ରକ୍ତରେ ଭାସିଲା ଦେବୀପୀଠ: ପଡ଼ିଲା ଶହ ଶହ ପଶୁବଳି
ଆଶ୍ୱୀନ ମାସ କୃଷ୍ଣପକ୍ଷ ଅଷ୍ଟମୀ ଦିନ ଭବାନୀପାଟଣା ରାଜପ୍ରସାଦରେ ଥିବା ମାଣିଙ୍କେଶ୍ୱରୀଙ୍କ ପୀଠରେ ମୁଣ୍ଡବସା ଠାରୁ ଆରମ୍ଭକରି ମହାଷ୍ଟମୀ ପର୍ଯନ୍ତ ମା’ଙ୍କୁ ସ୍ୱତନ୍ତ୍ର ପଦ୍ଧତିରେ ପୂଜାର୍ଚ୍ଚନା କରାଯାଇଥାଏ। ଗତକାଲି ମହାଷ୍ଟମୀ ମଧ୍ୟରାତିରେ ମନ୍ଦିରରେ ଗୁପ୍ତପୂଜା ଓ ପୋଢ ବଳି ପରେ ଦେବୀଙ୍କ ବିଜୟ ପ୍ରତିମା ‘ଛତର' ସହରର ପଶ୍ଚିମ ଉପକଣ୍ଠରେ ଥିବା ଜେନାଖାଲରୁ ବାହାରି ମନ୍ଦିରକୁ ଯାଉଛନ୍ତି।
ଢୋଲ, ନିଶାନ, ମହୂରୀ, ଘଣ୍ଟ, ଶଙ୍ଖ ଓ ମା’ଙ୍କ ପ୍ରିୟ ବୀରବାଦ୍ୟ ଘୁମୁରାର ତାଳେ ତାଳେ ବିଜୟ ପ୍ରତିମା ‘ଛତର' ଜେନାଖାଲରୁ ମନ୍ଦିର ପର୍ଯ୍ୟନ୍ତ ଯାଆନ୍ତି। ଭକ୍ତଙ୍କ ଦର୍ଶନ ନିମନ୍ତେ ମା’ ମାଣିଙ୍କେଶ୍ୱରୀଙ୍କ ଏହି ଯାତ୍ରାକୁ ହିଁ ‘ଛତର' ଯାତ୍ରା କୁହାଯାଏ।
ଛତର ଯାତ୍ରାରେ ମାନସିକ ରଖିଥିବା ଭକ୍ତ ବୋଦା, ଛେଳି ଓ କୁକୁଡ଼ା ଆଦି ହଜାର ହଜାର ମାତ୍ରାରେ ବଳି ଦେଉଛନ୍ତି। ବଳି ଯୋଗୁଁ ରକ୍ତ ରଞ୍ଜିତ ହୋଇ ଉଠିଛି ଜେନାଖାଲ ଠାରୁ ମନ୍ଦିର ଯାଏଁ ପ୍ରାୟ ୩ କିଲୋମିଟର ରାସ୍ତା।  ଅନ୍ୟପଟେ ଭକ୍ତ ଶାନ୍ତିର ପ୍ରତୀକ କପୋତକୁ ମଧ୍ୟ ଉଡ଼ାଇଛନ୍ତି ଏବଂ ମା’ଙ୍କ  ଆଶୀର୍ବାଦ ଭିକ୍ଷା କରିଛନ୍ତି।
https://www.youtube.com/watch?v=RsO7k5zLeLU
Ordigital Desk
• Published: Thursday, 28 September 2017
• Updated: 28 September 2017, 05:05 AM IST
Sports
Latest News
ଆଶ୍ୱୀନ ମାସ କୃଷ୍ଣପକ୍ଷ ଅଷ୍ଟମୀ ଦିନ ଭବାନୀପାଟଣା ରାଜପ୍ରସାଦରେ ଥିବା ମାଣିଙ୍କେଶ୍ୱରୀଙ୍କ ପୀଠରେ ମୁଣ୍ଡବସା ଠାରୁ ଆରମ୍ଭକରି ମହାଷ୍ଟମୀ ପର୍ଯନ୍ତ ମା’ଙ୍କୁ ସ୍ୱତନ୍ତ୍ର ପଦ୍ଧତିରେ ପୂଜାର୍ଚ୍ଚନା କରାଯାଇଥାଏ। ଗତକାଲି ମହାଷ୍ଟମୀ ମଧ୍ୟରାତିରେ ମନ୍ଦିରରେ ଗୁପ୍ତପୂଜା ଓ ପୋଢ ବଳି ପରେ ଦେବୀଙ୍କ ବିଜୟ ପ୍ରତିମା ‘ଛତର' ସହରର ପଶ୍ଚିମ ଉପକଣ୍ଠରେ ଥିବା ଜେନାଖାଲରୁ ବାହାରି ମନ୍ଦିରକୁ ଯାଉଛନ୍ତି।
ଢୋଲ, ନିଶାନ, ମହୂରୀ, ଘଣ୍ଟ, ଶଙ୍ଖ ଓ ମା’ଙ୍କ ପ୍ରିୟ ବୀରବାଦ୍ୟ ଘୁମୁରାର ତାଳେ ତାଳେ ବିଜୟ ପ୍ରତିମା ‘ଛତର' ଜେନାଖାଲରୁ ମନ୍ଦିର ପର୍ଯ୍ୟନ୍ତ ଯାଆନ୍ତି। ଭକ୍ତଙ୍କ ଦର୍ଶନ ନିମନ୍ତେ ମା’ ମାଣିଙ୍କେଶ୍ୱରୀଙ୍କ ଏହି ଯାତ୍ରାକୁ ହିଁ ‘ଛତର' ଯାତ୍ରା କୁହାଯାଏ।
ଛତର ଯାତ୍ରାରେ ମାନସିକ ରଖିଥିବା ଭକ୍ତ ବୋଦା, ଛେଳି ଓ କୁକୁଡ଼ା ଆଦି ହଜାର ହଜାର ମାତ୍ରାରେ ବଳି ଦେଉଛନ୍ତି। ବଳି ଯୋଗୁଁ ରକ୍ତ ରଞ୍ଜିତ ହୋଇ ଉଠିଛି ଜେନାଖାଲ ଠାରୁ ମନ୍ଦିର ଯାଏଁ ପ୍ରାୟ ୩ କିଲୋମିଟର ରାସ୍ତା।  ଅନ୍ୟପଟେ ଭକ୍ତ ଶାନ୍ତିର ପ୍ରତୀକ କପୋତକୁ ମଧ୍ୟ ଉଡ଼ାଇଛନ୍ତି ଏବଂ ମା’ଙ୍କ  ଆଶୀର୍ବାଦ ଭିକ୍ଷା କରିଛନ୍ତି।
https://www.youtube.com/watch?v=RsO7k5zLeLU
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos