ଇଟା ଭାଟି ମାଲିକଙ୍କ କବଳରୁ ଖସି ଆସିଲେ ୯ ଦାଦନ ଶ୍ରମିକ

ଗଜପତି: ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି ଦାଦନ ଦୁଃଖ। ପରିବାର ପ୍ରତିପୋଷଣ ପାଇଁ ଚେନ୍ନାଇର ଏକ ଇଟା ଭାଟିରେ କାମ କରୁଥିବା ଶ୍ରମିକଙ୍କୁ ନିର୍ଯାତନା ଦିଆଯାଉଥିଲା। ତେବେ ନିର୍ଯାତନା ଅସହ୍ୟ ହେବାରୁ ସେମାନଙ୍କ କବଳରୁ ୯ ଜଣ ଶ୍ରମିକ ଖସି ଆସିଥିବା ବେଳେ ଏବେ ମଧ୍ୟ ୭ ଜଣ ସେଠାରେ ଫସି ରହିଛନ୍ତି। ଯଥାଶୀଘ୍ର ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେନ୍ନାଇରୁ ଫେରିଥିବା ଶ୍ରମିକ ଓ ସେମାନଙ୍କ ପରିବାର ଲୋକେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି। […]

chennai ra labour

Rakesh Mallick
  • Published: Saturday, 28 January 2017
  • , Updated: 28 January 2017, 05:24 PM IST

ଗଜପତି: ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି ଦାଦନ ଦୁଃଖ। ପରିବାର ପ୍ରତିପୋଷଣ ପାଇଁ ଚେନ୍ନାଇର ଏକ ଇଟା ଭାଟିରେ କାମ କରୁଥିବା ଶ୍ରମିକଙ୍କୁ ନିର୍ଯାତନା ଦିଆଯାଉଥିଲା। ତେବେ ନିର୍ଯାତନା ଅସହ୍ୟ ହେବାରୁ ସେମାନଙ୍କ କବଳରୁ ୯ ଜଣ ଶ୍ରମିକ ଖସି ଆସିଥିବା ବେଳେ ଏବେ ମଧ୍ୟ ୭ ଜଣ ସେଠାରେ ଫସି ରହିଛନ୍ତି। ଯଥାଶୀଘ୍ର ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେନ୍ନାଇରୁ ଫେରିଥିବା ଶ୍ରମିକ ଓ ସେମାନଙ୍କ ପରିବାର ଲୋକେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି।

ଆଜକୁ ଦୁଇବର୍ଷ ତଳେ ଦୁଇ ଜଣ ଦଲାଲଙ୍କ ପ୍ରରୋଚନାରେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତର ୧୭ ଜଣ ଶ୍ରମିକ ଚେନ୍ନାଇ ଯାଇଥିଲେ। ଦଲାଲମାନେ ସେମାନଙ୍କୁ ତିବିର୍ନୁର ଏକ ଇଟାଭାଟିରେ ନିୟୋଜିତ କରିଥିଲେ। କାମ କଲେ ଅଧିକ ପଇସା ମିଳିବ ବୋଲି ସେମାନଙ୍କୁ କୁହାଯାଇଥିଲା। ମାତ୍ର ଇଟା ଭାଟି ମାଲିକ ସେମାନଙ୍କୁ ସକାଳୁ ରାତି ପର୍ଯ୍ୟନ୍ତ ଖଟାଉଥିଲେ। ଠିକ୍‌ ଭାବେ ଖାଇବାକୁ ଛାଡ଼ୁ ନଥିଲେ। ଏପରି ପାରିଶ୍ରମିକ ମଧ୍ୟ ଇଟା ଭାଟି ମାଲିକ ଦେଉନଥିଲେ। ମୁହଁ ଖୋଲିଲେ ନିର୍ଯାତନା ଦିଆଯାଉଥିଲା ବୋଲି ଅଭିଯୋଗ ହେଉଛି।

Related story