ଚେଙ୍କ ପରେ ଗୁରୁତର ଶିଶୁ ମେଡିକାଲରେ ଭର୍ତ୍ତି

ପାଲଲହଡା: ରୋଗ ଭଲ ପାଇଁ ଏକ ୩ ମାସର ଶିଶୁକନ୍ୟାକୁ ତା’ର ମାଆବାପା ଚେଙ୍କ ଦେଇଛନ୍ତି। ଏପରି ଅଭିଯୋଗ ଆସିଛି ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକର ମୁକ୍ତାପୁର ଗାଁରୁ। ଗୁରୁତର ଅବସ୍ଥାରେ ଶିଶୁକୁ ପାଲଲହଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ମୁକ୍ତାପୁର ଗାଁର ଅଜୟ ମୁଣ୍ଡାଙ୍କ ଶିଶୁକନ୍ୟାର ପେଟ ଫୁଲିଯାଇଥିଲା। ଏହାକୁ ଭଲ କରିବାକୁ ଗତକାଲି ଅଜୟ ଓ ତାଙ୍କ ପତ୍ନୀ ଶିଶୁ ପେଟରେ ଚେଙ୍କ ଦେଇଥିଲେ। ଶିଶୁଙ୍କୁ ଚେଙ୍କ ଦିଆଯିବାର ଏହା ଗୋଟିଏ ଘଟଣା […]

palalahada

Rakesh Mallick
  • Published: Wednesday, 01 March 2017
  • , Updated: 01 March 2017, 02:33 PM IST

ପାଲଲହଡା: ରୋଗ ଭଲ ପାଇଁ ଏକ ୩ ମାସର ଶିଶୁକନ୍ୟାକୁ ତା’ର ମାଆବାପା ଚେଙ୍କ ଦେଇଛନ୍ତି। ଏପରି ଅଭିଯୋଗ ଆସିଛି ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକର ମୁକ୍ତାପୁର ଗାଁରୁ। ଗୁରୁତର ଅବସ୍ଥାରେ ଶିଶୁକୁ ପାଲଲହଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ମୁକ୍ତାପୁର ଗାଁର ଅଜୟ ମୁଣ୍ଡାଙ୍କ ଶିଶୁକନ୍ୟାର ପେଟ ଫୁଲିଯାଇଥିଲା। ଏହାକୁ ଭଲ କରିବାକୁ ଗତକାଲି ଅଜୟ ଓ ତାଙ୍କ ପତ୍ନୀ ଶିଶୁ ପେଟରେ ଚେଙ୍କ ଦେଇଥିଲେ।

ଶିଶୁଙ୍କୁ ଚେଙ୍କ ଦିଆଯିବାର ଏହା ଗୋଟିଏ ଘଟଣା ନୁହେଁ। ବିଭିନ୍ନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚେଙ୍କ ଯୋଗୁଁ ଶିଶୁଙ୍କ ମୃତ୍ୟୁ ଘଟିବାର ଏକାଥିବ ନଜିର ରହିଛି। ଗତ ଜାନୁୟାରୀ ୨୦ ତାରିଖରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାଇଘର ବ୍ଲକ୍‌  ଭାରଶୁଣ୍ଡି ଗାଁର ବିଜୁ ମୁଣ୍ଡା ନାମକ ଏକ ଦୁଇ ମାସର ଶିଶୁପୁତ୍ରର ମୃତ୍ୟୁ ଘଟିଥିଲା।

ଗତ ଡିସେମ୍ବର ୨୨ ତାରିଖରେ କନ୍ଧମାଳ ଜିଲ୍ଲା ବାରଖମା ଅନ୍ତର୍ଗତ ତୋଟା ସାହିର ଏକ ୮ ମାସର ଶିଶୁର ଚେଙ୍କ ଯୋଗୁଁ ମୃତ୍ୟୁ ଘଟିଥିଲା।

ତେବେ ଅଶିକ୍ଷା ଓ ଅନ୍ଧବିଶ୍ୱାସ ଯୋଗୁଁ ଏପରି ଘଟଣା ବାରମ୍ବାର ଘଟୁଥିବା ସାଧାରଣରେ ଅଭିଯୋଗ ହେଉଛି।

Related story