ବିଶ୍ୱ ନିୟନ୍ତାଙ୍କ ଘୋଷଯାତ୍ରା ପାଇଁ ଚାଲିଛି ରଥ ନିର୍ମାଣ

ପୁରୀ (ଓଡ଼ିଶା ରିପୋର୍ଟର): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଚାଲିଛି ରଥ ନିର୍ମାଣ। କୋଭିଡ୍‌ କଟକଣା ଭିତରେ ବିଶ୍ୱକର୍ମା, ଭୋଇ ଓ କରତି ସେବାୟତମାନେ ମୁହଁରେ ମାସ୍କ ପରିଧାନ କରିବା ସହ ହାତକୁ ସାନିଟାଇଜ କରି ରଥ ନିର୍ମାଣ କରୁଛନ୍ତି। ୨୦୦ ଫୁଟ୍‌ର ରଥଖଳାକୁ ଧଳା କପଡ଼ାରେ ସଂପୂର୍ଣ୍ଣ ଆଦୃତ କରି ରଥନିର୍ମାଣ କାମ ଜାରି ରହିଛି। ରଥର ଚକ ନିର୍ମାଣ ପାଇଁ କରତ ଓ ମେସିନ ସାହାଯ୍ୟରେ କରତି ସେବାୟତମାନେ ବଡ଼ ବଡ଼ […]

Ratha Yatra

Ratha Yatra

Manoranjan Sial
  • Published: Tuesday, 18 May 2021
  • Updated: 18 May 2021, 07:37 PM IST

ପୁରୀ (ଓଡ଼ିଶା ରିପୋର୍ଟର): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଚାଲିଛି ରଥ ନିର୍ମାଣ। କୋଭିଡ୍‌ କଟକଣା ଭିତରେ ବିଶ୍ୱକର୍ମା, ଭୋଇ ଓ କରତି ସେବାୟତମାନେ ମୁହଁରେ ମାସ୍କ ପରିଧାନ କରିବା ସହ ହାତକୁ ସାନିଟାଇଜ କରି ରଥ ନିର୍ମାଣ କରୁଛନ୍ତି। ୨୦୦ ଫୁଟ୍‌ର ରଥଖଳାକୁ ଧଳା କପଡ଼ାରେ ସଂପୂର୍ଣ୍ଣ ଆଦୃତ କରି ରଥନିର୍ମାଣ କାମ ଜାରି ରହିଛି। ରଥର ଚକ ନିର୍ମାଣ ପାଇଁ କରତ ଓ ମେସିନ ସାହାଯ୍ୟରେ କରତି ସେବାୟତମାନେ ବଡ଼ ବଡ଼ କାଠ ଗଣ୍ତିକୁ କାଟୁଥିବା ବେଳେ ବିଶ୍ୱକର୍ମାମାନେ ତୁମ୍ୱ କାର୍ଯ୍ୟ କରୁଛନ୍ତି। ରଥ ନିର୍ମାଣର ଆଜି ଚତୁର୍ଥ ଦିନରେ ତିନରଥ ପାଇଁ ଦୁଇ ଦୁଇଟି ତୁମ୍ୱ ଶେଷ ହେବା ପରେ ଆଉ ଦୁଇଟି ଲେଖାଏଁ କାର୍ଯ୍ୟ କରାଯାଉଛି। ସମୁଦାୟ ୪୨ ଟି ତୁମ୍ୱ ନିର୍ମାଣ କରାଯିବ। ତେବେ ନୃସିଂହ ଚତୁର୍ଦ୍ଧଶୀ ଅବସରରେ ରୂପକାର ସେବାୟତମାନେ ଗୁଜ କାଠ ଅନୁକୂଳ କରିବାର ବିଧି ରହିଛି ବୋଲି କହିଛନ୍ତି ବିଶ୍ୱକର୍ମା।

ଏପଟେ ରଥଖଳା ଭଳି ଦୋଳବେଦୀ କମାରଶାଳ ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛି। ସୋମବାର ଏହି ଅସ୍ଥାୟୀ କମାରଶାଳକୁ କମାର ସେବାୟତମାନେ ଚୁନ ଓ ଗୋବର ପାଣି ପକାଇ ଶୁଦ୍ଧ କରିଥିଲେ। କମାରଶାଳରେ ମହାପ୍ରଭୁଙ୍କ ତିନିରଥ ନିର୍ମାଣ ପାଇଁ ଆବଶ୍ୟକୀୟ କଣ୍ଟା ଓ ଅନ୍ୟାନ୍ୟ ଲୁହା ସାମଗ୍ରୀ ତିଆରି କରିବେ କମାର ସେବକମାନେ। ତିନିରଥ ପାଇଁ ତିନୋଟି ଶାଳ କରାଯାଇଛି। ଏଠାରୁ ରଥର ଅର, ବଳା, ପନ୍ଦାରି, ପନ୍ଦାରି ଚାବି କଣ୍ଟା ଇତ୍ୟାଦି ନିର୍ମାଣ କରାଯାଉଛି। ଆସନ୍ତା ଭଉଁରୀ ଦିନ ପନ୍ଦାରି ଚାବିର ଅନୁକୂଳ କରାଯିବ ବୋଲି କହିଛନ୍ତି କମାର ସେବାୟତ। ରଥନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ତ ରଥ କାଠର ଆବଶ୍ୟକ ଥିବା ବେଳେ ଗତବର୍ଷ ୬୯ ଖଣ୍ତ କାଠ ଗଚ୍ଛିତ ରହିଛି। ତେବେ ଚଳିତବର୍ଷ ଆବଶ୍ୟକ ୭୯୬ ଖଣ୍ତ କାଠ ମଧ୍ୟରୁ ୧୦ ଖଣ୍ତ କାଠକୁ ଛାଡ଼ି ଆଉ ସମସ୍ତ ୭୮୬ ଖଣ୍ତ କାଠ ଆସି ସାରିଥିବା କହିଛନ୍ତି ରଥ ତତ୍ତ୍ୱାବଧାରକ।

କରେନା ସଂକ୍ରମଣ ଯୋଗୁ ଗତବର୍ଷ ୧୨ ଦିନ ବିଳମ୍ୱରେ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ଚଳିତର୍ବଷ ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁ ଠିକ ସମୟରେ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ରଥନିର୍ମାଣରେ ନିୟୋଜିତ ସମସ୍ତ ସେବାୟତଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos