ସେସୁ ଦେଲା ପ୍ରସ୍ତାବ; ବିଦ୍ୟୁତ୍‌ ଝଟକାରେ ଜୀବନ ଗଲେ ଉପଭୋକ୍ତା ଦେବେ କ୍ଷତିପୂରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଦ୍ୟୁତ୍‌ ଝଟକାରେ ଲୋକଙ୍କ ମୃତ୍ୟୁ ହେଲେ ମୃତକଙ୍କ ପରିବାରକୁ ବିଦ୍ୟୁତ୍‌ ଉପଭୋକ୍ତା ଦେବେ କ୍ଷତିପୂରଣ । OERC ନିକଟରେ ଏଭଳି ଆବେଦନ କରିଛି ସେସୁ। ଗତକାଲି ଗଞ୍ଜାମରେ ଏକ ବସ୍‌ରେ ୧୧ କେଭି ତାର ଲାଗି ୧୦ଜଣଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାରେ ଥିବା ବେଳେ OERC ନିକଟରେ ସେସୁର ଏଭଳି ପ୍ରସ୍ତାବ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆଜି OERCରେ ସେସୁର ଶୁଣାଣି ଥିବା ବେଳେ ବିଜୁଳି ଆଘାତରେ ପ୍ରାଣ  ହରାଉଥିବା ଲୋକଙ୍କ […]

cesu

Niharika Rout
  • Published: Monday, 10 February 2020
  • , Updated: 10 February 2020, 12:39 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଦ୍ୟୁତ୍‌ ଝଟକାରେ ଲୋକଙ୍କ ମୃତ୍ୟୁ ହେଲେ ମୃତକଙ୍କ ପରିବାରକୁ ବିଦ୍ୟୁତ୍‌ ଉପଭୋକ୍ତା ଦେବେ କ୍ଷତିପୂରଣ । OERC ନିକଟରେ ଏଭଳି ଆବେଦନ କରିଛି ସେସୁ।

ଗତକାଲି ଗଞ୍ଜାମରେ ଏକ ବସ୍‌ରେ ୧୧ କେଭି ତାର ଲାଗି ୧୦ଜଣଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାରେ ଥିବା ବେଳେ OERC ନିକଟରେ ସେସୁର ଏଭଳି ପ୍ରସ୍ତାବ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆଜି OERCରେ ସେସୁର ଶୁଣାଣି ଥିବା ବେଳେ ବିଜୁଳି ଆଘାତରେ ପ୍ରାଣ  ହରାଉଥିବା ଲୋକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଏକ କର୍ପସ ଫଣ୍ଡ ଗଠନ ପାଇଁ ପ୍ରସ୍ତାବ ଦେଇଛି ସେସୁ । ତେବେ ଏହି କର୍ପସ ଫଣ୍ଡ ପାଇଁ ପ୍ରତି ମାସରେ ଉପଭୋକ୍ତାଙ୍କ ବିଜୁଳି ବିଲ୍‌ରେ ଅଧିକ ୧ଟଙ୍କା ମିଶାଇ ଆଦାୟ କରିବା ପାଇଁ କମିଶନଙ୍କ ପାଖରେ ସେସୁ ପ୍ରସ୍ତାବ ରଖିଛି ।

୨୦୧୦ରୁ ୨୦୧୯ ଭିତରେ କେବଳ ସେସୁ ଅଧୀନରେ ବିଜୁଳି ତାର ଲାଗି ୩୭୪ଜଣଙ୍କ ଜୀବନ ଯାଇଛି। ଗତ ୨୬-୧୦-୨୦୧୯ରେ ଶକ୍ତି ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା 5T ବୈଠକରେ କର୍ପସ ଫଣ୍ଡ ଗଠନ ନେଇ ନିଷ୍ପତ୍ତି ହୋଇଥିବା ଦର୍ଶାଇଛି ସେସୁ। ଏହାଛଡ଼ା ଆଜିର ଶୁଣାଣି ବେଳେ ଅନ୍ୟ ବିତରକ ଓ ଉତ୍ପାଦକଙ୍କ ଭଳି ସେସୁ ମଧ୍ୟ ଦେୟ ବୃଦ୍ଧି ସପକ୍ଷରେ ଯୁକ୍ତି ରଖିବ।

Related story