ବାଦାମବାଡ଼ି-ମଧୁପାଟଣା ରାସ୍ତାକୁ ଗଲା ଛତ୍ରବଜାର ଖୁଚୁରା ହାଟ

କଟକ(ଓଡ଼ିଶା ରିପୋର୍ଟର): ‘କରୋନା’ ପାଇଁ ସାମାଜିକ ଦୂରତ୍ୱ ରକ୍ଷା ଲାଗି କଟକ ଛତ୍ରବଜାର ଖୁଚୁରା ହାଟକୁ ବାଦାମବାଡ଼ି-ମଧୁପାଟଣା ରାସ୍ତାର ଉଭୟ ପାର୍ଶ୍ୱକୁ ସ୍ଥାନାନ୍ତର। ରାସ୍ତାର ଦୁଇ ପାଖରେ ବସିବେ ପରିବା ଦୋକାନୀ। ପ୍ରତି ପରିବା ଦୋକାନ ମଧ୍ୟରେ ୬ ଫୁଟର ଦୂରତା ରହିବ। ଦୋକାନୀ ଓ ଗ୍ରାହକଙ୍କ ମଧ୍ୟରେ ଗାଇଡ଼ଲାଇନ ଅନୁସାରେ ଦୂରତ୍ୱ ରହିବ। ଛତ୍ରବଜାରରେ ଅତ୍ୟଧିକ ଭିଡ଼କୁ ଦେଖି ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି। ହାଟ ସ୍ଥାନାନ୍ତର ନେଇ କଟକ DCP ଅଖିଳେଶ୍ୱର ସିଂ ସୂଚନା […]

chatrabazar

Manoranjan Sial
  • Published: Thursday, 26 March 2020
  • , Updated: 26 March 2020, 08:53 PM IST

କଟକ(ଓଡ଼ିଶା ରିପୋର୍ଟର): ‘କରୋନା’ ପାଇଁ ସାମାଜିକ ଦୂରତ୍ୱ ରକ୍ଷା ଲାଗି କଟକ ଛତ୍ରବଜାର ଖୁଚୁରା ହାଟକୁ ବାଦାମବାଡ଼ି-ମଧୁପାଟଣା ରାସ୍ତାର ଉଭୟ ପାର୍ଶ୍ୱକୁ ସ୍ଥାନାନ୍ତର। ରାସ୍ତାର ଦୁଇ ପାଖରେ ବସିବେ ପରିବା ଦୋକାନୀ। ପ୍ରତି ପରିବା ଦୋକାନ ମଧ୍ୟରେ ୬ ଫୁଟର ଦୂରତା ରହିବ। ଦୋକାନୀ ଓ ଗ୍ରାହକଙ୍କ ମଧ୍ୟରେ ଗାଇଡ଼ଲାଇନ ଅନୁସାରେ ଦୂରତ୍ୱ ରହିବ। ଛତ୍ରବଜାରରେ ଅତ୍ୟଧିକ ଭିଡ଼କୁ ଦେଖି ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି। ହାଟ ସ୍ଥାନାନ୍ତର ନେଇ କଟକ DCP ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି।

ସେପଟେ ଭୁବନେଶ୍ୱର ୟୁନିଟ୍‌-୧ ହାଟର ପରିବା ବ୍ୟବସାୟୀଙ୍କୁ ଏଜି ଛକରୁ ରାଜମହଲ ମଧ୍ୟରେ ବସାଯାଇଛି। ଆଉ କିଛି ବ୍ୟବସାୟୀଙ୍କୁ ୟୁନିଟ୍-୧ ହାଇସ୍କୁଲ ପଡ଼ିଆରେ ମଧ୍ୟ ବସାଯାଇଛି। ହାଟରେ ଗହଳି ହେଉଥିବାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏପରି ପଦକ୍ଷେପ ନେଇଛି। ମହାମାରୀ ‘କରୋନା’ ପାଇଁ ହାଟକୁ ୪୫ ଦିନ ଲାଗି ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

Related story