‘କୁଳମଣିଙ୍କୁ ସୁରକ୍ଷା ଦେଇପାରିଲେନି ମୁଖ୍ୟମନ୍ତ୍ରୀ’
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାହାଙ୍ଗାର ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି, ଏହା ବିଜେଡିର ହିଂସାତ୍ମକ ଆଚରଣ ଓ ରାଜନୈତିକ ଅସହିଷ୍ଣୁତାର ଉଦାହରଣ।
ଟ୍ୱିଟ୍ କରି ଶ୍ରୀ ପଣ୍ଡା ଲେଖିଛନ୍ତି, ଓଡ଼ିଶାରେ ଏପରି ହିଂସା ନୂଆ ନୁହେଁ। ଆଗରୁ ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନରେ ଅନେକ ବିଜେପି ନେତାଙ୍କୁ ହତ୍ୟା କରାଯାଇଛି। ଏହା ବନ୍ଦ ହେବା ଉଚିତ। ଓଡ଼ିଶାରେ ଏଭଳି ପରିସ୍ଥିତି ଜାରି ହେବାକୁ ଦିଆଯିବ ନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ସ୍ୱରଉତ୍ତୋଳନ କରି ସ୍ଥାନୀୟ ବିଜେଡି ନେତାଙ୍କ ପକ୍ଷରୁ ଧମକ ପାଇବା ପରେ ମାହାଙ୍ଗାର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ପୁଲିସ ଓ ଗଣମାଧ୍ୟମକୁ ଜଣାଇଥିଲେ। ଏପରିକି ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ କୁଳମଣି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସୁରକ୍ଷା ମଧ୍ୟ ମାଗିଥିଲେ। କୁଳମଣିଙ୍କ ହତ୍ୟାର ଏତଲାରେ ଯେଉଁମାନଙ୍କ ନାଁ ରହିଛି, ସେ ରାଜ୍ୟର ଆଇନ ମନ୍ତ୍ରୀ ହୋଇଥାନ୍ତୁ ପଛକେ, ସେମାନଙ୍କୁ ଗିରଫ କରାଯାଉ ବୋଲି ବୈଜୟନ୍ତ ଦାବି କରିଛନ୍ତି।
ସେ ମାହାଙ୍ଗାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ଦୁର୍ନୀତି, ଯେଉଁଥିରେ ବୃହତ ପରିମାଣର ଟଙ୍କା ବିଜେଡି ନେତାମାନେ ଉଠାଇଥିବା କହି ସେ ଏହାର ବିରୋଧ କରିଥିଲେ। ଏଥିସହ ସେ ଶ୍ରୀ ବିକାଶ ଜେନା, ଯିଏ ସେହି ସମାନ ଦୁର୍ନୀତି ବିଷୟରେ କହିବାରୁ ତାଙ୍କୁ ହତ୍ୟା କରାଯାଇଥିଲା, ତାହା ନେଇ ସ୍ୱର ଉଠାଇଥିଲେ।
— Baijayant Panda Odia (@Panda_Odia) January 5, 2021
ଶନିବାର ସନ୍ଧ୍ୟା ବେଳେ କୁଳମଣି ଓ ତାଙ୍କ ସହଯୋଗୀ ବାଇକ୍ରେ ଘରକୁ ଫେରୁଥିବା ବେଳେ ତାଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା। ଫଳରେ ଘଟଣାସ୍ଥଳରେ କୁଳମଣିଙ୍କର ମୃତ୍ୟୁ ଘଟିଥିବା ବେଳେ ବଡ଼ ମେଡିକାଲ୍ରେ ଦିବ୍ୟସିଂହଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ମାହାଙ୍ଗାରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲା ବିଜେପି।
ବିଜେପି ନେତା ଶ୍ରୀ କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କ ନିର୍ମମ ହତ୍ୟାକୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ @PandaJay ଦୃଢ଼ ନିନ୍ଦା କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ସେ ଏହି ଦାବି କରିଛନ୍ତି।
ନିମ୍ନରେ ଦେଖନ୍ତୁ ତାଙ୍କର ଏହି ଭିଡିଓ 👇#Odisha https://t.co/5xzb5JomID
— Baijayant Panda Odia (@Panda_Odia) January 5, 2021
ସ୍ଥିତି ବିଗୁଡ଼ୁଥିବା ଦେଖି ମାମଲାର ତଦନ୍ତ ପାଇଁ ଗ୍ରାମାଞ୍ଚଳ ଏସ୍ପିଙ୍କ ନେତୃତ୍ୱରେ ୫ଟି ଟିମ୍ ଗଠନ କରାଯାଇଥିଲା। ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୪ ଅଭିଯୁକ୍ତଙ୍କୁ ରାତି ଅଧିଆ ଉଠାଇ ଆଣି ଅଜ୍ଞାତବାସରେ ରଖି ପଚରାଉଚରା କରିଥିଲା। ଆଜି ମୁଖ୍ୟ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏଟ କରିଛି ମାହାଙ୍ଗା ପୁଲିସ୍ । ପରେ ମୁଖ୍ୟଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଥିବା ଗ୍ରାମାଞ୍ଚଳ ଏସ୍ପି ବି.ଯୁଗଳ କିଶୋର କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।