀକୁ ଦୃଷ୍ଟିରେ ରଖି ନିଯୁକ୍ତି କ୍ଷେତ୍ର ଉପରେ ଜାରି କରିଥିବା କଟକଣାକୁ କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନାପସନ୍ଦ କରିବା ସହ ଅବସରପରେ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ୫ବର୍ଷରୁ ଅଧିକ ବର୍ଷ ଧରି ଖାଲି ପଡ଼ିଥିବା ପଦବୀ ସ୍ୱତଃ ମୂଳପୋଛ ହେବା, ନୂଆ ପଦବୀ ସୃଷ୍ଟି ଉପରେ ଅଙ୍କୁଶ ଭଳି ନିଷ୍ପତ୍ତି ସରକାରୀ ଚାକିରି ଆଶାୟୀ ରାଜ୍ୟର ବେକାର ଯୁବକଯୁବତୀଙ୍କୁ ନିରାଶା ଓ ହତାଶ କରିଛି। ତେଣୁ ନୂଆ ପଦବୀ ସୃଷ୍ଟି ନକରିବା ଓ ଖାଲି ପଡ଼ିଥିବା ପଦବୀକୁ ଉଚ୍ଛେଦ କରିବା ଭଳି ନିଷ୍ପତ୍ତିକୁ ଅତିକମରେ ୨ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରଖିବା ସହ ସରକାରୀ ଚାକିରି ଆଶାୟୀ ଯୁବବର୍ଗଙ୍କୁ ୨ବର୍ଷର ବୟସ ରିହାତି ଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହାସହିତ ବେକାର ଯୁବକଯୁବତୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ନିୟମିତ ଚାକିରି ସୃଷ୍ଟି ନକରି ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦିଆଯାଉଥିବାରୁ ସେ ଏହାକୁ ନାପସନ୍ଦ କରିଛନ୍ତି। ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନଦେବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ଅବସରପରେ ଅଧିକାରୀମାନଙ୍କୁ ପୁନଃ ନିଯୁକ୍ତି ଦିଆଯିବାକୁ ନେଇ ଗତ ଦୁଇଦିନ ତଳେ କଂଗ୍ରେସ ପକ୍ଷରୁ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଥିଲା। ଅବସରପରେ ପ୍ରଦୀପ୍ତ କୁମାର ମହାପାତ୍ର, ତ୍ରିବିକ୍ରମ ପ୍ରଧାନ, ଶ୍ରୀଭୂଷଣ ଶୁକ୍ଳା,ବିଜୟ କୁମାର ରାୟ ଆଦିଙ୍କ ଭଳି ଅଫିସରମାନଙ୍କୁ ଅବସରପରେ ମୋଟା ଅଙ୍କର ଦରମାରେ ପୁନଃ ନିଯୁକ୍ତି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos