ଏନ୍‌କାଉଣ୍ଟରରେ ଚାଲିଗଲା ଚଗଲାର ଜୀବନ

ନୟାଗଡ଼ (ସତ୍ୟନାରାୟଣ ସୁରଜଗଦେବ): ପୋଲିସ୍ ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ଚଗଲା ଓରଫ ବଳରାମ ମଲ୍ଲିକର ମୃତ୍ୟୁ ଘଟିଛି। ସେ ଟିଟୋ ଗ୍ୟାଙ୍ଗ୍‌ ପାଇଁ କାମ କରୁଥିଲା।  ନୟାଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ନବଘନପୁର ଗାଁ ପାହାଡ଼ ନିକଟରେ ଏହି ଏନ୍‌କାଉଣ୍ଟର ହୋଇଥିଲା। କୌଣସି ଅପରାଧିକ କାର୍ଯ୍ୟ ଘଟାଇବା ପାଇଁ ଚଗଲା ଓ ତାର ଦୁଇ ସାଥୀ ନବଘନପୁର ଗାଁ ନିକଟରେ ଥିବା ନେଇ ନୟାଗଡ଼ ପୋଲିସ୍‌କୁ ସୂଚନା ମିଳିଥିଲା। ଏହା ପରେ ପୋଲିସ୍ ପକ୍ଷରୁ ସେଠାରେ […]

chagala

chagala

Rakesh Mallick
  • Published: Friday, 06 July 2018
  • Updated: 06 July 2018, 08:15 AM IST

Sports

Latest News

ନୟାଗଡ଼ (ସତ୍ୟନାରାୟଣ ସୁରଜଗଦେବ): ପୋଲିସ୍ ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ଚଗଲା ଓରଫ ବଳରାମ ମଲ୍ଲିକର ମୃତ୍ୟୁ ଘଟିଛି। ସେ ଟିଟୋ ଗ୍ୟାଙ୍ଗ୍‌ ପାଇଁ କାମ କରୁଥିଲା।  ନୟାଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ନବଘନପୁର ଗାଁ ପାହାଡ଼ ନିକଟରେ ଏହି ଏନ୍‌କାଉଣ୍ଟର ହୋଇଥିଲା।

କୌଣସି ଅପରାଧିକ କାର୍ଯ୍ୟ ଘଟାଇବା ପାଇଁ ଚଗଲା ଓ ତାର ଦୁଇ ସାଥୀ ନବଘନପୁର ଗାଁ ନିକଟରେ ଥିବା ନେଇ ନୟାଗଡ଼ ପୋଲିସ୍‌କୁ ସୂଚନା ମିଳିଥିଲା। ଏହା ପରେ ପୋଲିସ୍ ପକ୍ଷରୁ ସେଠାରେ ଚଢ଼ାଉ କରାଯାଇଥିଲା। ପୋଲିସ୍‌କୁ ଦେଖିବା କ୍ଷଣି ଚଗଲା ଓ ତା’ର ସାଥୀମାନେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ। ଏହା ପରେ ପୋଲିସ୍ ପକ୍ଷରୁ ଗୁଳି ଚଳା ଯାଇଥିଲା। ଚଗଲାର ଦୁଇ ଗୋଡ଼ରେ ଦୁଇଟି ଗୁଳି ବାଜିଥିଲା। ତେବେ ତାର ସାଥୀ ଦ୍ୱୟ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଗୁରୁତର ଅବସ୍ଥାରେ ଚଗଲାକୁ ପ୍ରଥମେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ତାକୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଥିଲା। ତେବେ ବାଟରେ ତାର ମୃତ୍ୟୁ ଘଟିଥିଲା।

ଚଗଲାର ଘର କଟକ ଜିଲ୍ଲା ନିଆଳି ଥାନା ରାଣୀଓଳାରେ। ତା’ଠାରୁ ଗୋଟିଏ ଦେଶୀ ବନ୍ଧୁକ ଓ ଦୁଇଟି ଗୁଳି ଜବତ କରାଯାଇଛି। ତା’ ନାଁରେ ୫୦ରୁ ଅଧିକ ମାମଲା ରହିଛି। ନୟାଗଡ଼ ଜିଲ୍ଲା ସାରଙ୍ଗଧରପୁର ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି ଘଟଣାରେ ସେ ସଂପୃକ୍ତ ଥିଲା ବୋଲି ସଦର ଥାନା ଆଇଆଇସି ରଶ୍ମୀରଞ୍ଜନ ନାୟକ କହିଛନ୍ତି।

ସୂଚନାଯୋଗ୍ୟ, ଗତ ଶନିବାର କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ ଟାକ୍ସଫୋର୍ସର ଏନ୍‌କାଉଣ୍ଟରରେ କେନ୍ଦ୍ରାପଡ଼ା ଜିଲ୍ଲାର ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସ୍‌ମାନ ଅଲି ଆହତ ହୋଇଥିଲା। କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଯିବା ପରେ ତାକୁ ଗିରଫ କରାଯାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos