ଶପଥ ନେଲେ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍. ମୁରଲୀଧର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟର ୩୨ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଏସ୍. ମୁରଲୀଧର। ରାଜଭବନରେ ଆଜି ଏହି ଶପଥ ପାଠ ଉତ୍ସବ ଆୟୋଜିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ପୂର୍ବାହ୍ନ ପ୍ରାୟ ୮ଟା ୩୦ରେ ନବନିଯୁକ୍ତ ମୁଖ୍ୟ ବିଚାରପତିଙ୍କ ସମେତ ଅନ୍ୟମାନେ ରାଜଭବନ ପରିସରରେ ପହଞ୍ଚିଥିଲେ। ଏହାପରେ ସକାଳ ପ୍ରାୟ ୯ଟା୩୦ରେ ଶପଥ ପାଠ ଉତ୍ସବ ଆୟୋଜିତ ହୋଇଥିଲା। ଏହି […]

justice

justice

Niharika Rout
  • Published: Monday, 04 January 2021
  • Updated: 04 January 2021, 10:44 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟର ୩୨ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଏସ୍. ମୁରଲୀଧର। ରାଜଭବନରେ ଆଜି ଏହି ଶପଥ ପାଠ ଉତ୍ସବ ଆୟୋଜିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ପୂର୍ବାହ୍ନ ପ୍ରାୟ ୮ଟା ୩୦ରେ ନବନିଯୁକ୍ତ ମୁଖ୍ୟ ବିଚାରପତିଙ୍କ ସମେତ ଅନ୍ୟମାନେ ରାଜଭବନ ପରିସରରେ ପହଞ୍ଚିଥିଲେ। ଏହାପରେ ସକାଳ ପ୍ରାୟ ୯ଟା୩୦ରେ ଶପଥ ପାଠ ଉତ୍ସବ ଆୟୋଜିତ ହୋଇଥିଲା। ଏହି ଉତ୍ସବରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଗୃହ ସଚିବ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଡିଜିପି ଅଭୟଙ୍କ ସମେତ ହାଇକୋର୍ଟର ବହୁ ବିଚାରପତି  ଉପସ୍ଥିତ ଥିଲେ। କରୋନା କଟକଣା ଯୋଗୁ ଖୁବ୍‌ କମ୍‌ ଅତିଥିଙ୍କ ଉପସ୍ଥିତିରେ ଏହି ଉତ୍ସବ ଆୟୋଜିତ ହୋଇଯାଇଥିବା ବେଳେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ପ୍ରବେଶ ଅନୁମତି ମିଳି ନ ଥିଲା।

୧୯୬୧ ମସିହାରେ ଜନ୍ମଗ୍ରହଣ କରିଥିବା  ଜଷ୍ଟିସ ଏସ୍. ମୁରଲୀଧର ପୂର୍ବରୁ ପଞ୍ଜାବ ଓ ହରିଆଣା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ୨୦୦୬ ମସିହାରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ଦାୟିତ୍ୱ ନେଇଥିଲେ।  ପଞ୍ଜାବ ଓ ହରିଆଣା ହାଇକୋର୍ଟର ବିଚାରପତି ଥିବା ବେଳେ  ଜଷ୍ଟିସ ଏସ୍. ମୁରଲୀଧର ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ଦେଇଛନ୍ତି।

ଜଷ୍ଟିସ ଏସ.ମୁରଲୀଧରଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ଗତ ୧୪ ତାରିଖରେ ସୁପ୍ରିମକୋର୍ଟ କଲିଜିୟମ ସୁପାରିସ କରିଥିଲା। ଏହାପରେ ଗତ ୩୧ ତାରିଖରେ ତାଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କରିଥିଲେ। ଏ ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ସୂଚନାଯୋଗ୍ୟ, ଗତକାଲି ଜଷ୍ଟିସ୍‌ ମୁରଲୀଧର ଓଡ଼ିଶାରେ ପହଞ୍ଚିବା ପରେ ବିମାନବନ୍ଦରରୁ ଏକ କାରକେଡ୍‌ ଯୋଗେ ରାଜ୍ୟ ଅତିଥିଭବନକୁ ନିଆଯାଇଥିଲା। ସେଠାରେ ତାଙ୍କୁ ପୁଲିସ ପକ୍ଷରୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story