ପ୍ରଥମେ କାଟିଲେ ପରେ ଯୋଡ଼ିଲେ: ପାନ ଦୋକାନୀଙ୍କ ଲାଇନ୍‌ କାଟି ପାନେ ପାଇଲେ

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର):ଖିଲାପି ବିଦ୍ୟୁତ୍ ଉପଭୋକ୍ତାଙ୍କ ବିରୋଧରେ ସେସୁର ଅଭିଯାନ ଆରମ୍ଭ ପ୍ରଥମ ପର୍ଯ୍ୟାୟରେ ବିଲ୍ ଦେଉନଥିବା ବ୍ୟାବସାୟିକ ପ୍ରତିଷ୍ଠାନ ଓ ଶିଳ୍ପସଂସ୍ଥାଙ୍କୁ କରିଛି ଟାର୍ଗେଟ୍ । ଆଜି ପ୍ରଥମ ଦିନରେ ପ୍ରାୟ ହଜାରେରୁ ଅଧିକ ସଂଯୋଗ ବିଛିନ୍ନ ହୋଇଥିବାବେଳେ ବକେୟା ବାବଦରେ ଆଦାୟ ହୋଇଛି ପାଖାପାଖି ୪କୋଟି ଟଙ୍କା। ତେବେ ଲାଇନ୍ କଟା ବେଳେ ଖୋର୍ଦ୍ଧାରେ ସ୍କ୍ୱାର୍ଡ଼ ହଟହଟା ହୋଇଥିବାବେଳେ ଢେଙ୍କାନାଳରେ ଉଠିଛି ବିରୋଧର ସ୍ୱର। ଆକ୍ସନ ମୁଡ୍‌ରେ ସେସୁ। ଆଗରୁ କହିଥିଲା, ଆଜି କାଟିଲା। ଖିଲାପି […]

cesu-1

Tapas Behera
  • Published: Thursday, 16 January 2020
  • , Updated: 16 January 2020, 07:03 PM IST

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର):ଖିଲାପି ବିଦ୍ୟୁତ୍ ଉପଭୋକ୍ତାଙ୍କ ବିରୋଧରେ ସେସୁର ଅଭିଯାନ ଆରମ୍ଭ ପ୍ରଥମ ପର୍ଯ୍ୟାୟରେ ବିଲ୍ ଦେଉନଥିବା ବ୍ୟାବସାୟିକ ପ୍ରତିଷ୍ଠାନ ଓ ଶିଳ୍ପସଂସ୍ଥାଙ୍କୁ କରିଛି ଟାର୍ଗେଟ୍ । ଆଜି ପ୍ରଥମ ଦିନରେ ପ୍ରାୟ ହଜାରେରୁ ଅଧିକ ସଂଯୋଗ ବିଛିନ୍ନ ହୋଇଥିବାବେଳେ ବକେୟା ବାବଦରେ ଆଦାୟ ହୋଇଛି ପାଖାପାଖି ୪କୋଟି ଟଙ୍କା। ତେବେ ଲାଇନ୍ କଟା ବେଳେ ଖୋର୍ଦ୍ଧାରେ ସ୍କ୍ୱାର୍ଡ଼ ହଟହଟା ହୋଇଥିବାବେଳେ ଢେଙ୍କାନାଳରେ ଉଠିଛି ବିରୋଧର ସ୍ୱର।

ଆକ୍ସନ ମୁଡ୍‌ରେ ସେସୁ। ଆଗରୁ କହିଥିଲା, ଆଜି କାଟିଲା। ଖିଲାପି ବ୍ୟାବସାୟିକ ପ୍ରତିଷ୍ଠାନକୁ ପ୍ରଥମେ କରିଛି ଟାର୍ଗେଟ୍। ଭୁବନେଶ୍ୱର, କଟକ, ଖୋର୍ଦ୍ଧା ଓ  କେନ୍ଦ୍ରାପଡ଼ାରେ ଇଏ ଆଜିର ଦୃଶ୍ୟ। ମାସ ମାସ ଧରି ବିଜୁଳି ବ୍ୟବହାର କରି ଯେଉଁମାନେ ବିଲ୍ ପୈଠ କରୁନଥିଲେ ସିଧା ଖୁଣ୍ଟରେ ଚଢ଼ି ତା’ର କାଟିଛନ୍ତି ସ୍କ୍ୱାର୍ଡ଼।

