ଓଲଟିଲା କୁକୁଡ଼ା ବୋଝେଇ ଟ୍ରକ୍‌, ବୋହି ନେଲେ ଲୋକ

ସୁନ୍ଦରଗଡ଼(ବିଜୟ ବରୁଆଁ): ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ବଡ଼ବାହାଲ ନିକଟରେ ଆଜି ଏକ କୁକୁଡ଼ା ବୋଝେଇ ଟ୍ରକ୍ ଆଜି ଦୁର୍ଘଟଣାର ସମ୍ମୁଖିନ ହୋଇଛି। ଟ୍ରକ୍‌ଟି ରାସ୍ତା କଡ଼କୁ ଓଲଟି ପଡ଼ିଥିବା ଦେଖି ସଙ୍ଗେ ସଙ୍ଗେ ଲୋକ ରୁଣ୍ଡ ହୋଇଯାଇଥିଲେ। ଏହାପରେ ଡ୍ରାଇଭର, ହେଲପରଙ୍କୁ ଉଦ୍ଧାର କରିବା ବଦଳରେ ଲୋକେ ବୋହି ନେଲେ କୁକୁଡ଼ା। କିଏ ହାତରେ କୁକୁଡ଼ା ଧରି ଘଟଣାସ୍ଥଳରୁ ଦୌଡ଼ୁଥିଲା ତ କିଏ ବ୍ୟାଗ, ଅଖାରେ ଧରି କୁକୁଡ଼ା ବୋହି  ନେଉଥିଲା। ଦେଖୁ ଦେଖୁ କିଛି […]

sund-2

Niharika Rout
  • Published: Friday, 20 November 2020
  • , Updated: 20 November 2020, 01:41 PM IST

ସୁନ୍ଦରଗଡ଼(ବିଜୟ ବରୁଆଁ): ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ବଡ଼ବାହାଲ ନିକଟରେ ଆଜି ଏକ କୁକୁଡ଼ା ବୋଝେଇ ଟ୍ରକ୍ ଆଜି ଦୁର୍ଘଟଣାର ସମ୍ମୁଖିନ ହୋଇଛି। ଟ୍ରକ୍‌ଟି ରାସ୍ତା କଡ଼କୁ ଓଲଟି ପଡ଼ିଥିବା ଦେଖି ସଙ୍ଗେ ସଙ୍ଗେ ଲୋକ ରୁଣ୍ଡ ହୋଇଯାଇଥିଲେ। ଏହାପରେ ଡ୍ରାଇଭର, ହେଲପରଙ୍କୁ ଉଦ୍ଧାର କରିବା ବଦଳରେ ଲୋକେ ବୋହି ନେଲେ କୁକୁଡ଼ା।

କିଏ ହାତରେ କୁକୁଡ଼ା ଧରି ଘଟଣାସ୍ଥଳରୁ ଦୌଡ଼ୁଥିଲା ତ କିଏ ବ୍ୟାଗ, ଅଖାରେ ଧରି କୁକୁଡ଼ା ବୋହି  ନେଉଥିଲା। ଦେଖୁ ଦେଖୁ କିଛି ସମୟ ମଧ୍ୟରେ ଅଧାରୁ ଅଧିକ କୁକୁଡ଼ା ଲୋକ ବୋହି ନେଇଥିବା ଦେଖିବାକୁ ମିଳିଥିଲା।

Related story