ବିନା ଭକ୍ତରେ ହେବ ମାଣିକେଶ୍ୱରୀଙ୍କ ଛତର ଯାତ୍ରା

ଭବାନୀପାଟଣା (ରାଜକୁମାର ସିଂହଦେଓ): କଳାହାଣ୍ଡିର ଅଧିଷ୍ଠାତ୍ରୀ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ବିନା ଭକ୍ତ ହେବ। କରୋନା ଗାଇଡ୍‌ଲାଇନ୍‌ ଅନୁସାରେ ପୂଜାରୀ ଓ ସହଯୋଗୀଙ୍କୁ ନେଇ ମାଆଙ୍କ ଛତର ନିର୍ଧାରିତ ସମୟରେ ମନ୍ଦିରରେ ପହଞ୍ଚିବ। ଏନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଜିଲ୍ଲାପାଳ ଗାଭଲି ପରାଗ ହର୍ଷଦ। ଅକ୍ଟୋବର ୨୪ ତାରିଖରେ ଅନୁଷ୍ଠିତ ହେବ ମାଣିକେଶ୍ୱରୀଙ୍କ ଛତର ଯାତ୍ରା। ସେଥିପାଇଁ କଳାହାଣ୍ଡି ଜିଲ୍ଲାପାଳ ଗାଭଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ ଆଜି ଏକ ପ୍ରସ୍ତୁତି ବୈଠକ ବସିଥିଲା। କରୋନା ମହାମାରୀ ସମଗ୍ର […]

chhatra-jatra

chhatra-jatra

Manoranjan Sial
  • Published: Wednesday, 16 September 2020
  • Updated: 16 September 2020, 04:16 PM IST

Sports

Latest News

ଭବାନୀପାଟଣା (ରାଜକୁମାର ସିଂହଦେଓ): କଳାହାଣ୍ଡିର ଅଧିଷ୍ଠାତ୍ରୀ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ବିନା ଭକ୍ତ ହେବ। କରୋନା ଗାଇଡ୍‌ଲାଇନ୍‌ ଅନୁସାରେ ପୂଜାରୀ ଓ ସହଯୋଗୀଙ୍କୁ ନେଇ ମାଆଙ୍କ ଛତର ନିର୍ଧାରିତ ସମୟରେ ମନ୍ଦିରରେ ପହଞ୍ଚିବ। ଏନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଜିଲ୍ଲାପାଳ ଗାଭଲି ପରାଗ ହର୍ଷଦ।

ଅକ୍ଟୋବର ୨୪ ତାରିଖରେ ଅନୁଷ୍ଠିତ ହେବ ମାଣିକେଶ୍ୱରୀଙ୍କ ଛତର ଯାତ୍ରା। ସେଥିପାଇଁ କଳାହାଣ୍ଡି ଜିଲ୍ଲାପାଳ ଗାଭଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ ଆଜି ଏକ ପ୍ରସ୍ତୁତି ବୈଠକ ବସିଥିଲା। କରୋନା ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିଥିବା ବେଳେ ଭବନୀପାଟଣା ସହରକୁ ଏହି ରୋଗ ଦାଉରୁ କିଭଳି ବଞ୍ଚାଇହେବ ସେ ନେଇ ପ୍ରଥମେ ଆଲୋଚନା ହୋଇଥିଲା। ପରେ ଛତର ଯାତ୍ରା ଉପରେ ଆଲୋଚନା ହୋଇଥିଲା। କରୋନା କଟକଣା ଓ ହାଇକୋର୍ଟରେ ଜାରି ହୋଇଥିବା ପଶୁ ବଳି କଟକଣା ଯୋଗୁ ଚଳିତବର୍ଷ ବିନା ଭକ୍ତରେ ଛତର ଯାତ୍ରା କରିବାକୁ ନିଷ୍ପତ୍ତି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos