ଆଜି ସଙ୍ଗରୋଧରେ ଥିଲା ବିଦାୟ ଦିନ, ଲୁହ ରୋକିପାରିଲେନି ସରପଞ୍ଚ

ମୋହନା (ମିହିର ଜତି): ଇଏବି ଜଣେ ମାଆ। ଯିଏ ଆଜି କାନ୍ଦୁଛି। ତା’ହା ପୁଣି ନିଜ ଜନ୍ମ କଲା ପିଲାଙ୍କ ପାଇଁ ନୁହେଁ। ବରଂ ସଙ୍ଗରୋଧ କେନ୍ଦ୍ରରୁ ବିଦାୟ ନେଉଥିବା ପ୍ରବାସୀଙ୍କ ପାଇଁ ଆଜି ତାଙ୍କ ଆଖିର ଏ ଲୁହ। ଜଣେ ମାଆ ହୋଇ ପ୍ରବାସୀଙ୍କ ସୁଖ ଓ ଦୁଃଖ ବୁଝିଥିଲେ, ସେମାନଙ୍କ କାନ୍ଧ ସହ କାନ୍ଧ ମିଳାଇଥିଲେ। ସେମାନଙ୍କ ଆରୋଗ୍ୟ କାମନା କରି ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥିଲେ। ସେମିତି ଜଣେ ସରପଞ୍ଚ ହେଉଛନ୍ତି ନର୍ମଦା […]

mohana

Manoranjan Sial
  • Published: Monday, 01 June 2020
  • , Updated: 01 June 2020, 08:05 PM IST

ମୋହନା (ମିହିର ଜତି): ଇଏବି ଜଣେ ମାଆ। ଯିଏ ଆଜି କାନ୍ଦୁଛି। ତା’ହା ପୁଣି ନିଜ ଜନ୍ମ କଲା ପିଲାଙ୍କ ପାଇଁ ନୁହେଁ। ବରଂ ସଙ୍ଗରୋଧ କେନ୍ଦ୍ରରୁ ବିଦାୟ ନେଉଥିବା ପ୍ରବାସୀଙ୍କ ପାଇଁ ଆଜି ତାଙ୍କ ଆଖିର ଏ ଲୁହ। ଜଣେ ମାଆ ହୋଇ ପ୍ରବାସୀଙ୍କ ସୁଖ ଓ ଦୁଃଖ ବୁଝିଥିଲେ, ସେମାନଙ୍କ କାନ୍ଧ ସହ କାନ୍ଧ ମିଳାଇଥିଲେ। ସେମାନଙ୍କ ଆରୋଗ୍ୟ କାମନା କରି ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥିଲେ। ସେମିତି ଜଣେ ସରପଞ୍ଚ ହେଉଛନ୍ତି ନର୍ମଦା ଦଳାଇ। ନିଜ ଜନ୍ମିତ ସନ୍ତାନ ହୋଇନଥିଲେ ମଧ୍ୟ ସଙ୍ଗରୋଧରେ ରହୁଥିବା ପ୍ରବାସୀଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଯତ୍ନ ନେବାରେ କୌଣସିଥିରେ ଉଣା କରିନଥିଲେ ସେ।

ଗଜପତି ଜିଲ୍ଲା ଚନ୍ଦ୍ରଗିରିରେ ରହିଛି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ। ଏହି ସ୍କୁଲକୁ ସଙ୍ଗରୋଧ କେନ୍ଦ୍ର କରାଯାଇଥିଲା। ଏଠାରେ ୬୮ ଜଣ ପ୍ରବାସୀ ଶ୍ରମିକ ରହୁଥିଲେ। ଏହି ସଙ୍ଗରୋଧ କେନ୍ଦ୍ରର ଦାୟିତ୍ୱ ବୁଝୁଛନ୍ତି ଚନ୍ଦ୍ରଗିରି ସରପଞ୍ଚ ନର୍ମଦା ଦଳାଇ। ସେ ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌ ପାଳନ କରିବାକୁ ଯାଇ ପ୍ରବାସୀଙ୍କୁ ନିଜ ପିଲା ପରି ଲାଳନ ପାଳନ କରୁଛନ୍ତି। ସଙ୍ଗରୋଧରେ ୧୪ ଦିନ ସରିବା ପରେ ଆଜି ୬୧ ପ୍ରବାସୀ ଘରକୁ ଫେରିଛନ୍ତି। ସେମାନଙ୍କୁ ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ସ୍ୱୟଂ ସହାୟିକା ମହିଳାମାନେ ଓ ସରପଞ୍ଚ ମିଠା ଖୁଆଇ ଫୁଲ ଫିଙ୍ଗି ବିଦାୟ ଦେଇଥିଲେ। ଏହି ସମୟରେ ସରପଞ୍ଚ ଶ୍ରୀମତି ଦଳାଇ ଭାବପ୍ରବଣ ହୋଇପଡ଼ିଥିଲେ।

ସରପଞ୍ଚ ନର୍ମଦା ଦଳାଇ କହିଛନ୍ତି-“ମୋ’ ପାଖରେ ପୁଅ ଓ ଝିଅ ପରି ରହିଥିଲେ। ୧୫ ଦିନ ପରେ ସେମାନେ ଆଜି ଘରକୁ ଫେରିଯାଉଛନ୍ତି। ଏଥିପାଇଁ ମୋତେ ଭାରି ଦୁଃଖ ଲାଗୁଛି। ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି, ମହାମାରୀ କରୋନା କବଳରୁ ସେମାନେ ମୁକ୍ତି ପାଇ ଘରକୁ ଯାଉଛନ୍ତି। ସେମାନଙ୍କ ଜୀବନ ସୁଖମୟ ହେଉ ଭଗବାନଙ୍କ ପାଖରେ ମୋର ଏହି ପ୍ରାର୍ଥନା”

Related story