‘ପଦ୍ମଶ୍ରୀ’ ଗ୍ରହଣ କରିବା ପୂର୍ବରୁ ଚାଲିଗଲେ ଚନ୍ଦ୍ରଶେଖର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶିଷ୍ଟ ସାହିତ୍ୟିକ ଚନ୍ଦ୍ରଶେଖର ରଥଙ୍କର ଆଜି ପରଲୋକ ହୋଇଯାଇଛି। ଆଜି ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ଦୀର୍ଘ ଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ବିଭିନ୍ନ ରୋଗରେ ପୀଡ଼ିତ ଥିଲେ। ସୂଚନାଯୋଗ୍ୟ, ପାଞ୍ଚ ଦଶନ୍ଧି ଧରି ସାହିତ୍ୟ ସାଧନା କରିଥିବା ଶ୍ରୀ ରଥ ଚଳିତ ବର୍ଷ ‘ପଦ୍ମଶ୍ରୀ’ ପୁରସ୍କାର ପାଇବାକୁ ମନୋନୀତ ହୋଇଥିଲେ। କିନ୍ତୁ […]

chandar

Rakesh Mallick
  • Published: Friday, 09 February 2018
  • , Updated: 09 February 2018, 06:26 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶିଷ୍ଟ ସାହିତ୍ୟିକ ଚନ୍ଦ୍ରଶେଖର ରଥଙ୍କର ଆଜି ପରଲୋକ ହୋଇଯାଇଛି। ଆଜି ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ଦୀର୍ଘ ଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ବିଭିନ୍ନ ରୋଗରେ ପୀଡ଼ିତ ଥିଲେ।

ସୂଚନାଯୋଗ୍ୟ, ପାଞ୍ଚ ଦଶନ୍ଧି ଧରି ସାହିତ୍ୟ ସାଧନା କରିଥିବା ଶ୍ରୀ ରଥ ଚଳିତ ବର୍ଷ ‘ପଦ୍ମଶ୍ରୀ’ ପୁରସ୍କାର ପାଇବାକୁ ମନୋନୀତ ହୋଇଥିଲେ। କିନ୍ତୁ ଏ ପୁରସ୍କାର ଗ୍ରହଣ କରିବା ପୂର୍ବରୁ ସେ ଇହଧାମ ତ୍ୟାଗ କରିଛନ୍ତି। ୧୯୨୯ ମସିହା ଅକ୍ଟୋବର ୧୭ ତାରିଖରେ ବଲାଙ୍ଗୀରରେ ଜନ୍ମ ଗ୍ରହଣ କରିଥିଲେ ଚନ୍ଦ୍ର ଶେଖର ରଥ। ସେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ କ୍ୟାନିଂ କଲେଜରୁ ଇଂରାଜି ଭାଷା ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ୨୦୦୮ରେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ ଓ ୨୦୧୨ରେ ଉତ୍କଳ ସଂସ୍କୃତ ବିଶ୍ୱବିଦ୍ୟାଳୟ ତରଫରୁ ତାଙ୍କୁ ଡି.ଲିଟ୍ ଉପାଧି ପ୍ରଦାନ କରାଯାଇଛି। ୧୯୫୨ରେ ସେ ଓଡ଼ିଶା ଶିକ୍ଷା ସେବାରେ ଯୋଗ ଦେଇ ଇଂରାଜି ଅଧ୍ୟାପକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ୧୯୮୭ରେ ଶିକ୍ଷା ବିଭାଗର ଉପ଼ନିର୍ଦ୍ଦେଶକ ଭାବେ ସେ ଚାକରିରୁ ଅବସର ନେଇଥିଲେ।

[caption id="attachment_209149" align="aligncenter" width="859"] ଚନ୍ଦ୍ରଶେଖର ରଥଙ୍କ ଫାଇଲ୍ ଫଟୋ[/caption]

ସେ ଉଭୟ ଗପ ଓ ଉପନ୍ୟାସ ଲେଖୁଥିଲେ। ଏହା ସହିତ ସେ ଅନେକ ଲଳିତ ନିବନ୍ଧ ବି ରଚନା କରିଥିଲେ। ସେ କବିତା ବି ଲେଖୁଥିଲେ। ତାଙ୍କ ରଚିତ ଉପନ୍ୟାସ ମଧ୍ୟରେ ରହିଛି ‘ଯନ୍ତ୍ରାଋଢ଼’, ଅସୂର୍ଯ୍ୟ ଉପନିବେଶ’ ଓ ‘ନବ ଜାତକ’। ତାଙ୍କର ଗଳ୍ପ ସଂକଳନଗୁଡ଼ିକ ହେଉଛି ‘ଅନେକ ବନ୍ୟା ପରେ’, ‘ଅଶ୍ୱାରୋହୀର ଗଳ୍ପ’, ‘ସମ୍ରାଟ ଓ ଅନ୍ୟମାନେ’, ‘ଅନ୍ୟ ଏକ ସକାଳ’, ‘ସବୁଯାକ ସ୍ୱପ୍ନ’, ‘ବାଘ ସବାର’, ‘ଏତେ ପାଖରେ ସମୁଦ୍ର’ ଓ ‘ସ୍ୱପ୍ନ ବାହକ’ ଇତ୍ୟାଦି। ତାଙ୍କର ୧୨ଟି ପ୍ରବନ୍ଧ ସଂକଳନ ମଧ୍ୟ ଅଛି। ତାଙ୍କର କବିତା ସଂକଳନ ମଧ୍ୟରେ ରହିଛି ‘ପକ୍ଷୀଗାନ’ ଓ ‘ମୋ ଘର ବହୁତ ଦୂର’। ଦୀର୍ଘ ବର୍ଷ ଧରି ସେ ‘ସନ୍‌ ଟାଇମ୍ସ’ ଓ ‘ସମ୍ବାଦ’ର ସଂପାଦନା ସହ ଜଡ଼ିତ ଥିଲେ।

[caption id="attachment_209144" align="aligncenter" width="859"] ଚନ୍ଦ୍ରଶେଖର ରଥଙ୍କ ଫାଇଲ୍ ଫଟୋ[/caption]

Related story