ତେବେ ଖୋର୍ଦ୍ଧା ଗୁରୁଜଙ୍ଗରେ କିନ୍ତୁ ସେସୁର ଅଭିଯାନବେଳେ ସୃଷ୍ଟି ହୋଇଥିଲା ଉତ୍ତେଜନା। ଲାଇନ୍ କାଟିବାକୁ ଯାଇ ହଟହଟା ହୋଇଥିଲେ ବିଦ୍ୟୁତ୍ କର୍ମଚାରୀ।  ୫ ଜଣିଆ ସ୍କ୍ୱାର୍ଡ଼ ସହ ଗାଡ଼ିକୁ ଅଟକ ରଖିଥିଲେ ସ୍ଥାନୀୟ ଲୋକେ। କାରଣ ୨୧ ହଜାର ଟଙ୍କାର ବିଲ୍ ବାକି ରଖିଥିବା ଜଣେ ପାନ ଦୋକାନୀଙ୍କ ଲାଇନ୍ କଟାଯିବାକୁ ନେଇ ସୃଷ୍ଟି ହୋଇଥିଲା ଅକଳ ସ୍ଥିତି। ବିନା ସୂଚନାରେ ଲାଇନ୍ କଟାଯାଇଥିବା ଅଭିଯୋଗ ଆଣିଥିଲେ ସ୍ଥାନୀୟ ଲୋକେ। ତେବେ ପରେ ବୁଝାସୁଝା ପରେ ତାଙ୍କ ଲାଇନ୍ କଟାଯିବା ପରେ ସ୍ଥିତି ସାମାନ୍ୟ ହୋଇଥିଲା। ଆଜି ସନ୍ଧ୍ୟାସୁଦ୍ଧା ଖୋର୍ଦ୍ଧାରେ ପ୍ରାୟ ୯୦ଟି ସଂଯୋଗ କଟାଯାଇଥିବାବେଳେ ୩୦ଲକ୍ଷ ଟଙ୍କାର ବକେୟା ଆଦାୟ ହୋଇଛି।

କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକ ସବୁଠି ଆଜି ଆକ୍ସନ ମୁଡ୍‌ରେ ଥିଲେ ସେସୁ ସ୍କ୍ୱାର୍ଡ଼। ବିଭିନ୍ନ ସ୍ଥାନରେ ସ୍କ୍ୱାର୍ଡ଼ ଖିଲାପି ପ୍ରତିଷ୍ଠାନର ବିଦ୍ୟୁତ୍‌ ସଂଯୋଗ କାଟିଥିବା ସୂଚନା ମିଳିଛି। ଏମିତିକି ଲାଇନ୍ କଟାଯିବାବେଳେ ତରତର ହୋଇ ଅନେକ ଉପଭୋକ୍ତା ବି ବିଲ୍ ଭରୁଥିବା ଦେଖିବାକୁ ମିଳିଥିଲା । ତେବେ ଢେଙ୍କାନାଳରେ ସେସୁର ଆକ୍ସନ ବିରୋଧରେ ଏକାଠି ହୋଇଛନ୍ତି ବୁଦ୍ଧିଜୀବୀ, ବ୍ୟବସାୟୀ ଓ ଆଇନଜୀବୀ। ସ୍ଥାନୀୟ ଟାଉନ୍ ହଲରେ ଜଗତ ଉଦ୍ଧାର ମଞ୍ଚ ପକ୍ଷରୁ ଆୟୋଜିତ ବୈଠକରେ ସେସୁ ଜୋର ଜବରଦସ୍ତ ବିଲ୍ ଆଦାୟର ପ୍ରତିବାଦ କରାଯିବା ସହ ଏଭଳି ହେଲେ ଆନ୍ଦୋଳନର ଧମକ ଦିଆଯାଇଛି।

ସେସୁର ସୂଚନା ଅନୁସାରେ ଆଜି ପ୍ରାୟ ୧ ହଜାରରୁ ଅଧିକ ସଂଯୋଗ ବିଛିନ୍ନ ହୋଇଥିବାବେଳେ ବକେୟା ବାବଦରେ ଆଦାୟ ହୋଇଛି ପାଖାପାଖି ୪କୋଟି ଟଙ୍କା।

Related story