ଛତିଶଗଡରେ ହେଲିକପ୍ଟର ବ୍ୟବହାର ବେଳେ ମାଲକାନଗିରିକୁ ମାଓବାଦୀ ଆସିଗଲେ ମୁକାବିଲା ଲାଗି ଆମେ ପ୍ରସ୍ତୁତ: ଏସପି

ମାଲକାନଗିରି: ଛତିଶଗଡ଼ରେ ଆତ୍ମରକ୍ଷା ଉଦ୍ଦେଶ୍ୟରେ ମାଓବାଦୀଙ୍କ ବିରୋଧରେ ଏମ୍ଆଇ-୧୭ ହେଲିକପ୍ଟର ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ତେବେ ହେଲିକପ୍ଟର ଆକ୍ରମଣ ହେଲେ ମାଓବାଦୀ ମାଲକାନଗିରିରୁ ଖସି ପଳାଇ ଆସିବା ଆଶଙ୍କ। ବଢିଯାଇଛି । ଏହାର ମୁକାବିଲା ଲାଗି ସୁରକ୍ଷାକର୍ମୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ମାଲକାନଗିରି ଏସପି ମିତ୍ରଭାନୁ ମହାପାତ୍ର କହିଛନ୍ତି । ଏହାକୁ ପ୍ରତିହିତ କରିବାକୁ ଆମେ ପ୍ରସ୍ତୁତ ଅଛୁ । ଏପରି କି ମାଓ ଦମନ ଅଭିଯାନ ଏହାଦ୍ୱାରା ଅଧିକ ସଫଳ ହେବ ବୋଲି ସେ […]

maobadi

Rakesh Mallick
  • Published: Monday, 02 November 2015
  • , Updated: 02 November 2015, 04:19 PM IST

ମାଲକାନଗିରି: ଛତିଶଗଡ଼ରେ ଆତ୍ମରକ୍ଷା ଉଦ୍ଦେଶ୍ୟରେ ମାଓବାଦୀଙ୍କ ବିରୋଧରେ ଏମ୍ଆଇ-୧୭ ହେଲିକପ୍ଟର ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ତେବେ ହେଲିକପ୍ଟର ଆକ୍ରମଣ ହେଲେ ମାଓବାଦୀ ମାଲକାନଗିରିରୁ ଖସି ପଳାଇ ଆସିବା ଆଶଙ୍କ। ବଢିଯାଇଛି । ଏହାର ମୁକାବିଲା ଲାଗି ସୁରକ୍ଷାକର୍ମୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ମାଲକାନଗିରି ଏସପି ମିତ୍ରଭାନୁ ମହାପାତ୍ର କହିଛନ୍ତି । ଏହାକୁ ପ୍ରତିହିତ କରିବାକୁ ଆମେ ପ୍ରସ୍ତୁତ ଅଛୁ । ଏପରି କି ମାଓ ଦମନ ଅଭିଯାନ ଏହାଦ୍ୱାରା ଅଧିକ ସଫଳ ହେବ ବୋଲି ସେ କହିଛନ୍ତି। ଛତିଶଗଡ଼ ବସ୍ତର ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ରାସନ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଉଥିବା ହେଲିକପ୍ଟରକୁ ମାଓବାଦୀମାନେ ବାରମ୍ୱାର ଟାର୍ଗେଟ କରି ସଫଳତା ପାଇଛନ୍ତି। ତେବେ ଲାଲବାହିନୀ ତରଫରୁ ଆଗକୁ ଏଭଳି ଆକ୍ରମଣ ହେଲେ ଏହାର ଜବାବ ଦେବା ପାଇଁ ଏମଆଇ-୧୭ ହେଲିକପ୍ଟର ବ୍ୟବହାର ଲାଗି ନିକଟରେ ସୁରକ୍ଷାକର୍ମୀଙ୍କୁ ଅନୁମତି ଦିଆଯାଇଛି।

ମାଓ ଦମନ ପାଇଁ ରାଜ୍ୟ ସରକାର ମଧ୍ୟ ପୂର୍ବରୁ ହେଲିକପ୍ଟର ବ୍ୟବହାର ଲାଗି ଯୋଜନା କରିଥିଲେ। ଏଥିପାଇଁ ପବନହଂସ ହେଲିକପ୍ଟରକୁ ଓଡ଼ିଶା ଅଣାଯାଇଥିଲା। ତେବେ ଏପର୍ଯ୍ୟନ୍ତ ଏହାକୁ ମାଓବାଦୀଙ୍କ ବିରୋଧରେ ବ୍ୟବହାର କରାଯାଇନାହିଁ। ସେପଟେ କେନ୍ଦ୍ର ଗୃହ ମନ୍ତ୍ରାଳୟ ମାଓବାଦୀ ଆକ୍ରମଣ ବଢିଥିବା ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆସନ୍ତା ୩ ତାରିଖରେ ଆଲୋଚନା ପାଇଁ ଡାକିଛି। ଏଥିରେ ମାଓଦମନ ଲାଗି ନୂଆ ରଣକୌଶଳ ପ୍ରସ୍ତୁତ ହେବାର ସମ୍ଭାବନା ରହିଛି।

Related story