ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ବାରାକ୍ ମିସାଇଲ୍‌ର ପରୀକ୍ଷଣ

ବାଲେଶ୍ୱର: ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ ମିସାଇଲ୍‌ ବାରାକ୍‌ର ଆଜି ପୁଣି ସକାଳ ୧୦ଟା ୨୬ ମିନିଟ୍‌ରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ୱର ଲଞ୍ଚ ପ୍ୟାଡ୍‌ରୁ ପରୀକ୍ଷଣ କରାଯାଇଛି। ଭାରତ ଓ ଇସ୍ରାଇଲ୍‌ର ମିଳିତ ସହଯୋଗରେ ନିର୍ମାଣ କରାଯାଇଥିବା ଏହି ମିସାଇଲ୍‌ ଶତ୍ରୁପକ୍ଷର ମିସାଇଲକୁ ଚିହ୍ନଟ କରି ୭୦ କିଲୋମିଟର ଦୂରତା ମଧ୍ୟରେ ଲକ୍ଷ୍ୟଭେଦ କରିବାର କ୍ଷମତା ରଖୁଛି। ଏହି ମିଜାଇଲ୍‌ର ଲମ୍ୱ ସାଢେ ୪ମିଟର, ଓଜନ ୨୭୫ କିଲୋଗ୍ରାମ୍‌ ଓ […]

baleswar

Rakesh Mallick
  • Published: Friday, 01 July 2016
  • , Updated: 01 July 2016, 05:03 PM IST

ବାଲେଶ୍ୱର: ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ ମିସାଇଲ୍‌ ବାରାକ୍‌ର ଆଜି ପୁଣି ସକାଳ ୧୦ଟା ୨୬ ମିନିଟ୍‌ରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ୱର ଲଞ୍ଚ ପ୍ୟାଡ୍‌ରୁ ପରୀକ୍ଷଣ କରାଯାଇଛି। ଭାରତ ଓ ଇସ୍ରାଇଲ୍‌ର ମିଳିତ ସହଯୋଗରେ ନିର୍ମାଣ କରାଯାଇଥିବା ଏହି ମିସାଇଲ୍‌ ଶତ୍ରୁପକ୍ଷର ମିସାଇଲକୁ ଚିହ୍ନଟ କରି ୭୦ କିଲୋମିଟର ଦୂରତା ମଧ୍ୟରେ ଲକ୍ଷ୍ୟଭେଦ କରିବାର କ୍ଷମତା ରଖୁଛି। ଏହି ମିଜାଇଲ୍‌ର ଲମ୍ୱ ସାଢେ ୪ମିଟର, ଓଜନ ୨୭୫ କିଲୋଗ୍ରାମ୍‌ ଓ ଏଥିରେ ପ୍ରାୟ ୬୦ କିଲୋଗ୍ରାମ୍ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ।

ଗତକାଲି ବାରାକ୍ ମିଜାଇଲ୍‌ର ଦୁଇଥର ପରୀକ୍ଷଣ ହୋଇଥିଲା। ବାରାକ୍‌ର ନାଭାଲ୍‌ ଭର୍ସନ୍‌କୁ ପ୍ରଥମ ଥର ପାଇଁ ୨୦୧୫ ମସିହା ଡିସେମ୍ୱର ୨୯ ଓ ୩୦ ତାରିଖରେ ପରୀକ୍ଷା କରାଯାଇଥିଲା।

 

Related story