‘ଅନ୍‌ଲାଇନ୍‌ରେ ଡିପୋଜିଟ କରନ୍ତୁ ମେ ମାସ ବିଦ୍ୟୁତ୍‌ ବିଲ୍‌ , ମିଳିବ ଡିସ୍କାଉଣ୍ଟ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେ ମାସ ବିଦ୍ୟୁତ୍‌ ବିଲ୍‌ରେ କୌଣସି ଅଧିକ ଚାର୍ଜ ଲାଗୁ କରାଯିବ ନାହିଁ । ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ଉପଭୋକ୍ତା ଯେଉଁ ଦରରେ ବିଦ୍ୟୁତ୍‌ ବିଲ୍ ଦେଇଛନ୍ତି ମେ ମାସରେ ମଧ୍ୟ ଓଇଆରସି ପକ୍ଷରୁ ନିର୍ଦ୍ଧାରିତ ଦର ଅନୁସାରେ ବିଲ୍ ପୈଠ କରିବେ ।  ଏ ନେଇ ସେସୁ ପକ୍ଷରୁ ସୂଚନା ଦିଆଯାଇଛି । ଲକ୍‌ଡାଉନ୍‌ ଯୋଗୁ ସେସୁ କର୍ମଚାରୀ ଘରକୁ ଯାଇ ମିଟର ରିଡିଂ ନେଇପାରୁନାହାନ୍ତି । ତେଣୁ ପୁରୁଣା […]

cesu-1--1

Niharika Rout
  • Published: Thursday, 28 May 2020
  • , Updated: 28 May 2020, 08:48 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେ ମାସ ବିଦ୍ୟୁତ୍‌ ବିଲ୍‌ରେ କୌଣସି ଅଧିକ ଚାର୍ଜ ଲାଗୁ କରାଯିବ ନାହିଁ । ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ଉପଭୋକ୍ତା ଯେଉଁ ଦରରେ ବିଦ୍ୟୁତ୍‌ ବିଲ୍ ଦେଇଛନ୍ତି ମେ ମାସରେ ମଧ୍ୟ ଓଇଆରସି ପକ୍ଷରୁ ନିର୍ଦ୍ଧାରିତ ଦର ଅନୁସାରେ ବିଲ୍ ପୈଠ କରିବେ ।  ଏ ନେଇ ସେସୁ ପକ୍ଷରୁ ସୂଚନା ଦିଆଯାଇଛି ।

ଲକ୍‌ଡାଉନ୍‌ ଯୋଗୁ ସେସୁ କର୍ମଚାରୀ ଘରକୁ ଯାଇ ମିଟର ରିଡିଂ ନେଇପାରୁନାହାନ୍ତି । ତେଣୁ ପୁରୁଣା ମାସର ବିଲ୍ ହିସାବରେ ଉପଭୋକ୍ତା ଅନଲାଇନ୍‌ରେ ବିଲ୍ ଡିପୋଜିଟ କରିବାକୁ ସେସୁ ପକ୍ଷରୁ କୁହାଯାଇଛି ।

ଅନଲାଇନ୍‌ରେ ବିଲ୍ ଡିପୋଜିଟ କଲେ ୪ ପ୍ରତିଶତ ଡିସ୍କାଉଣ୍ଟ ଦିଆଯାଉଥିବା ମଧ୍ୟ ସୂଚନା ଦିଆଯାଇଛି । ମେ ମାସରେ ବିଦ୍ୟୁତ୍‌ ବିଲ୍ ଅଧିକ ଆସିବା ନେଇ ଉପଭୋକ୍ତାଙ୍କ ମନରେ ପ୍ରକାଶ ପାଇଥିବା ସଞ୍ଚୟକୁ ସେସୁ ଦୂର କରିଛି। ତଥାପି ଯଦି ମେ ମାସର ବିଲକୁ ନେଇ ଉପଭୋକ୍ତାଙ୍କ ଅସୁବିଧା ଥାଏ ତେବେ ୧୯୧୨ ନମ୍ବରରେ ଅଭିଯୋଗ କରିବା ପାଇଁ କୁହାଯାଇଛି ।

Related story