୩ ଅନାଥ ପିଲାଙ୍କୁ ମିଳିଗଲା ମା’ କୋଳ, କୋଳେଇ ନେଲେ ଚେନ୍ନାଇ ଦମ୍ପତି

ସମ୍ୱଲପୁର(ସଞ୍ଜୟ ଜେନା): ୩ ଅନାଥ ପିଲାଙ୍କୁ ମିଳିଗଲା ମା’ କୋଳ। ବାପା-ମା’ଙ୍କୁ ହରାଇ ସମ୍ବଲପୁର ବାଳନିକେତନରେ ରହୁଥିବା ୩ ଭାଇ ଭଉଣୀଙ୍କୁ କୋଳେଇ ନେଇଛନ୍ତି ଚେନ୍ନାଇ ଦମ୍ପତି। ମାଆ କୋଳ ପାଇବା ପରେ କୁନି ଝିଅଟି କେତେବେଳେ ଶୋଇ ପଡୁଛି ତ ଆଉ କେତେବେଳେ ଖୁବ ଖୁସି ହୋଇ ହସି ଦେଉଛି। ଆଉ କେତେବେଳେ ମହିଳାଙ୍କ ପଣତରେ ମୁହଁ ଲୁଚାଇ ଦେଉଛି। ୬ ଦିନର ସମ୍ପର୍କରେ ମାଆ ମମତା ବୁଝି ପାରୁଛି କୁନି ଝିଅ। ଚେନ୍ନାଇର ଶୁଭଶ୍ରୀ କାର୍ତ୍ତିକ। […]

chennai couple adopted 3 child from sambalpur

chennai couple adopted 3 child from sambalpur

Manoranjan Sial
  • Published: Friday, 19 February 2021
  • Updated: 19 February 2021, 10:10 PM IST

Sports

Latest News

ସମ୍ୱଲପୁର(ସଞ୍ଜୟ ଜେନା): ୩ ଅନାଥ ପିଲାଙ୍କୁ ମିଳିଗଲା ମା’ କୋଳ। ବାପା-ମା’ଙ୍କୁ ହରାଇ ସମ୍ବଲପୁର ବାଳନିକେତନରେ ରହୁଥିବା ୩ ଭାଇ ଭଉଣୀଙ୍କୁ କୋଳେଇ ନେଇଛନ୍ତି ଚେନ୍ନାଇ ଦମ୍ପତି। ମାଆ କୋଳ ପାଇବା ପରେ କୁନି ଝିଅଟି କେତେବେଳେ ଶୋଇ ପଡୁଛି ତ ଆଉ କେତେବେଳେ ଖୁବ ଖୁସି ହୋଇ ହସି ଦେଉଛି। ଆଉ କେତେବେଳେ ମହିଳାଙ୍କ ପଣତରେ ମୁହଁ ଲୁଚାଇ ଦେଉଛି। ୬ ଦିନର ସମ୍ପର୍କରେ ମାଆ ମମତା ବୁଝି ପାରୁଛି କୁନି ଝିଅ।

ଚେନ୍ନାଇର ଶୁଭଶ୍ରୀ କାର୍ତ୍ତିକ। ତାଙ୍କ ସ୍ୱାମୀ ପେଶାରେ ଜଣେ ସପ୍ଟୱେର ବ୍ୟବସାୟୀ। ଶୁଭଶ୍ରୀ ପରିଚାଳନା କରୁଛନ୍ତି ଏକ ସ୍କୁଲ। ତେବେ ବିବାହର ୧୦ ବର୍ଷ ପରେ ସେମାନଙ୍କର ପିଲା ନଥିଲେ। ତେଣୁ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ସ୍ୱାମୀ-ସ୍ତ୍ରୀ ଚାହିଁଥିଲେ। ସେଥିପାଇଁ Central adoption research agency ସହିତ ଯୋଗାଯୋଗ କରିଥିଲେ। ସେଠାରୁ ୩ ଭାଇ ଓ ଭଉଣୀଙ୍କ ସମ୍ପର୍କରେ ଜାଣିବାକୁ ପାଇଲେ।

ଶୁଭଶ୍ରୀ କାର୍ତ୍ତିକ ପ୍ରଥମେ ଭିଡିଓ କଲିଂରେ ପିଲାମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ପରେ ଶୁଭଶ୍ରୀ ଦମ୍ପତି ଚେନ୍ନାଇରୁ ସମ୍ୱଲପୁର ଆସିଥିଲେ। ନିୟମ ଅନୁସାରେ ସେମାନେ ପିଲାମାନଙ୍କ ସହ ମିଶିଥିଲେ। ଭାବ ବିନମୟ କରିଥିଲେ। ତେବେ ଭାଷାଗତ ସମସ୍ୟା ରହିଥିବାରୁ ପିଲାମାନଙ୍କୁ ସେମାନେ ହୀନ୍ଦି ଓ ଇଂରାଜୀ ଶିଖାଇବେ। ନିଜେ ଓଡ଼ିଆ ଶିଖିବେ ବୋଲି କହିଛନ୍ତି ଶୁଭଶ୍ରୀ କାର୍ତ୍ତିକ।

୨୦୧୪ ମସିହାରୁ ବାଳ ନିକେତନରେ ପିଲାମାନେ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ସାନ ଝିଅଟି ଦ୍ୱିତୀୟ, ପୁଅଟି ଚତୁର୍ଥ ଓ ବଡ଼ ଝିଅ ନବମ ଶ୍ରେଣୀରେ ପାଠ ପଢୁଛନ୍ତି। ତେବେ ଗୁରୁତ୍ୱପୁର୍ଣ୍ଣ କଥା ହେଉଛି, ଅନେକ ଆଶାୟୀ ଦମ୍ପତି ସେମାନଙ୍କ ଭିତରୁ ଜଣେ ପିଲାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ହେଲେ ନିୟମ ଦୃଷ୍ଟିରୁ ଭାଇ-ଭଉଣୀଙ୍କୁ ଅଲଗା କରାଯାଇ ପାରିବ ନାହିଁ। ସେଥିପାଇଁ ଏମାନଙ୍କୁ କାହାକୁ ପୋଷ୍ୟ ସନ୍ତାନ ଭାବେ ଦିଆଯାଇ ପାରୁନ ଥିଲା। କିନ୍ତୁ ଶୁଭଶ୍ରୀ ଦମ୍ପତି ସମସ୍ତ ପିଲାଙ୍କୁ ନିଜର ସନ୍ତାନ ଭାବେ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ବିଭିନ୍ନ ପର୍ଯ୍ୟାୟରେ କାଉନସିଲିଂ ଓ କାଗଜପତ୍ର ଯାଞ୍ଚ ପରେ ପିଲାମାନଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos