ସାମ୍ବାଦିକ ସମ୍ମିଳନୀରେ ଚମ୍ପୁଆ ବିଧାୟକଙ୍କ ବୋହୂ ବୋଲି ଦାବି କଲେ ମହିଳା

ନୂଆପଡା: ନିଜକୁ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ବୋହୂ ବୋଲି ଦାବି କରିଛନ୍ତି ଜଣେ ମହିଳା। କବିତା ମହାକୁଡ଼ ନାମ୍ନୀ ଏହି ମହିଳା ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ ଏକ ସାମ୍ୱାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ସେ ବିଧାୟକ ସନାତନଙ୍କ ବଡ଼ ପୁଅ ପଙ୍କଜଙ୍କୁ ମନ୍ଦିରରେ ପ୍ରେମ ବିବାହ କରିଛନ୍ତି। ଉଭୟେ ସ୍ୱାମୀ-ସ୍ତ୍ରୀ ଭାବେ ରହିବା ସହ କବିତାଙ୍କର ଏବେ ୬ ମାସର ଏକ ଶିଶୁ କନ୍ୟା ଅଛି। ମାତ୍ର ବିଧାୟକ ତାଙ୍କ ସ୍ୱାମୀଙ୍କୁ ତାଙ୍କ ଠାରୁ […]

champua

Rakesh Mallick
  • Published: Sunday, 04 October 2015
  • , Updated: 04 October 2015, 06:05 PM IST

ନୂଆପଡା: ନିଜକୁ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ବୋହୂ ବୋଲି ଦାବି କରିଛନ୍ତି ଜଣେ ମହିଳା। କବିତା ମହାକୁଡ଼ ନାମ୍ନୀ ଏହି ମହିଳା ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ ଏକ ସାମ୍ୱାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ସେ ବିଧାୟକ ସନାତନଙ୍କ ବଡ଼ ପୁଅ ପଙ୍କଜଙ୍କୁ ମନ୍ଦିରରେ ପ୍ରେମ ବିବାହ କରିଛନ୍ତି। ଉଭୟେ ସ୍ୱାମୀ-ସ୍ତ୍ରୀ ଭାବେ ରହିବା ସହ କବିତାଙ୍କର ଏବେ ୬ ମାସର ଏକ ଶିଶୁ କନ୍ୟା ଅଛି। ମାତ୍ର ବିଧାୟକ ତାଙ୍କ ସ୍ୱାମୀଙ୍କୁ ତାଙ୍କ ଠାରୁ ଅଲଗା କରି ଅନ୍ୟତ୍ର ବିବାହ କରାଇ ଦେଇଥିବା କବିତା ଅଭିଯୋଗ କରିଛନ୍ତି। ଏ ନେଇ ସେ ମହିଳା କମିଶନଙ୍କୁ ଅବଗତ କରାଇଥିବା କହିଛନ୍ତି। ତେବେ ଏ ନେଇ ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Related story