ବନ୍ୟା ନିୟନ୍ତ୍ରଣରେ ସହଯୋଗ କରୁନି ଛତିଶଗଡ଼; ପାଣି ଛାଡ଼ି ଦେଉଛି, ହେଲେ କହୁନି

ଭୁବନେଶ୍ୱର(ଓଡ଼ିଆ ରିପୋର୍ଟର): ସହଯୋଗ କରୁନି ଛତିଶଗଡ ସରକାର। ମହାନଦୀର ଉପର ମୁଣ୍ଡରେ ରହିଥିବା ଛତିଶଗଡ଼ର ଡ୍ୟାମ୍‌ଗୁଡ଼ିକରୁ କେତେ ଜଳ ଛଡ଼ା ଯାଉଛି ସେ ବିଷୟରେ ସୂଚନା ଦିଆଯାଉନି। ଫଳରେ ହୀରାକୁଦ ଡ୍ୟାମ୍‌ର ଜଳ ନିୟନ୍ତ୍ରଣ ଓ ଆମ ରାଜ୍ୟରେ ବନ୍ୟା ନିୟନ୍ତ୍ରଣ କରିବା ନେଇ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏଭଳି ଗୁରୁତର ଅଭିଯୋଗ ଆଣିଲେ ହୀରାକୁଦ ଡ୍ୟାମ୍ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ସାହୁ। ସେ କହିଛନ୍ତି, ବାରମ୍ବାର ଜଣାଇବା ସତ୍ତ୍ୱେ ଆମକୁ କୌଣସି ତଥ୍ୟ ଦେଉ ନାହାନ୍ତି […]

daam

daam

Niranjan Mishra
  • Published: Saturday, 13 August 2022
  • Updated: 13 August 2022, 11:19 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଆ ରିପୋର୍ଟର): ସହଯୋଗ କରୁନି ଛତିଶଗଡ ସରକାର। ମହାନଦୀର ଉପର ମୁଣ୍ଡରେ ରହିଥିବା ଛତିଶଗଡ଼ର ଡ୍ୟାମ୍‌ଗୁଡ଼ିକରୁ କେତେ ଜଳ ଛଡ଼ା ଯାଉଛି ସେ ବିଷୟରେ ସୂଚନା ଦିଆଯାଉନି। ଫଳରେ ହୀରାକୁଦ ଡ୍ୟାମ୍‌ର ଜଳ ନିୟନ୍ତ୍ରଣ ଓ ଆମ ରାଜ୍ୟରେ ବନ୍ୟା ନିୟନ୍ତ୍ରଣ କରିବା ନେଇ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏଭଳି ଗୁରୁତର ଅଭିଯୋଗ ଆଣିଲେ ହୀରାକୁଦ ଡ୍ୟାମ୍ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ସାହୁ।

ସେ କହିଛନ୍ତି, ବାରମ୍ବାର ଜଣାଇବା ସତ୍ତ୍ୱେ ଆମକୁ କୌଣସି ତଥ୍ୟ ଦେଉ ନାହାନ୍ତି ଛତିଶଗଡ଼ ସରକାର। ଦୁଇ ରାଜ୍ୟ ମଧ୍ୟରେ ଶେଷ ସମନ୍ୱୟ ବୈଠକ ୨୦୧୯ରେ ହୋଇଥିଲା।  ୨୦୨୦ରେ ଭିଡିଓ କନ୍‌ଫରେନ୍ସିଂ ବୈଠକ କରିବା ବେଳେ ଯାନ୍ତ୍ରିକ ତ୍ରୁଟି ଦର୍ଶାଇ ଛତିଶଗଡ଼ ଡ୍ୟାମ୍‌ କର୍ତ୍ତୃପକ୍ଷ ଅଧାରୁ ଉଠିଗଲେ। ୨୦୨୧ରେ ପୁନଶ୍ଚ ଦିଆଯାଇଥିବା ପ୍ରସ୍ତାବକୁ ନେଇ ସେମାନେ କୌଣସି ଉତ୍ତର ଦେଲେନି। ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ନଦୀଜଳ ନିୟନ୍ତ୍ରଣ ନେଇ ବସିଥିବା ବୈଠକରେ ଏହି ସମସ୍ୟା ସମ୍ପର୍କରେ ଛତିଶଗଡ଼ ସରକାର ଓ ସିଡବ୍ଲୁସିଙ୍କୁ ଅବଗତ କରାଯାଇଥିଲା। ଏହା ପରେ ଅନେକ ଥର ହୀରାକୁଦ ଡ୍ୟାମ୍‌ର ଅଧିକାରୀମାନେ ଛତିଶଗଡ଼ ଡ୍ୟାମ୍‌ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଛନ୍ତି। ଚଳିତ ବର୍ଷ ବୈଠକ କରି ସମନ୍ୱୟର ହାତ ବଢ଼ାଇବା ନିମନ୍ତେ ବହୁତ ଚେଷ୍ଟା କରିବା ସତ୍ତ୍ୱେ ସେମାନେ ଏହାକୁ ଏଡ଼ାଇ ଯାଇଛନ୍ତି। ଗତ ଜୁଲାଇ ୧୩ରେ ବୈଠକ କରିବାକୁ କହି ପୁଣି ଓହରି ଯାଇଛନ୍ତି।

ତେବେ ସିଡବ୍ଲୁସିର ମଧ୍ୟସ୍ଥତା ପରେ ଆସନ୍ତା ୨୩ରେ ବୈଠକ ପାଇଁ ସ୍ଥିର ହୋଇଛି। ଦୁଇ ରାଜ୍ୟ ମଧ୍ୟରେ ପ୍ରସ୍ତାବିତ ବୈଠକ ହେବ ନା ନାହିଁ ତାହା ପରେ ଜଣାପଡ଼ିବ। ମହାନଦୀର ଉପମୁଣ୍ଡରେ ଛତିଶଗଡ଼ ସରକାର ଅନେକ ଛୋଟ ବଡ଼ ଡ୍ୟାମ୍‌ କରି ଜଳ ନିୟନ୍ତ୍ରଣ ପ୍ରକଳ୍ପ କରିଛନ୍ତି। ତେଣୁ ଜଳ ଛଡ଼ାଯିବା ଓ ଗେଟ୍ ବନ୍ଦ ନେଇ ସିଧାସଳଖ ସୂଚନା ଆଦାନପ୍ରଦାନ ହେବା ଜରୁରୀ। ଏବେ ସିଡବ୍ଲୁସି ସୂତ୍ରରୁ ମିଳୁଥିବା ସୂଚନାକୁ ଆଧାର କରି ହୀରାକୁଦ ଜଳ ନିୟନ୍ତ୍ରଣ କରାଯାଉଛି ବୋଲି ଶ୍ରୀ ସାହୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story