ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ: ଉପେନ୍ଦ୍ର ବେହେରା ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ନଭେମ୍ବର ୩୦ରେ ଅବସର ନେବେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି। ତା’ପୂର୍ବରୁ ଶନିବାର ସରକାର ବିଧିବଦ୍ଧ ଭାବେ ନୂଆ ମୁଖ୍ୟ ଶାସନ ସଚିବଙ୍କ ନାଁ ଘୋଷଣା କରିଛନ୍ତି। ଗୋକୁଳ ଚନ୍ଦ୍ର ପତିଙ୍କ ସ୍ଥାନ ନେବେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ। ତାଙ୍କୁ ମୁଖ୍ୟ ଶାସନ ସଚିବ ପଦବୀରେ ସରକାର ନିଯୁକ୍ତି ଦେବା ନେଇ ବିଜ୍ଞପ୍ତି ପ୍ରକାଶ କରାଯିବା ସହିତ ବରିଷ୍ଠ ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କରାଯାଇଛି। […]

upendra-behera

Rakesh Mallick
  • Published: Saturday, 28 November 2015
  • , Updated: 28 November 2015, 03:54 PM IST

ଭୁବନେଶ୍ୱର: ନଭେମ୍ବର ୩୦ରେ ଅବସର ନେବେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି। ତା’ପୂର୍ବରୁ ଶନିବାର ସରକାର ବିଧିବଦ୍ଧ ଭାବେ ନୂଆ ମୁଖ୍ୟ ଶାସନ ସଚିବଙ୍କ ନାଁ ଘୋଷଣା କରିଛନ୍ତି। ଗୋକୁଳ ଚନ୍ଦ୍ର ପତିଙ୍କ ସ୍ଥାନ ନେବେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ। ତାଙ୍କୁ ମୁଖ୍ୟ ଶାସନ ସଚିବ ପଦବୀରେ ସରକାର ନିଯୁକ୍ତି ଦେବା ନେଇ ବିଜ୍ଞପ୍ତି ପ୍ରକାଶ କରାଯିବା ସହିତ ବରିଷ୍ଠ ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କରାଯାଇଛି। ଉନ୍ନୟନ କମିଶନର ଉପେନ୍ଦ୍ର ନାଥ ବେହେରାଙ୍କୁ ମୁଖ୍ୟମନ୍ତ୍ରୀ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେ ଆଦିତ୍ୟ ପାଢ଼ୀଙ୍କଠାରୁ ଏହି ଦାୟିତ୍ୱ ନେବେ। ସେହିପରି ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଅର୍ଥ ବିଭାଗ) ଆର୍ ବାଲକ୍ରିଷ୍ଣନଙ୍କୁ ଉନ୍ନୟନ କମିଶନର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ମହିଳା ଓ ଶିଶୁ ବିକାଶ ସଚିବ ବିଶାଲ ଦେବଙ୍କୁ ଅର୍ଥ ବିଭାଗର ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ଦିଆଯାଇଛି।

Related story